ରାଜ୍ୟ ସଭାପତି ନିର୍ବାଚନ ପାଇଁ କେନ୍ଦ୍ରର ନୋଟିଫିକେସନକୁ ଅପେକ୍ଷା : BJP ଉପସଭାପତି

Published By : Prameya-News7 Bureau | January 26, 2025 IST

ଭୁବନେଶ୍ବର ୧: ରାଜ୍ୟ ସଭାପତି ନିର୍ବାଚନ ପାଇଁ କେନ୍ଦ୍ରର ନୋଟିଫିକେସନକୁ ଅପେକ୍ଷା ରହିଛି ବୋଲି ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ କହିଛନ୍ତି । କେନ୍ଦ୍ରରୁ ନିର୍ବାଚନ ଅଧିକାରୀ ଓଡ଼ିଶା ଆସିଲେ ସମସ୍ତଙ୍କ ସହ କଥା ହୋଇ ରାଜ୍ୟ ସଭାପତି ନିର୍ବାଚନ ସାରିବେ । ରାଷ୍ଟ୍ରୀୟ ନିର୍ବାଚନରେ ଭାଗ ନେବ ଓଡ଼ିଶା ବିଜେପି । ୨୩ ଜିଲ୍ଲାରେ ନିର୍ବାଚନ ଶେଷ ହୋଇଛି । ବାକି ୧୪ ସାଙ୍ଗଠନିକ ଜିଲ୍ଲାର ନିର୍ବାଚନ ଖୁବଶୀଘ୍ର ଶେଷ ହେବ ବୋଲି ସେ କହିଛନ୍ତି ।

ଭାରତୀୟ ଜନତା ପାର୍ଟିର ନିୟମ ଅନୁସାରେ ଅଧାରୁ ଅଧିକ ଜିଲ୍ଲା ସଭାପତି ନିର୍ବାଚନ ପରେ ରାଜ୍ୟ ସଭା ନିର୍ବାଚନ ହୋଇଥାଏ । ଏହାକୁ ଦେଖିଲେ ଆମର ୩୭ଟି ସାଙ୍ଗଠନିକ ଜିଲ୍ଲା ଏଥି ମଧ୍ୟରୁ ୨୩ଟି ଜିଲ୍ଲାର ନିର୍ବାଚନ ଶେଷ ହୋଇଛି । ବାକି ରହିଥିବା ୧୪ଟି ଜିଲ୍ଲାର ନିର୍ବାଚନ ବହୁତ ଶୀଘ୍ର ଶେଷ ହେବ । ବର୍ତ୍ତମାନ କେନ୍ଦ୍ରର କାର୍ଯ୍ୟ ରାଜ୍ୟ ସଭାପତି ପାଇଁ କେବେ ନୋଟିଫିକେସନ କରିବେ । ରାଜ୍ୟ ନିର୍ବାଚନ ପାଇଁ ନିୟୋଜିତ ସଞ୍ଜୟ ଜୋଶ୍ୱାଳ ଓଡିଶା ଆସିବେ । ସମସ୍ତଙ୍କ ସହିତ ଆଲୋଚନା କରି ରାଜ୍ୟ ସଭାପତି ନିର୍ବାଚନ ମଧ୍ୟ ଶେଷ କରିବେ । ଶୃଙ୍ଖଳାର ସହିତ ଆମର ଜିଲ୍ଲା ସଭାପତି ନିର୍ବାଚନ ଶେଷ ହୋଇଛି । ଏବେ ଯେଉଁ ପ୍ରକାର ରାଜ୍ୟର ନିର୍ବାଚନ ପ୍ରକ୍ରିୟା ଚାଲିଛି ସେଇ ଅନୁସାରେ ରାଷ୍ଟ୍ରୀୟ ନିର୍ବାଚନ ପୂର୍ବରୁ ଓଡ଼ିଶାର ନିର୍ବାଚନ ଶେଷ ହେବ ଆଉ ଓଡ଼ିଶା ରାଷ୍ଟ୍ରୀୟ ନିର୍ବାଚନରେ ଭାଗ ନେବ ।  

You Can Read:

ମୃତ ଛାତ୍ରଙ୍କ ପରିବାର ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ, ୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.