ରେପୋ ରେଟ୍ ସ୍ଥିର ସତ୍ତ୍ବେ SBIର MCLR ବୃଦ୍ଧି; ପ୍ରତି ମାସ ଅଧିକ EMI ଦେବେ ଋଣ ଗ୍ରାହକ

Published By : Prameya-News7 Bureau | June 15, 2024 IST

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ରିପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ । ପୂର୍ବ ଥର ଭଳି ରେପୋ ରେଟ୍ ସ୍ଥିର ରହିଛି । ହେଲେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କୁ ଜୋର୍ କା ଝଟ୍‌କା ଧୀରେ ଦେବା ଆରମ୍ଭ କରି ଦେଲାଣି । ରେପୋ ରେଟ୍ ସ୍ଥିର ରହିଥିଲେ ମଧ୍ୟ ଏସବିଆଇ ହୋମ୍ ଲୋନ୍‌ରେ ଋଣ ପୁଣି ଥରେ ବୃଦ୍ଧି କରିଛି । ଏହାର ଅର୍ଥ ଗ୍ରାହକଙ୍କୁ ଏବେ ଅଧିକ ଇଏମଆଇ ଦେବାକୁ ପଡ଼ିବ । ଆରବିଆଇର ମୁଦ୍ରାନୀତି ବୈଠକର କିଛି ଦିନ ପରେ  ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଋଣ ବୃଦ୍ଧି ଘୋଷଣା କରିଛି । 

ଏସବିଆଇ ଜୁନ ୧୫ ତାରିଖ ଅର୍ଥାତ୍ ଆଜି ଠାରୁ ସମସ୍ତ ଟେନ୍ୟୁର ଉପରେ ନିଜର ମାର୍ଜିନାଲ୍ କଷ୍ଟ ଅଫ୍ ଫଣ୍ଡ୍‌ସ ବେସ୍‌ଡ ଲେଣ୍ଡିଂ ରେଟ୍ ବା (ଏମସିଏଲଆର)ରେ ୧୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛି । ଏହାକୁ ଶତକଡ଼ା ପ୍ରତିଶତରେ ହିସାବ କଲେ ୦.୧%  ହେବ । ଏସବିଆଇର ଏହି ପଦକ୍ଷେପରେ ଏମସିଏଲଆର୍ ଜଡ଼ିତ ସମସ୍ତ ପ୍ରକାର ଲୋନର ଇଏମଆଇ ବଢ଼ିଯାଇଛି । ଏହାର ଅର୍ଥ ଗ୍ରାହକଙ୍କୁ ପ୍ରତିମାସରେ ଅଧିକ ଲୋନ୍ ଇଏମଆଇ ଦେବାକୁ ପଡ଼ିବ । MCLR ସହିତ ହୋମ୍ ଲୋନ୍ ଓ ଅଟୋ ଲୋନ୍ ସହିତ ସମସ୍ତ ପ୍ରକାର ରିଟେଲ୍ ଲୋନ୍ ରହିଛି । 

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏହି କଠୋର ନୀତି ଯୋଗୁ ଗୋଟିଏ ବର୍ଷରେ ଏମସିଏଲଆର- ୮.୬୫ ପ୍ରତିଶତରୁ ବୃଦ୍ଧି ପାଇଁ ୮.୭୫ ପ୍ରତିଶତରେ ପହଞ୍ଚିଛି । ସେହିପରି ଓଭର ନାଇଟ୍ MCLR ୮.୦୦%ରୁ ବଢ଼ି ୮.୧୦% ହୋଇଯାଇଛି ଏବଂ ଗୋଟିଏ ମାସରେ  MCLR ୮.୨୦%ରୁ ବୃଦ୍ଧି ହୋଇ ୮.୩୦%ରେ ପହଞ୍ଚିଛି । ୬ମାସକୁ ହିସାବକୁ ନେଲେ   MCLR ୮.୫୫%ରୁ ବୃଦ୍ଧି ପାଇ ୮.୬୫%ରେ ପହଞ୍ଚିଛି ।  

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.