ଖୁବ୍‌ଶୀଘ୍ର ଭାରତର ଆକାଶରେ ଉଡ଼ିବ ଏୟାର ଟ୍ୟାକ୍ସି: ମହିନ୍ଦ୍ରା, ମାରୁତୀ ସମସ୍ତେ ଲଞ୍ଚ୍ କରିବେ କାର୍

Published By : Prameya-News7 Bureau | April 03, 2025 IST

internet

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଭାରତର ଆକାଶରେ ଉଡ଼ିବ ଏୟାର ଟ୍ୟାକ୍ସି। ଜଳ ପଥ ପରେ ଛୋଟ ଛୋଟ ଜାଗାକୁ ଯିବା ପାଇଁ ଏହି ଏୟାର ଟ୍ୟାକ୍ସି ହଁ ହେବ ସାଧନ। ଆଜି (୩ ଏପ୍ରିଲ) ଷ୍ଟାର୍ଟଅପ୍ ମହାକୁମ୍ଭରେ ଏହାର ଝଲକ ଦେଖିବାକୁ ମିଳିଛି। ଏରୋସ୍ପେସ୍ ଷ୍ଟାର୍ଟଅପ୍ ସର୍ଲା ଆଭିଏସନ୍ ଏହାର ପ୍ରୋଟୋଟାଇପ୍ ଏୟାର ଟ୍ୟାକ୍ସି 'ଶୂନ୍ୟ' ପ୍ରଦର୍ଶନ କରିଛି। ଏହି ଟ୍ୟାକ୍ସି ଥରକେ ୧୬୦ କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରିବ। କିନ୍ତୁ ଏହାକୁ ୨୦-୩୦ କିଲୋମିଟରର ଛୋଟ-ଛୋଟ ଯାତ୍ରା ପାଇଁ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି। 

କମ୍ପାନୀ କହିଛି ଯେ ଏହି ଏୟାର ଟ୍ୟାକ୍ସି ଏହା ଘଣ୍ଟା ପ୍ରତି ୨୫୦ କିଲୋମିଟର ବେଗରେ ଉଡ଼ିପାରିବ। ମାତ୍ର ୨୦ ମିନିଟର ଚାର୍ଜି ହେଲେ କାର୍‌ ଉଡ଼ାଣ ଭରିପାରିବ। ଶୂନ୍ୟ ଫ୍ଲାଇଁ ଟ୍ୟାକ୍ସିଗୁଡ଼ିକ ଭିଡ଼ ଅଞ୍ଚଳରେ ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ ବୋଲି ଆଶା କରାଯାଉଛି। ଏଥିରେ ପାଇଲଟଙ୍କ ସମେତ ୭ ଜଣ ବସିପାରିବେ। କମ୍ପାନୀ ଜାନୁଆରୀରେ ଅନୁଷ୍ଠିତ ଇଣ୍ଡିଆ ମୋବିଲିଟି ଗ୍ଲୋବାଲ ଏକ୍ସପୋରେ ପ୍ରଥମ ଥର ପାଇଁ ଏହାକୁ ପ୍ରଦର୍ଶନ କରିଥିଲା।

ପଢନ୍ତୁ- ମ୍ୟାନୁଫେକ୍ଚରିଂ କ୍ଷେତ୍ରରେ ସୁଧାର: ୮ ମାସର ସର୍ବୋଚ୍ଚ ସ୍ତର ଛୁଇଁଲା ପିଏମ୍‌ଆଇ

କମ୍ପାନୀର ସହ-ପ୍ରତିଷ୍ଠାତା ଶିବମ ଚୌହାନ ଦୈନିକ ଭାସ୍କରକୁ କହିଛନ୍ତି ଯେ ସେ ୨୦୨୮ ସୁଦ୍ଧା ବେଙ୍ଗାଲୁରୁରୁ ଉଡ଼ନ୍ତା ଟ୍ୟାକ୍ସି ସେବା ଆରମ୍ଭ କରିବେ। ଏହା ପରେ, ମୁମ୍ବାଇ, ଦିଲ୍ଲୀ, ନୋଏଡା ଏବଂ ପୁଣେ ଭଳି ସହରରେ ଏୟାର ଟ୍ୟାକ୍ସି ସେବାକୁ ବିସ୍ତାର କରିବାର ଯୋଜନା ରହିଛି।

'ଶୂନ୍ୟ'ରେ ଥରେ ବସି ଯାତ୍ରା କଲେ ଏହାର ଭଡ଼ା ଓଲା-ଉବରର ପ୍ରିମିୟମ୍ ଟ୍ୟାକ୍ସି ସେବା ସହିତ ସମକକ୍ଷ ହେବାର ଯୋଜନା କରାଯାଇଛି। ଯାତ୍ରୀ ପରିବହନ ବ୍ୟତୀତ, ସେ ସହରାଞ୍ଚଳରେ ଜରୁରୀକାଳୀନ ଚିକିତ୍ସା ଆବଶ୍ୟକତା ପୂରଣ କରିବା ପାଇଁ ମାଗଣା ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରିବାର ଘୋଷଣା ମଧ୍ୟ କରିଛନ୍ତି ସହ-ପ୍ରତିଷ୍ଠାତା ଶିବମ ଚୌହାନ। 

ବେଙ୍ଗାଲୁରୁ ସ୍ଥିତ ଏହି ପ୍ଲାଟଫର୍ମଟି ଭାରତର ପ୍ରଥମ ମହିଳା ପାଇଲଟ ସର୍ଲା ଠୁକରାଲଙ୍କ ନାମରେ ନାମିତ କରାଯାଇଛି। ଅକ୍ଟୋବର ୨୦୨୩ ରେ ଆଡ୍ରିଆନ୍ ସ୍ମିଟ, ରାକେଶ ଗାଓଁକର ଏବଂ ଶିବମ୍ ଚୌହାନଙ୍କ ମିଳିତ ହୋଇ ଏହାର ପ୍ରତିଷ୍ଠା କରିଥିଲେ। 

ସର୍ଲା ଆଭିଏସନ୍ ଶୂନ୍ୟକୁ ଏୟାର ଟ୍ୟାକ୍ସି ସେବା ପାଇଁ ଡିଜାଇନ୍ କରିଛି। ଏହା ସର୍ବାଧିକ ୬୮୦ କିଲୋଗ୍ରାମ ଭାର ବହନ କରିପାରିବ।

ପଢନ୍ତୁ- ଦିଲ୍ଲୀରେ ମହିଳା ଆଉ କରିପାରିବେନି ମାଗଣା ବସ୍ ଯାତ୍ରା, ରେଖା ଗୁପ୍ତା ସରକାର ଲଗାଇଲେ ନୂଆ ସର୍ତ୍ତ

ମାରୁତୀ ସୁଜୁକୀର ଫ୍ଲାଇଂ କାର୍: ସରଳା ଆଭିଏସନ୍ ବ୍ୟତୀତ ମାରୁତି ସୁଜୁକି ଇଣ୍ଡିଆ ମଧ୍ୟ ଗ୍ଲୋବାଲ୍ ମୋବିଲିଟି ଏକ୍ସପୋ-୨୦୨୫ରେ ଏହାର ଉଡ଼ନ୍ତା କାରର ପ୍ରୋଟୋଟାଇପ୍ ମଡେଲ୍ ମଧ୍ୟ ପ୍ରଦର୍ଶିତ କରିଛି। ଏହି ବ୍ରାଣ୍ଡ୍‌ ଏହାର ମୂଳ କମ୍ପାନୀ ସୁଜୁକି ମୋଟର କର୍ପୋରେସନ (SMC) ସହିତ ମିଶି ଏକ ଉଡ଼ନ୍ତା ଇଲେକ୍ଟ୍ରିକ୍ କାର ତିଆରି କରୁଛି। ଏଥିପାଇଁ କମ୍ପାନୀ ଜାପାନୀ ଷ୍ଟାର୍ଟଅପ୍ ସ୍କାଏଡ୍ରାଇଭ ସହିତ ପାର୍ଟନର୍ସିପ କରିଛି। ଏଥିସହିତ ମହିନ୍ଦ୍ରା ଓ ଚେନ୍ନାଇର ଭିନାଟା ଏରୋମୋବିଲିଟି କମ୍ପାନୀ ହାଇବ୍ରିଡ୍ ଉଡ଼ନ୍ତା କାର ତିଆରି କରୁଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.