ଭୁବନେଶ୍ବର ୧୬।୫: ବିଜୁ ଜନତା ଦଳର ବିଭିନ୍ନ କମିଟି ଓ ପିଏସିରୁ ବାଦ୍ ପଡିବା ପରେ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂହଙ୍କ ବିସ୍ଫୋରକ ବୟାନ । ସେ କହିଛନ୍ତି, କାହିଁକି ବାଦ୍ ପଡ଼ିଲି ଯେଉଁମାନେ ଦାୟିତ୍ଵରେ ସେମାନେ ଜାଣିଥିବେ । ମୁଁ ସବୁବେଳେ ଖୁସି । ଲୋକଙ୍କ ଆଶୀର୍ବାଦ ସବୁବେଳେ ଅଛି ମୋ ସହ ଅଛି । ବିଧାୟକ ନଥିଲେ ବି ଅଧିକ ସମ୍ମାନ ପାଉଛି । ବରିଷ୍ଠ ନେତା ମେଳି କରି କ’ଣ ଦଳ ବିରୋଧୀ କାର୍ଯ୍ୟ କରିଥିଲେ କି ? ସେମାନଙ୍କ ଭିତରୁ ବି କମିଟିରେ ଅଛନ୍ତି । ସବୁ ନିଷ୍ପତ୍ତି ନବୀନ ବାବୁ ନିଅନ୍ତୁ ବୋଲି ଆମେ ପରାମର୍ଶ ଦେଇଥିଲୁ । ସାଧାରଣରେ ଅନେକ ଚର୍ଚ୍ଚା ହେଉଛି ।
ସାଂସଦ ମୁନା ଖାଁ ଖୁସି ନାହାନ୍ତି ନିଜ ପଦକୁ ନେଇ ବୋଲି ମିଡିଆରୁ ଶୁଣିଲି । ଆହୁରି ବି ନେତା ପଦ ପାଇଲା ପରେ ବି ଅସନ୍ତୁଷ୍ଟ ଅଛନ୍ତି । ମୋ ପାଖେ ସେଭଳି ଖବର ଅଛି । ସାଧାରଣ ଜନତାଙ୍କ ଧାରଣା ଯେ ବିଜେଡ଼ିରେ ବିଶେଷ କିଛି ଢାଞ୍ଚାଗତ ପରିବର୍ତ୍ତନ ହୋଇନାହିଁ । ଏହା ଉପରେ ଯଦି ସମ୍ପୂର୍ଣ୍ଣ ଭାବେ ଦଳ ବିଚାର ନକରେ ତେବେ ଆସନ୍ତା ଦିନରେ ଦଳ ପାଇଁ ଠିକ୍ ହେବନି ବୋଲି ଭୂପିନ୍ଦର କହିଛନ୍ତି । ବିରୋଧୀ ଦଳରେ କେବଳ ଆମେ ନାହୁଁ କଂଗ୍ରେସ ବି ଅଛି । କିନ୍ତୁ ବିଜେଡ଼ି ଆକ୍ରମଣାତ୍ମକ ବିରୋଧୀ ହୋଇପାରୁ ନାହିଁ ବୋଲି ଲୋକଙ୍କ ଭିତରେ ଚର୍ଚ୍ଚା ।
ବିଜେପି ସାଙ୍ଗରେ ବିଜେଡ଼ି ସବୁବେଳେ ନରମରେ ରୁହେ । ଚର୍ଚ୍ଚା ବି ହେଉଛି ପାର୍ଲିଆମେଣ୍ଟ ନିର୍ବାଚନରେ ଜାଣିଶୁଣି ବିଜେପି ପାଇଁ ବ୍ୟବସ୍ଥା କରିଥିଲା ବିଜେଡି । ଯାହା ଚର୍ଚ୍ଚା ହେଉଛି ତାକୁ ଯଦି ଆମେ ମିଛ ଭାବିବା ତାହାଲେ ଫଳ କିଛି ମିଳିବନି ବୋଲି ଭୂପିନ୍ଦର ସିଂହ କହିଛନ୍ତି ।
You Can Read:
କଂଗ୍ରେସ ଆଡକୁ ଢଳିଛନ୍ତି କି ଭୂପିନ୍ଦର, କହିଲେ- ଏବେ ଆଇପିଏଲ୍ ଚାଲିଛି, ଭଲ ପ୍ଲେୟରକୁ ସମସ୍ତେ ନେବାକୁ ଚାହିଁବେ