ଶାନ୍ତନୁ ନାଇଡୁଙ୍କୁ ଟାଟା ମୋଟର୍ସରେ ମିଳିଲା ବଡ଼ ଦାୟିତ୍ବ, ସେୟାର କଲେ ଭାବବିହ୍ବଳପୂର୍ଣ୍ଣ ପୋଷ୍ଟ

Published By : Prameya-News7 Bureau | February 04, 2025 IST

ନୂଆଦିଲ୍ଲୀ: ସ୍ବର୍ଗତ ରତନ ଟାଟାଙ୍କ ଘନିଷ୍ଠ ତଥା ତାଙ୍କର ମ୍ୟାନେଜର ଶାନ୍ତନୁ ନାଇଡୁଙ୍କୁ ଟାଟା ମୋଟର୍ସରେ ମିଳିଲା ବଡ଼ ଦାୟିତ୍ବ। ଶାନ୍ତନୁଙ୍କୁ ଟାଟା ମୋଟର୍ସର ଜେନେରାଲ ମ୍ୟାନେଜର ଏବଂ ଷ୍ଟ୍ରାଟେଜି ଇନିସିଏସଟିଭର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି। ଏନେଇ ଶାନ୍ତନୁ ନିଜେ ଲିଙ୍କ୍ଡଇନ୍‌ରେ ନୂଆ ଏକ ଭାବବିହ୍ବଳପୂର୍ଣ୍ଣ ପୋଷ୍ଟ ସେୟାର କରିଛନ୍ତି।

ନାଇଡୁ ଲିଙ୍କ୍ଇନ୍‌ରେ ଲେଖିଛନ୍ତି ‘‘ମତେ ଖୁସି ଲାଗୁଛି ଯେ, ମୁଁ ଟାଟା ମୋଟର୍ସରେ ଜେନେରାଲ ମ୍ୟାନେଜର ହେଡ- ଷ୍ଟ୍ରାଟେଜିକ ଇନିସିଏଟିଭ ଭାବରେ ଏକ ନୂଆ ପଦ ସମ୍ଭାଳୁଛି।ମୋର ମନେ ଅଛି ଯେତେବଳେ ମୋ ବାପା ଧଳା ସାର୍ଟ ଏବଂ ନାଭି ପ୍ୟାଣ୍ଟରେ ଟାଟା ମୋଟର୍ସ ପ୍ଲାଣ୍ଟରୁ ଘରକୁ ଫେରୁଥିଲେ। ଆଉ ମୁଁ ତାଙ୍କୁ ଝରକାରୁ ତାଙ୍କୁ ଅପେକ୍ଷା କରୁଥାଏ। ଏବେ ମୁଁ ବି ତାହା କରିବାକୁ ଯାଉଛି।’’ ଏହା ସହ ନାଇଡୁ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଫଟୋରେ ଶାନ୍ତନୁ ଏକ ଟାଟା ନାନୋ କାର୍‌ ସହ ପୋଜ୍ ଦେଉଛନ୍ତି।

ବଡ଼ କଥା ହେଲା ରତନ ଟାଟଙ୍କ ସହ ନାଇଡୁଙ୍କ ସଂପର୍କ କେବଳ ପ୍ରୋଫେସନାଲ ହିଁ ନୁହେଁ ବ୍ୟକ୍ତିଗତ ମଧ୍ୟ। ଏମିତିକି ରତନ ଟାଟା, ନାଇଡୁଙ୍କୁ ନିଜ ସମ୍ପତ୍ତିର କିଛି ସେୟାର ମଧ୍ୟ ତାଙ୍କ ନାଁରେ କରିଛନ୍ତି। 

ଶାନ୍ତନୁ ନାଇଡୁ ୨୦୧୪ରେ ସାବିତ୍ରୀବାଈ ଫୁଲେ ପୁଣେ ବିଶ୍ବବିଦ୍ୟାଳୟରେ ଇଞ୍ଜିନିୟରିଂର ଡିଗ୍ରି ସାରିବା ପରେ ୨୦୧୬ରେ କର୍ଣ୍ଣେଲ ବିଶ୍ବବିଦ୍ୟାଳୟରେ ଏମବିଏ କରିଥିଲେ। ୨୦୧୮ରେ ଶାନ୍ତନୁ ନାଇଡୁ ରତନ ଟାଟାଙ୍କ ସହାୟକଙ୍କ ଭାବରେ କାମ ଆରମ୍ଭ କରିଥିଲେ। ପରେ ରତନ ଟାଟାଙ୍କ ସହ ତାଙ୍କର ବନ୍ଧୁତା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.