ସମ୍ବଲପୁର ୨୩।୫: ସମ୍ବଲପୁର ଟାଉନ୍ ଥାନାର ଜଣେ ଏଏସ୍ଆଇ ନିଲମ୍ବିତ ହୋଇଛନ୍ତି । ସମ୍ବଲପୁର ଟାଉନ୍ ଥାନାର ଏଏସ୍ଆଇ ବିଦ୍ୟୁତ ରଞ୍ଜନ ପଣ୍ଡା ନିଲମ୍ବିତ ହୋଇଛନ୍ତି । ସମ୍ବଲପୁର ଟାଉନ୍ ଥାନା ପରିସରରୁ କଫ୍ ସିରପ୍ ଭର୍ତ୍ତି ଥିବା ୨ଟି ପେଟି ନେଇଯିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି । ସମ୍ବଲପୁର ଏସ୍ପି ତାଙ୍କୁ ନିଲମ୍ବନ କରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ମାଲଖାନାରୁ କଫ୍ ସିରପ୍ ଚୋରି କରି ନିଲମ୍ବିତ ହୋଇଛନ୍ତି ଟାଉନ୍ ଥାନାରେ କାର୍ଯ୍ୟରତ ଏଏସ୍ଆଇ ବିଦ୍ୟୁତ ରଞ୍ଜନ ପଣ୍ଡା । ଜବତ କଫ୍ ସିରପ୍ ପେଟି ସେ ଚୋରି କରିନେଇଥିଲେ । ଏହା ଜାଣିବା ପରେ ଏନେଇ ଅନ୍ୟ ଅଧିକାରୀ ମାନେ ଅଭିଯୋଗ ଆଣିଥିଲେ । ଅଭିଯୋଗକୁ ଭିତ୍ତିକରି ସମ୍ବଲପୁର ଏସ୍ପି ତଦନ୍ତ ଆରମ୍ଭ କରିଥିଲେ । ଏଏସ୍ଆଇ ବିଦ୍ୟୁତ ପଣ୍ଡାକୁ ନିଲମ୍ବିତ କରିବା ସହ ୨ ପେଟି କଫ୍ ସିରପ୍ ଜବତ କରିଛନ୍ତି ।
କିଛି ଦିନ ତଳେ କନେଷ୍ଟବଳରୁ ଏଏସ୍ଆଇକୁ ପଦୋନ୍ନତି ପାଇଥିଲେ ବିଦ୍ୟୁତ ରଞ୍ଜନ ପଣ୍ଡା ।
You Can Read:
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଖରିଆର R&Bର ଜେଇ ସୁଶାନ୍ତ ସେଠୀଙ୍କ ୮ ଠିକଣାରେ ଭିଜିଲାନ୍ସ ରେଡ଼୍