କିଏ ସେ ପୂଜା ଦଦ୍‌ଲାନି ? ଯିଏ ସମ୍ଭାଳୁଛନ୍ତି ଶାହରୁଖଙ୍କ ସବୁ କାମ, ଜାଣନ୍ତୁ ତାଙ୍କ ନିଟ୍‌ ମୂଲ୍ୟ

Published By : Prameya-News7 Bureau | May 08, 2023 IST

ମୁମ୍ଵାଇ ୦୮।୦୫: ବଲିଉଡ୍‌ର କିଙ୍ଗ ଖାନ୍‌ ଶାହରୁଖ । ତାଙ୍କ ମ୍ୟାନେଜର ହେଉଛନ୍ତି ପୂଜା ଦାଦଲାନି।ସେ ହେଉଛନ୍ତି ଏପରି ଜଣେ ବ୍ୟକ୍ତି ।ଯାହା କୁ କିଙ୍ଗ ଖାନ ନିଜେ ସୋସିଆଲ ମିଡିଆରେ ଫଲୋ କରନ୍ତି। ପୂଜା ଦାଦଲାନି ଶାହାରୁଖ ଖାନଙ୍କ PR ଠାରୁ ଆରମ୍ଭ କରି ବ୍ୟସ୍ତବହୁଳ କାର୍ଯ୍ୟକୁ ପରିଚାଳନା ପର୍ଯ୍ୟନ୍ତ ସବୁକିଛି କରନ୍ତି ।

Guess The Net Worth Of Shah Rukh Khan's Manager Pooja Dadlani? We're  Mind-Blown!

ବଲିଉଡର ବାଦଶାହ ଖାନ କେବଳ ଜଣେ ସୁପରଷ୍ଟାର ଅଭିନେତା ନୁହଁନ୍ତି, ସେ ମନୋରଞ୍ଜନ ଇଣ୍ଡଷ୍ଟ୍ରିର ଜଣେ ଭେଟେରାନ ବ୍ୟବସାୟୀ ମଧ୍ୟ ଅଟନ୍ତି। ବୋଧହୁଏ ସେ କୋଟିରେ ଖେଳନ୍ତି କିନ୍ତୁ କଣ ଆପଣ ଜାଣନ୍ତି କି ତାଙ୍କ ମ୍ୟାନେଜର ପୂଜା ଦଦଲାନୀଙ୍କ ଦରମା କେତେ? କିଙ୍ଗ ଖାନ ପୂଜାଙ୍କୁ କେତେ ଟଙ୍କା ଦିଅନ୍ତି।  ଯିଏ ଶାହରୁଖଙ୍କ ଷ୍ଟାରଡମକୁ ପ୍ରକୃତରେ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ।

Who is Pooja Dadlani, Shah Rukh Khan's manager - India Today

ପୂଜା ଦଦଲାନୀଙ୍କ ଇନଷ୍ଟାଗ୍ରାମରେ ଖୁବ୍‌ ଆକ୍ଟିଭ୍‌ । ତାଙ୍କ ପେଜ୍‌ରେ ଶାହରୁଖଙ୍କ ଫଟୋ ଅଧିକ ଦେଖିବାକୁ ପାଇବେ ।ପୂଜା ଓ ଶାହାରୁଖ ବହୁତ ଭଲ ବନ୍ଧୁ। ଶାହରୁଖଙ୍କର ଏହି ପ୍ରିୟ ବନ୍ଧୁ ପ୍ରତ୍ୟେକ ଭଲ ଏବଂ ଖରାପ ସମୟରେ କିଙ୍ଗ ଖାନଙ୍କ ପାଖରେ ଛିଡା ହୋଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଶାହାରୁଖଙ୍କ ବନ୍ଧୁ ପୂଜା ଦାଦଲାନିଙ୍କ ନିଟ୍ ମୂଲ୍ୟ ୪୫ ରୁ ୫୦ କୋଟି ମଧ୍ୟରେ ରହିଛି । ଯାହା କ୍ରମାଗତ ଭାବେ ବୃଦ୍ଧି ପାଉଛି।

Shah Rukh Khan Manager Pooja Dadlani's Jaw-Dropping Reported Annual Package  Of 9 Crore Proves She Is Living Her Life 'Queen-Sized'!

ପୂଜା ଦାଦଲାନି ୨୦୧୨ ରେ ଶାହରୁଖଙ୍କ ସହ ଯୋଗ ଦେଇଥିଲେ । କିଙ୍ଗ ଖାନ ପୂଜାକୁ ବାର୍ଷିକ ୭ରୁ ୮ କୋଟି ଟଙ୍କା ପ୍ରଦାନ କରାଯାଉଛି। ତେବେ ପୂଜା ପ୍ରତି ମାସରେ ଶାହାରୁଖଙ୍କ ଠାରୁ ପ୍ରାୟ ୬୬ ଲକ୍ଷ ଟଙ୍କା ଶୁଳ୍କ ପାଇଥା’ନ୍ତି । ପୂଜା ସ୍ନାତକ କରିଥିବା ବେଳେ ମାସ୍‌ ମିଡିଆରେ ପାଠ ପଢିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.