ଭାଇଜାନ୍‌ଙ୍କ ବଡ ପ୍ରଶଂସକ; ୧.୭୨ ଲକ୍ଷ ଟଙ୍କା ଦେଇ କିଣିଲେ ‘ସିକନ୍ଦର’ ଟିକେଟ

Published By : Prameya-News7 Bureau | March 31, 2025 IST

ମୁମ୍ଵାଇ ୩୧।୦୩; ବକ୍ସ ଅଫିସରେ ସଲମାନ ଖାନ-ରଶ୍ମିକା ମନ୍ଦାନାଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍ ଫିଲ୍ମ 'ସିକନ୍ଦର' ରିଲିଜ୍‌ ହୋଇଛି। ଇଦ୍ ଅବସରରେ ମୁକ୍ତିଲାଭ କରିଥିବା ଫିଲ୍ମ ପାଇଁ ପ୍ରଶଂସମାନେ ଭାରି ଖୁସି । ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସଲମାନଙ୍କ ଜଣେ ପ୍ରଶଂସକ ୧.୭୨ ଲକ୍ଷ ଟଙ୍କାର ଟିକେଟ୍‌ କିଣି ବାଣ୍ଟୁଥିବା ଦେଖିବାକୁ ମିଳେ।

ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ସଲମାନ ଏହି ଟିକେଟ୍ ପ୍ରାୟୋଜିତ କରିଛନ୍ତି କି, ସେ ଏହାକୁ ଅସ୍ୱୀକାର କରି କହିଛନ୍ତି ଯେ ସୁପର୍‌ଷ୍ଟାରଙ୍କ ଫିଲ୍ମକୁ ପ୍ରମୋସନ କରିବା ନେଇ ସେ ପୂର୍ବରୁ ମଧ୍ୟ ଅନେକ ସହରରେ ଏହା କରିଛନ୍ତି। ସଲମାନଙ୍କ ଏହି ଡାଏ ହାର୍ଟ ଫ୍ୟାନ୍‌ଙ୍କ ନାଁ ହେଉଛି କୁଲଦୀପ କାସୱାନ। ସେ ରାଜସ୍ଥାନର ବାସିନ୍ଦା। କୁଲଦୀପ କହିଛନ୍ତି ଯେ ସେ ତାଙ୍କର ପ୍ରିୟ ତାରକାଙ୍କୁ ସମର୍ଥନ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି। ସେ ୧.୭୨ ଲକ୍ଷ ଟଙ୍କା ମୂଲ୍ୟର ଟିକେଟ୍ କିଣି ମାଗଣାରେ ବାଣ୍ଟୁଛନ୍ତି । ଯାହା ଦ୍ୱାରା ଅଧିକ ଲୋକ ବଡ ପରଦାରେ ଭାଇଜାନଙ୍କ ଯାଦୁ ଦେଖିପାରିବେ। ଏହା ପୂର୍ବରୁ ସେ ମଧ୍ୟ ଅନେକ ସହରରେ ଏମିତି କରିଛନ୍ତି।

ସେ କହିଥିଲେ, "ମୁଁ ସଲମାନଙ୍କ ପାଇଁ କିଛି ବି କରିବି। ତାଙ୍କ ଜନ୍ମଦିନରେ ମୁଁ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଥିଲି ଏବଂ ବର୍ତ୍ତମାନ ମୁଁ ଟିକେଟ୍ ବାଣ୍ଟିଛି । ମୁଁ ପ୍ରାୟ ୧ ଲକ୍ଷ ୭୨ ହଜାର ଟଙ୍କା ଖର୍ଚ୍ଚ କରି ୮୦୦ ଟିକେଟ୍ କିଣିଛି ଏବଂ ମୁଁ ଏସବୁକୁ ଗରିବ ଲୋକଙ୍କୁ ବାଣ୍ଟିବି, ଯେଉଁମାନ ଫିଲ୍ମ ଦେଖିପାରିବେ।"ଭାଇଜାନଙ୍କ ଜନ୍ମଦିନରେ ୬.୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅଭାବୀ ଲୋକଙ୍କୁ ପୋଷାକ ବଣ୍ଟନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.