ନୂଆଦିଲ୍ଲୀ: ପ୍ରଥମେ ହ୍ରାସ ପରେ ପୁଣି ହାଇ ଜମ୍ପ ମାରିଲେ ଶେୟାର ବଜାର। ୧୭ ଏପ୍ରିଲ ଗୁରୁବାର ଷ୍ଟକ୍ ମାର୍କେଟ୍ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ସେନସେକ୍ସ ୧୫୦୯ ପଏଣ୍ଟ (୧.୯୬%) ବୃଦ୍ଧି ପାଇ ୭୮,୫୫୩ ରେ ବନ୍ଦ ହୋଇଛି। ନିଫ୍ଟି ମଧ୍ୟ ୪୧୪ ପଏଣ୍ଟ (୧.୭୭%) ବୃଦ୍ଧି ପାଇ ୨୩,୮୫୨ ରେ ବନ୍ଦ ହୋଇଛି। ସକାଳେ ସେନସେକ୍ସରେ ପ୍ରାୟ ୩୫୦ ପଏଣ୍ଟ ହ୍ରାସ ଘଟିଥିଲା। ଅର୍ଥାତ୍, ସେନସେକ୍ସ ଏହାର ତଳ ସ୍ତରରୁ ପ୍ରାୟ ୧୯୦୦ ପଏଣ୍ଟ ରିକଭର କରିଥିଲା। ନିଫ୍ଟି ମଧ୍ୟ ୧୪୦ ପଏଣ୍ଟ ହ୍ରାସ ପାଇଥିଲା। ନିମ୍ନ ସ୍ତରରୁ ଏହା ପ୍ରାୟ ୫୫୦ ପଏଣ୍ଟ ରିକଭର କରିଥିଲା।
ପଢନ୍ତୁ- ମାତ୍ର ୯୯ ପଇସାରେ ଟିସିଏସ୍କୁ ୨୧ ଏକରୁ ଅଧିକ ଜମି ଦେଲେ ଆନ୍ଧ୍ର ପ୍ରଦେଶ ସରକାର
ସେନସେକ୍ସର ୩୦ଟି ଷ୍ଟକ୍ ମଧ୍ୟରୁ ୨୮ଟିରେ ବୃଦ୍ଧି ଘଟିଛି। ଜୋମାଟୋ ୪.୩୭%, ଆଇସିଆଇସିଆଇ ବ୍ୟାଙ୍କ ୩.୬୮%, ଏୟାରଟେଲ୍ ୩.୬୩%, ସନ୍ ଫାର୍ମା ୩.୫୦% ଏବଂ ଏସବିଆଇ ୩.୨୮% ବୃଦ୍ଧି ପାଇ ବନ୍ଦ ହୋଇଛି। ତେବେ ମାରୁତି ଏବଂ ଟେକ୍ ମହିନ୍ଦ୍ରାରେ ସାମାନ୍ୟ ହ୍ରାସ ଘଟିଛି।
ନିଫ୍ଟିର ୫୦ଟି ଷ୍ଟକ୍ ମଧ୍ୟରୁ ୪୩ଟିରେ ବୃଦ୍ଧି ଘଟିଥିଲା। ଏନଏସଇର ନିଫ୍ଟି ପ୍ରାଇଭେଟ୍ ବ୍ୟାଙ୍କ ଇଣ୍ଡେକ୍ସ ୨.୨୩%, ଫାଇନାନ୍ସିଆଲ୍ ସର୍ଭିସେଜ୍ ୨.୦୫%, ସରକାରୀ ବ୍ୟାଙ୍କ ୧.୬୪%, ତୈଳ ଏବଂ ଗ୍ୟାସ ୧.୨୩% ଏବଂ ଅଟୋ ୧.୦୩% ବୃଦ୍ଧି ପାଇଛି।
ବଜାରରେ ବୃଦ୍ଧିର ୩ଟି କାରଣ:
୧. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୯୦ ଦିନିଆ ଅସ୍ଥାୟୀ ଶୁଳ୍କ ରିହାତି ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (BTA) ଆଲୋଚନାକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି।
୨. ଭାରତ ପରି, ଆମେରିକା ଚୀନ ଉପରେ ଶୁଳ୍କ ଛାଡ଼ କରି ନାହିଁ। ଏଥିପାଇଁ ଏହା ଭାରତୀୟ ରପ୍ତାନିକାରୀଙ୍କୁ ସ୍ୱଳ୍ପ ସମୟ ପାଇଁ ହେଉଛି ପ୍ରତିଦ୍ୱନ୍ଦ୍ୱିତା ମୂଳକ ଲାଭ ମିଳିପାରେ।
୩. ବିଦେଶୀ ନିବେଶକମାନେ ଭାରତୀୟ ବଜାରର ଆଡକୁ ଢଳୁଛନ୍ତି। ସେମାନଙ୍କର ଶେୟାର କିଣିବା ଜାରି ରହିଛି। ୧୬ ଏପ୍ରିଲରେ ବିଦେଶୀ ନିବେଶକ ୩,୯୩୬ କୋଟି ଟଙ୍କାର ଶେୟାର କିଣିଥିଲେ। ତଥାପି, ଘରୋଇ ନିବେଶକମାନେ ୨,୫୧୨ କୋଟି ଟଙ୍କାର ଶେୟାର ବିକ୍ରି କରିଛନ୍ତି।
ପଢନ୍ତୁ- ବିମାନ ଯାତ୍ରୀ ସଂଖ୍ୟା ବୃଦ୍ଧି ହାରରରେ ଚୀନ୍ କୁ ୨୦୨୬ରେ ପଛରେ ପକାଇବ ଭାରତ