ଶ୍ରୀରାମନଗର SBI ଏଟିଏମ୍‌ ଲୁଟ୍ ଘଟଣା, ଗଙ୍ଗୁଆ ନାଳରୁ ମିଳିଲା ଭଙ୍ଗା ମେସିନ, ଲୁଟେରାଙ୍କୁ ଧରିବାକୁ ତନାଘନା

Published By : Prameya-News7 Bureau | January 24, 2025 IST

ଭୁବନେଶ୍ବର ୨୪/୧:  ରାଜଧାନୀରେ ମାତିଛନ୍ତି ଲୁଟେରା । ସୁଯୋଗ ଦେଖି ଯେଉଁଠି ପାରୁଛନ୍ତି  କଳାକନା ବୁଲାଉଛନ୍ତି । ଆପାର୍ଟମେଣ୍ଟ,ମନ୍ଦିର, ଘର କାହାକୁ ଛାଡୁନାହାନ୍ତି ଲୁଟେରା । ଭୁବନେଶ୍ବର ସାମନ୍ତରାପୁର ସ୍ଥିତ ଶ୍ରୀରାମନଗରର ଏସ୍‌ବିଆଇ ATM ଲୁଟ୍‌ର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ବିଳମ୍ବିତ ରାତିରେ ଏଟିଏମ୍‌ ତାଡି ମେସିନ ଧରି ଛୁ ମାରିଥିଲେ ଲୁଟେରା । ସକାଳୁ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ।

ଅଭିଯୋଗ ଆଧାରରେ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ କରିଥିଲା ଧଉଳି ଥାନା ପୋଲିସ । ଶେଷରେ ଗଙ୍ଗୁଆ ନାଳରୁ ମିଳିଛି ଭଙ୍ଗା ଏଟିଏମ୍‌ ମେସିନ । ଲୁଟେରାମାନେ ଏଟିଏମରୁ ପଇସା ନେଇ ମେସିନ ନାଳରେ ଫୋପାଡି ଦେଇଥିବା ସୂଚନା ଦେଇଛି ପୋଲିସ । ନାଳ ପାଖରେ ଗୋଟିଏ ଡାଲା ଅଟୋକୁ ଜବତ କରିଛି ପୋଲିସ । ଏଟିଏମ୍‌ ତାଡିବା ପରେ ଏହି ଅଟୋ ବ୍ୟବହାର କରାଯାଇଥିବା ସନ୍ଦେହ କରାଯାଉଛି । ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଆଧାରରେ ଲୁଟେରାଙ୍କୁ ଧରିବାକୁ ପୋଲିସ ଧରପଗଡ ଆରମ୍ଭ କରିଛି । 

  • bhubaneswar
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.