ସୋହା ଅଲ୍ଲି ଖାନଙ୍କ ବିବାହକୁ ପୂରିଲା ୧୦ ବର୍ଷ, ସ୍ଵାମୀ କୁନାଲଙ୍କ ପାଇଁ ସେୟାର କଲେ ସୁନ୍ଦର ପୋଷ୍ଟ

Published By : Prameya-News7 Bureau | January 26, 2025 IST

ମୁମ୍ଵାଇ ୨୬।୦୧; ବଲିଉଡ କପଲ ସୋହା ଅଲ୍ଲି ଖାନ ଏବଂ କୁନାଲ ଖେମୁ। ବଲିଉଡର ସବୁଠାରୁ ପ୍ରିୟ ଯୋଡ଼ି ମଧ୍ୟରୁ ଜଣେ। ଏହି ଯୋଡ଼ି ସବୁବେଳେ ପରସ୍ପର ଉପରେ ପ୍ରେମ ବର୍ଷା କରୁଥିବାର ଦେଖାଯାଆନ୍ତି। ପ୍ରଶଂସକମାନେ ମଧ୍ୟ ଏହି ଯୋଡ଼ିକୁ ବହୁତ ପସନ୍ଦ କରନ୍ତି। ସୋହା ଅଲ୍ଲି ଖାନ ଏବଂ କୁନାଲ ଖେମୁ ଆଜି ସେମାନଙ୍କର ୧୦ମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ସ୍ୱତନ୍ତ୍ର ଦିନରେ, ସୋହା ତାଙ୍କ ସ୍ୱାମୀ କୁନାଲଙ୍କୁ ସ୍ୱତନ୍ତ୍ର ଭାବେ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଛନ୍ତି।

ସୋହା ଅଲ୍ଲି ଖାନ ଇନଷ୍ଟାରେ କୁନାଲ ଖେମୁଙ୍କ ସହିତ ତାଙ୍କର ୧୦ ବର୍ଷ ବିବାହ ଯାତ୍ରାର ଖୁସିକୁ ପାଳନ କରିର ଏକ ହୃଦୟସ୍ପର୍ଶୀ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସୋହା, କୁନାଲଙ୍କ ସହ ବିତାଇଥିବା ସ୍ପେଶାଲ ମୁହୂର୍ତ୍ତଗୁଡ଼ିକ ଦେଖିବାକୁ ମିଳିଛି । 

ଭିଡିଓ ଆରମ୍ଭରୁ ସେମାନଙ୍କର ବିବାହର ଭିଡିଓ ଥିବା ସହ ସେମାନେ ପରସ୍ପରକୁ ଆଲିଙ୍ଗନ କରୁଥିବାର ନଜର ଆସିଛନ୍ତି । ଏହା ବ୍ୟତୀତ ଛୁଟି ଉପଭୋଗ କରିବାର ଅନେକ ଫଟୋ ଓ ଭିଡିଓ ରହିଛି। ଏହି ସୁନ୍ଦର ଭିଡିଓ ସହିତ, ସୋହା ତାଙ୍କ ସ୍ୱାମୀ କୁନାଲଙ୍କ ପାଇଁ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଲେଖିଛନ୍ତି ଯେ "ଦଶ ବର୍ଷ ପରେ... ମୁଁ ଏବେ ବି ଭଲପାଉଛି ଏବଂ ମୁଁ ସବୁବେଳେ ଭଲପାଇବି" ବୋଲି ଲେଖିଛନ୍ତି ସୋହା।  ପ୍ରଶଂସକମାନେ ଏହି ଭିଡିଓ ଉପରେ ବହୁତ କମେଣ୍ଟ କରୁଛନ୍ତି । ସେମାନଙ୍କ ବିବାହ ବାର୍ଷିକୀରେ ଅଭିନନ୍ଦନ ଜଣାଉଛନ୍ତି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.