ବାବା ସିଦ୍ଦିକିଙ୍କ ହତ୍ୟା ପରେ ବଢିଲା ସଲମାନଙ୍କ ସୁରକ୍ଷା, ଟାଇଟ୍‌ ସିକ୍ୟୁରିଟି ମଧ୍ୟରେ ନଜର ଆସିଲେ ଭାଇଜାନ

Published By : Prameya-News7 Bureau | October 13, 2024 IST

ମୁମ୍ଵାଇ ୧୩।୧୦; ଶନିବାର ରାତିରେ ଆସିଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  ମୁମ୍ବାଇରେ ଏନସିପି ଅଜିତ ପାୱାର ଦଳର ନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ବାବା ସିଦ୍ଦିକିଙ୍କ ମୃତ୍ୟୁ ଖବର ସାରା ଦେଶକୁ ଚକିତ କରିଛି। ରାଜନୀତିରୁ ବଲିଉଡ ପର୍ଯ୍ୟନ୍ତ ପ୍ରଭାବ ପକାଇଥିବା ବାବା ସିଦ୍ଦିକିଙ୍କ ମୃତ୍ୟୁ ହେତୁ ସବୁଆଡେ ହଇଚଇ ଦେଖାଦେଇଛି। ଏହି ହତ୍ୟାକାଣ୍ଡର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ସହ ମଧ୍ୟ ଜଡିତ ଅଛି ବୋଲି କୁହାଯାଉଛି। କିନ୍ତୁ ବାବା ସିଦ୍ଦିକିଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ବଲିଉଡ ଚକିତ 

ବାବା ସିଦ୍ଦିକି ସଲମାନ ଖାନଙ୍କ ସମେତ ଅନେକ ବଲିଉଡ ତାରକାଙ୍କ ନିକଟତର ହୋଇଥିଲେ। ଭାଇଜାନ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସେ ଡାକ୍ତରଖାନାକୁ ଯାଇ ତାଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ପୋଲିସ ତାଙ୍କୁ ନ ଆସିବାକୁ ପରାମର୍ଶ ଦେଇଥିଲା। ଏହି ଘଟଣା ପରେ ସଲମାନ ଖାନଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି । ଏବଂ କଡ଼ା ସୁରକ୍ଷା ମଧ୍ୟରେ ଭାଇଜାନଙ୍କୁ ଦେଖିବାକୁ ମିଳିଛି।

ବାବା ସିଦ୍ଦିକିଙ୍କ ହତ୍ୟା ପରେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଉତ୍ତେଜନା ଦେଖାଦେଇଛି। ସମସ୍ତ ବଲିଉଡ ତାରକା ଡାକ୍ତରଖାନାରେ ପହଞ୍ଚୁଛନ୍ତି। ଏହି ସମୟରେ ସଲମାନ ଖାନ ମଧ୍ୟ ଡାକ୍ତରଖାନା ଯାଉଥିବା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ସଲମାନ ଖାନଙ୍କୁ କଡା ସୁରକ୍ଷା ମଧ୍ୟରେ ଦେଖିବାକୁ ମିଳିଛି। 

ସୂଚନାଯୋଗ୍ୟ ଯେ ସଲମାନଙ୍କୁ ବାବା ସିଦ୍ଦିକିଙ୍କ ଘନିଷ୍ଠ ବନ୍ଧୁ ଭାବରେ ବିବେଚନା କରାଯାଏ। ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ରିଆଲିଟି ସୋ ବିଗ୍ ବସ୍ ୧୮ର ସୁଟିଂ ବନ୍ଦ କରିଦେଇଥିଲେ।  ଏହି ସମୟ ମଧ୍ୟରେ କେବଳ ସଲମାନ ଖାନ ନୁହଁନ୍ତି। ଅନେକ ବଲିଉଡ ତାରକାଙ୍କୁ ଡାକ୍ତରଖାନା ବାହାରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଅନେକ ଭିଡିଓ ସାମ୍ନାକୁ ଆସିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.