ଶତ୍ରୁଘ୍ନ ସିହ୍ନାଙ୍କ ବଡ ବୟାନ, କହିଲେ-ଦେଶରେ ଆମିଷ ବନ୍ଦ କରିବା ଉଚିତ୍

Published By : Prameya-News7 Bureau | February 06, 2025 IST

ମୁମ୍ଵାଇ ୦୬।୦୨; ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନା। ୟୁନିଫର୍ମ ସିଭିଲ କୋଡ୍ (ୟୁସିସି)କୁ ପ୍ରଶଂସା କରିବା ସହ ସାରା ଦେଶରେ ଆମିଷ ଖାଦ୍ୟ ଖାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଦେଶରେ କେବଳ ଗୋମାଂସ ନୁହେଁ, ଆମିଷ ଖାଦ୍ୟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବା ଉଚିତ୍। 

ଗୋମାଂସ ନିଷେଧ ପ୍ରସଙ୍ଗ ଉଠାଇ ଶତ୍ରୁଘ୍ନ ସିହ୍ନା କହିଛନ୍ତି, ଏହାକୁ ଅନେକ ସ୍ଥାନରେ ନିଷେଧ କରାଯାଇଛି ଏବଂ ଏହା ଠିକ୍। ସେ କହିଥିଲେ, ଯଦି ଆପଣ ମତେ ପଚାରନ୍ତି, ଗୋମାଂସ ନିଷେଧ ଠିକ୍ । ପୁରା ଦେଶରେ ଗୋମାଂସ କାହିଁକି, ଆମିଷ ନିଷେଧ ହେବା ଉଚିତ୍ । ଏହା ମୋର ମତ । କେନ୍ଦ୍ର ପ୍ରତି ଅସନ୍ତୋଷ ପ୍ରକାଶ କରି ସେ କହିଛନ୍ତି ଯେ ଆପଣ ଅନେକ ସ୍ଥାନରେ ଗୋମାଂସକୁ ନିଷିଦ୍ଧ କରିଛନ୍ତି ଏବଂ ଅନେକ ସ୍ଥାନରେ ଏହାକୁ ନିଷିଦ୍ଧ କରିନାହାଁନ୍ତି। ଉତ୍ତର-ପୂର୍ବରେ କ’ଣ ଅଛି? ସେ କହିଛନ୍ତି ଯେ ଗୋମାଂସ ସମ୍ପର୍କରେ ଉତ୍ତର ଭାରତରେ ‘ମମି’ ଏବଂ ଉତ୍ତର-ପୂର୍ବରେ ‘ୟୁମି’ ନୀତି କାମ କରିବ ନାହିଁ।

ସମାନ ନାଗରିକ ସଂହିତା ବିଷୟରେ କହିବା ସମୟରେ ଶତ୍ରୁଘ୍ନ ସିହ୍ନା କହିଥିଲେ ଯେ ୟୁସିସିରେ ଅନେକ ଜଟିଳତା ରହିଛି। ଏହା ଉପରେ ଆଲୋଚନା କରିବା ପାଇଁ ଏକ ସର୍ବଦଳୀୟ ବୈଠକ ହେବା ଉଚିତ। ସମସ୍ତଙ୍କ ମତାମତ ନିଆଯିବା ଉଚିତ। ଏବଂ ଏହାକୁ ନିର୍ବାଚନ କିମ୍ବା ଭୋଟ ଦୃଷ୍ଟିକୋଣରୁ ଦେଖାଯିବା ଉଚିତ୍ ନୁହେଁ। ଏହା ସତର୍କତା ଏବଂ ବୁଝାମଣାର ସହିତ କରାଯିବା ଉଚିତ। ଶତୃଘ୍ନ କହିଛନ୍ତି, ଯଦି ଏହାକୁ ଆଲୋଚନା ପରେ ସତର୍କତାର ସହ କାର୍ଯ୍ୟକାରୀ କରାଯାଏ, ତେବେ ଏହାର ସକାରାତ୍ମକ ଫଳାଫଳ ମିଳିବ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.