୮୦ ବର୍ଷରେ ତିନି ଗୁଣା ଅଧିକ ଗରମ ହୋଇଛି ସମୁଦ୍ର ପୃଷ୍ଠ, ବୈଜ୍ଞାନିକଙ୍କ ଚେତାବନୀ-ଭୟଙ୍କର ହେବାକୁ ଯାଉଛି ସ୍ଥିତି

Published By : Prameya-News7 Bureau | April 17, 2025 IST

ନୂଆଦିଲ୍ଲୀ: ସମୁଦ୍ର ପୃଷ୍ଠ ପୂର୍ବ ଅପେକ୍ଷା ଏବେ ଅଧିକ ଗରମ ହୋଇଛି । ଏହି ପରିବର୍ତ୍ତନ କେବଳ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ନାହିଁ, ବରଂ ସାରା ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଛି । ଏକ ବୈଜ୍ଞାନିକ ଅଧ୍ୟୟନରେ ଜଣାପଡ଼ିଛି ଯେ ଗତ ୮୦ ବର୍ଷରେ ସମୁଦ୍ର ପୃଷ୍ଠରେ ଗରମ ଦିନ ସଂଖ୍ୟା ୩ ଗୁଣା ବଢିଛି । ୧୯୪୦ ଦଶନ୍ଧିରେ ପ୍ରତିବର୍ଷ ହାରାହାରି ୧୫ ଦିନ ହିଁ ସମୁଦ୍ର ପୃଷ୍ଠରେ ଅତ୍ୟଧିକ ଗରମ ରେକର୍ଡ ହେଉଥିଲା, ଆଜି ଏହି ସଂଖ୍ୟା ବଢି ପ୍ରାୟ ୫୦ ଦିନ ହୋଇଛି ।

ଏହି ପରିବର୍ତ୍ତନ କେବଳ ସଂଖ୍ୟାର କଥା ନୁହେଁ, ବରଂ ଏହା ଆମ ପୃଥିବୀର ସ୍ୱାସ୍ଥ୍ୟ ଓ ଆମ ଭବିଷ୍ୟତ ପାଇଁ ବିପଦର ଘଣ୍ଟି ମଧ୍ୟ । ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ ବୈଶ୍ୱିକ ତାପମାତ୍ରର ହେଉଥିବା ବୃଦ୍ଧି, ଅର୍ଥାତ୍ ଗ୍ଲୋବାଲ୍ ୱାର୍ମିଂ ଏହାର ମୁଖ୍ୟ କାରଣ । ନୂଆ ଅଧ୍ୟୟନ ଅନୁସାରେ ସମୁଦ୍ରରେ ଅତ୍ୟଧିକ ଗରମର ଘଟଣାର ପ୍ରାୟ ଅଧା କେବଳ ଗ୍ଲୋବାଲ୍ ୱାର୍ମିଂ କାରଣରୁ ହୋଇଛି । ଏହି ରିସର୍ଚ୍ଚ ରିପୋର୍ଟକୁ ଭୂମଧ୍ୟ ସାଗର ପାଇଁ ଉନ୍ନତ ଅଧ୍ୟୟନ ସଂସ୍ଥାନ, ୟୁନିଭର୍ସିଟି ଅଫ୍ ରିଡିଂ, ଇଣ୍ଟରନ୍ୟାସନାଲ୍ ସ୍ପେସ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ ଓ ୟୁନିଭର୍ସିଟି ଅଫ୍ ଦ ବାଲିଆରିକ୍ ଆଇଲ୍ୟାଣ୍ଡର ବୈଜ୍ଞାନକ ପ୍ରସ୍ତୁତ କରିଛନ୍ତି । 

ୟୁନିଭର୍ସିଟି ଅଫ୍ ରିଡିଂର ଡା.ଜିୟାଙ୍ଗୱୋ ଫେଙ୍ଗ କହିଛନ୍ତି ଯେ, ସମୁଦ୍ରିକ୍ ହିଟ୍‌ୱେଭ୍ ଅଣ୍ଡରୱାଟର୍ ଇକୋସିଷ୍ଟମକୁ ଧ୍ୱଂସ କରିବ । ଦୀର୍ଘ ଅବଧି ଯାଏ ସମୁଦ୍ର ପୃଷ୍ଠ ଗରମ ରହିବା ଦ୍ୱାରା କୋରଲ ରିପ୍ସ, ପେଲ୍କ ଜଙ୍ଗଲ ଓ ସୀଗ୍ରାସ ମୋଡିଜ୍ ପରି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଆବାସ ଧ୍ୱଂସ ହୋଇଯିବ । ଏହି ସ୍ଥାନ ସାମୁଦ୍ରିକ ଜୀବଙ୍କ ପାଇଁ ଘର ପରି ଅଟେ । ଯଦି ଏହା ଶେଷ ହୁଏ ତେବେ ପୂରା ସାମୁଦ୍ରିକ ଜୀବନ ସଂକଟରେ ପଡ଼ିପାରେ ।

ସମୁଦ୍ର ପୃଷ୍ଠ ଗରମର ପ୍ରଭାବ କେବଳ ସମୁଦ୍ର ଯାଏ ସୀମିତ ନୁହେଁ । ବୈଜ୍ଞାନିକମାନେ ଚେତାବନୀ ଦେଇ କହିଛନ୍ତି ଯେ ସମୁଦ୍ର ଗରମ ହେଲେ ପରିବେଶ ଅସ୍ଥିର ହେବ । ଯେଉଁଥି ପାଇଁ ବାତ୍ୟା ଓ ପ୍ରବଳ ବର୍ଷା ପରି ଘଟଣାର ମାତ୍ରା ବଢିବ । ଉଦାହରଣ ପାଇଁ ୨୦୨୩ରେ ନ୍ୟୁଜିଲାଣ୍ଡରେ ଆସିଥିବା ବାତ୍ୟା ଗେବ୍ରିଏଲ୍ ସାମଦ୍ରର ଅତ୍ୟଧିକ ଗରମ ଯୋଗୁଁ ଅଧିକ ଶକ୍ତିଶାଳୀ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.