ମୃତ୍ୟୁ ପୂର୍ବରୁ ପରବର୍ତ୍ତୀ ଜନ୍ମ ବିଷୟରେ ଖୁଲାସା କରିଥିଲେ ଶେଫାଳୀ, କହିଲେ-ଯାହା ଚାହୁଁଛ କର…

Published By : Prameya-News7 Bureau | June 30, 2025 IST

ମୁମ୍ଵାଇ ୩୦।୦୬; ଅଭିନେତ୍ରୀ ଏବଂ ମଡେଲ ଶେଫାଲି ଜରିୱାଲା ଆଉ ଏହି ଦୁନିଆରେ ନାହାନ୍ତି। ତାଙ୍କ ମୃତ୍ୟୁ ପରେ ଅନେକ କଥା କୁହାଯାଉଛି। ଶୁଣିବାକୁ ମିଳିଛି ଯେ ସେ ବାର୍ଦ୍ଧକ୍ୟ ବିରୋଧୀ ଔଷଧ ଖାଉଥିଲେ। କିଛି ରିପୋର୍ଟରେ କୁହାଯାଇଛି ଯେ ଶେଫାଲି ଯୁବା ଦେଖାଯିବା ପାଇଁ ଅନେକ ପ୍ରକାରର ଅସ୍ତ୍ରୋପଚାର ମଧ୍ୟ କରିଥିଲେ। ହେଲେ ଏକ ସାକ୍ଷାତକାରରେ ଶେଫାଲି କହିଥିଲେ ଯେ ସେ ଚର୍ମ ଡାକ୍ତରଙ୍କ ପାଖକୁ ଯାଉଥିଲେ। କିନ୍ତୁ ସେ କ'ଣ କରିଛନ୍ତି ତାହା କହିବାକୁ ମନା କରିଦେଇଥିଲେ। ଏହି ସମୟରେ ସେ ପରବର୍ତ୍ତୀ ଜୀବନ ବିଷୟରେ କହିଥିଲେ।

ପାରସ ଛାବ୍ରାଙ୍କ ପଡକାଷ୍ଟରେ ଶେଫାଲି କହିଥିଲେ ଯେ ଯେଉଁମାନେ ସୁନ୍ଦର ଦେଖାଯିବା ପାଇଁ ଅସ୍ତ୍ରୋପଚାର କିମ୍ବା ଅନ୍ୟ କିଛି ଆଶ୍ରୟ ନିଅନ୍ତି ସେମାନେ ଭୁଲ ନୁହଁନ୍ତି। ସେ କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତି ସୁନ୍ଦର ଦେଖାଯିବାକୁ ଚାହାଁନ୍ତି। ଏଥିରେ କିଛି ଭୁଲ ନାହିଁ। ପାରସ ପଚାରନ୍ତି, "ତୁମେ କ'ଣ ଜଣେ ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ପାଖକୁ ଯାଅ? ଯିଏ ବୁଟକ୍ସ, ଫିଲର୍ସ, ଫେସ୍ ସର୍ଜରୀ କରେ।" ଏହାର ଉତ୍ତରରେ ଶେଫାଲି କୁହନ୍ତି, "ପ୍ଲାଷ୍ଟିକ୍ ସର୍ଜନମାନେ ଭିନ୍ନ ଏବଂ ଚର୍ମ ଡାକ୍ତରମାନେ ଭିନ୍ନ।" ପାରସ ପଚାରନ୍ତି, "ତୁମେ କ'ଣ କରିଛ?" ଶେଫାଲି କୁହନ୍ତି, "ଏହା କହିବା ଭଳି କଥା ନୁହେଁ।" ଏହା ସହ ଶେଫାଲି କହିଥିଲେ ଯେ ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି। ଯଦି ତୁମର ଉଚ୍ଚତା ଛୋଟ, ତେବେ ତୁମେ ଉଚ୍ଚ ହେବାକୁ ଚାହିଁବ। ଏଥିରେ କ'ଣ ଭୁଲ ଅଛି?   

ଶେଫାଲି ଆହୁରି କହିଥିଲେ, "ତୁମେ ଯାହା ଚାହୁଁଛ କର। ତୁମେ ଏହି ଜୀବନରେ ଜନ୍ମ ନେଇଛ। ତୁମେ ଭାଗ୍ୟବାନ। ତୁମେ ଯାହା କରିବାକୁ ଚାହୁଁଛ ତାହା କର। ଯଦି ତୁମେ ପରବର୍ତ୍ତି ଜନ୍ମରେ ମୂଷା ବା ଅସରପା ହୋଇ ଜନ୍ମ ନିଅ ତୁମେ କ'ଣ କରିବ? ତୁମେ ମଣିଷ ଜନ୍ମ ପାଇଛ ମାନେ ଭାଗ୍ୟବାନ। ତେଣୁ ଏପରି କାମ କର ଯାହା ତୁମକୁ ଖୁସି ଲାଗୁଛି। ହଁ, କାହାକୁ କଷ୍ଟ ଦିଅ ନାହିଁ। କିନ୍ତୁ ଯଦି ତୁମେ ନିଜକୁ ଉନ୍ନତ କରିବା ପାଇଁ କିଛି କରିପାରିବ, ତେବେ ଏଥିରେ ଅସୁବିଧା କ'ଣ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.