ରିଲେସନ୍ କନଫର୍ମ କଲେ ରାହୁଲ-ଶ୍ରଦ୍ଧା, ସୋସିଆଲ୍ ମିଡିଆରେ ପୋଷ୍ଟ କଲେ ଲଭ ବାର୍ଡ

Published By : Prameya-News7 Bureau | June 20, 2024 IST

ନୂଆଦିଲ୍ଲୀ ୨୦/୦୬:  ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଛନ୍ତି  ଅଭିନେତ୍ରୀ ଶ୍ରଦ୍ଧା କପୁର । ସିନେ ଲେଖକ ରାହୁଲ ମୋଦିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ବହୁ  ଦିନ ଧରି ଚର୍ଚ୍ଚା ହେଉଛି । କିନ୍ତୁ ଉଭୟ କେବେ ବି ଏ ବିଷୟରେ ଖୋଲି କହିନାହାନ୍ତି । 

ଏବେ ଶ୍ରଦ୍ଧାଙ୍କ ସୋସିଆଲ ମିଡିଆ ପୋଷ୍ଟ୍‌ ଦେଖିବା ପରେ ଜଣାପଡୁଛି, ରାହୁଲ ମୋଦିଙ୍କ ସହ ନିଜ ସମ୍ପର୍କକୁ ସେ ସ୍ପଷ୍ଟ କରିଛନ୍ତି । ଶ୍ରଦ୍ଧା ଇନ୍‌ଷ୍ଟାଗ୍ରାମ୍‌ରେ ରାହୁଲଙ୍କ ସହ ଏକ ସେଲ୍‌ଫି ପୋଷ୍ଟ୍‌ କରି କ୍ୟାପ୍‌ସନ ଲେଖିଛନ୍ତି ‘ହୃଦୟ  ରଖିନିଅ... ନିଦ ତ ଫେରାଇ ଦିଅ ।’ ପ୍ରଥମ  ଥର ଶ୍ରଦ୍ଧା ରାହୁଲଙ୍କ ପାଇଁ ଏହି ଔପଚାରିକ  ପୋଷ୍ଟ୍‌ ଶେୟାର କରିଛନ୍ତି । 

ଅନେକ ସମୟରେ  ଶ୍ରଦ୍ଧା-ରାହୁଲଙ୍କୁ ଏକାଠି ଦେଖିବାକୁ ମିଳିଛି । ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ସେଲିବ୍ରେସନ୍‌ ପାଇଁ ଜାମନଗର ଯିବା ସମୟରେ ମୁମ୍ବାଇ  ବିମାନବନ୍ଦରରେ ଉଭୟ ଏକାଠି  ନଜର ଆସିଥିଲେ । ରିପୋର୍ଟ  ଅନୁସାରେ, ଦୁହିଁଙ୍କ ପରିବାର  ଏହି ସମ୍ପର୍କକୁ ନେଇ ରାଜି  ଅଛନ୍ତି । ଫିଲ୍ମ ‘ତୁ ଝୁଠୀ ମେଁ  ମକ୍କାର’ର ସୁଟିଂ ସମୟରେ  ଶ୍ରଦ୍ଧା-ରାହୁଲଙ୍କ ସାକ୍ଷାତ ହୋଇଥିଲା । ଲେଖକ  ଭାବେ ରାହୁଲ ଏହି ଫିଲ୍ମ  ସହ ଯୋଡ଼ି ହୋଇଥିଲେ ।  

ସୁଟିଂ ସମୟରେ ଉଭୟଙ୍କ ସମ୍ପର୍କ ନିବିଡ଼ ହୋଇଥିଲା । ରାହୁଲ  ‘ପ୍ୟାର କା ପଞ୍ଚନାମା-୨’  ଓ ‘ସୋନୁ କେ ଟିଟୁ କି  ସ୍ୱିଟି’ରେ ମଧ୍ୟ ଲେଖକ  ଭାବେ କାମ କରିଥିଲେ ।  ସୂଚନାଯୋଗ୍ୟ, ୨୦୨୨ ମସିହାରେ  ଫଟୋଗ୍ରାଫର  ରୋହନ ଶ୍ରେଷ୍ଠଙ୍କ  ସହ ଶ୍ରଦ୍ଧାଙ୍କର  ବ୍ରେକ୍‌ଅପ  ହୋଇଥିଲା । ତା’ପରେ ରାହୁଲ ତାଙ୍କ ଜୀବନକୁ ଆସିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.