ଭୁବନେଶ୍ବର ୨୪।୧: ପ୍ରାକ୍ ବଜେଟ୍ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଲୋକମତ ସଂଗ୍ରହ ଆମେ କରୁଛୁ । ପ୍ରାକ୍ ବଜେଟ୍ ପରାମର୍ଶ ନେଇ ବୈଠକରେ ସମସ୍ତଙ୍କ ସହ ସବିଶେଷ ଆଲୋଚନା ହୋଇଛି । ସମସ୍ତ ସଦସ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ ମତାମତ ଦେଇ ପାରିବେ ।
ସାଧାରଣ ଲୋକଙ୍କ ପାଇଁ କିପରି ବଜେଟ୍ରେ ଗୁରୁତ୍ୱ ମିଳିବ ସେ ନେଇ ବଜେଟ୍ ପ୍ରସ୍ତୁତ ସମୟରେ ଚିନ୍ତା କରାଯିବ । ରାଜସ୍ୱ କେମିତି ବଢିବ ସେ ନେଇ ସରକାର ଚିନ୍ତା କରୁଛନ୍ତି । ଶିଳ୍ପ, ପର୍ଯ୍ୟଟନ କ୍ଷେତ୍ରକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶାରେ କିପରି ଆମର ଜିଡିପି ବଢିବ ସେଥିପାଇଁ ଆମେ କୃଷିଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ୱ ଦେଉଛୁ । ବିକଶିତ ଗାଁ ବିକଶିତ ଓଡ଼ିଶା ଭଳି ଯୋଜନା ଆରମ୍ଭ କରିବାକୁ ଯାଉଛୁ । ଗାଁରେ ଆୟର ସୋର୍ସ ତିଆରି କରିବା ପାଇଁ ସରକାର ଯୋଜନା କରିଛନ୍ତି । ଗାଁ ଲୋକ ଆଉ ସହରକୁ ଆସିବେ ନାହିଁ । ଶ୍ରମିକ, ଚାଷୀ, ନିଯୁକ୍ତି କ୍ଷେତ୍ରରେ ଆଶା ରଖିଥିବା ବେକାର ଯୁବକ, ସରକାରୀ ପଦବୀ ପୂରଣ ଭଳି କ୍ଷେତ୍ର ବଜେଟ୍ରେ ପ୍ରତିଫଳିତ ହେବ । ୨୦ ହଜାର ନିଯୁକ୍ତି ଦେଇ ସାରିଛୁ । ଚଳିତ ଆର୍ଥିକ ବର୍ଷ ଆହୁରି ୨୦ ହଜାର ନିଯୁକ୍ତି ଦେବୁ । ଆଗକୁ ୨ ବର୍ଷ ମଧ୍ୟରେ ୬୫ ହଜାରରୁ ଅଧିକ ପଦବୀ ପୂରଣ କରିବୁ । ଅନଲାଇନ ମାଧ୍ୟମରେ ୬ ହଜାରରୁ ଅଧିକ ପ୍ରସ୍ତାବ ଆସିବ ବୋଲି ଆକଳନ କରାଯାଉଛି । ୨୦୨୫-୨୬ରେ ଆହୁରି ଅନେକ ଯୋଜନା ସାମିଲ କରିବେ ସରକାର । ତେଣୁ ବଜେଟ୍ର ଆକାର ବହୁତ ବଢିବ ।
You Can Read:
ରାତି ଅଧରେ ଧାନ ମଣ୍ଡିରେ ଅଚାନକ ପହଞ୍ଚିଗଲେ ଭଦ୍ରକ ଜିଲ୍ଲାପାଳ, ପରଖିଲେ ସ୍ଥିତି