ଗୀତ ପାଇଁ ଟ୍ରୋଲ ହେଉଛନ୍ତି ଉର୍ବଶୀ, ନେଟିଜେନ୍‌ କହିଲେ-ଏ କି କୋରିଓଗ୍ରାଫି…

Published By : Prameya-News7 Bureau | January 27, 2025 IST

ମୁମ୍ଵାଇ ୨୭।୦୧; ଅଭିନେତ୍ରୀ ଉର୍ବଶୀ ରୌତେଲା।  ବିଭିନ୍ନ କାରଣରୁ ଚର୍ଚ୍ଚାରେ ଥାଆନ୍ତି । କେତେବେଳେ ପ୍ରେମ ସଂପର୍କକୁ ନେଇ ତ ,ଆଉ କେତେବେଳେ ବିବାଦୀୟ ମନ୍ତବ୍ୟ କାରଣରୁ । ଏବେ ତାଙ୍କୁ ପୁଣିଥରେ ନେଟିଜେନ୍‌ଙ୍କ କଟାକ୍ଷର ଶିକାର ହେବାକୁ ପଡ଼ିଛି । ଉର୍ବଶୀ ଏବଂ ନନ୍ଦମୁରି ବାଲକୃଷ୍ଣ ଫିଲ୍ମ ‘ଡାକୁ ମହାରାଜ’ର ‘ଦାବିଡି ଦିବିଡି’  ଗୀତରେ ଯେଉଁଭଳି ଭାବେ ନାଚିଛନ୍ତି ତାହାକୁ ସହଜରେ ହଜମ କରିପାରିନାହାନ୍ତି ନେଟିଜେନ୍‌ । କିଭଳି ଭାବେ ଏମିତି  ଅଶାଳୀନ ନୃତ୍ୟ ପ୍ରଦର୍ଶନ କରାଯାଏ। ଗୀତ ରିଲିଜ୍‌ ହେବାର   କିଛି ସମୟ ମଧ୍ୟରେ ପ୍ରଶ୍ନ ଉଠାଇଛନ୍ତି ନେଟିଜେନ୍‌ । 

ଅନେକେ  ପୁଣି ସିଧା ଏହାକୁ ‘କୁରୁଚିକର’ ନୃତ୍ୟ ବୋଲି ଆପତ୍ତି ଉଠାଇଛନ୍ତି ।  ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡି଼ଛି ଉର୍ବଶୀ  ଓ ନନ୍ଦମୁରିଙ୍କୁ । ହେଲେ ବକ୍ସ ଅଫିସରେ ଫିଲ୍ମଟି  ସଫଳ ହୋଇଛି ବୋଲି ପ୍ରଯୋଜକ ଦାବି  କରିଛନ୍ତି । ନନ୍ଦମୁରି ଯେଉଁଭଳି ଭାବେ  ଉର୍ବଶୀଙ୍କ ସହ ଆଚରଣ ପ୍ରଦର୍ଶନ କରିଛନ୍ତି ତାହା ନେଟିଜେନ୍‌ଙ୍କୁ  ପସନ୍ଦ ହୋଇନାହିଁ ।  ନେଟିଜେନ୍‌ଙ୍କ   କଟାକ୍ଷ ଶୁଣି  ଉର୍ବଶୀ ବି ଚୁପ୍‌  ରହିନାହାନ୍ତି । ବରଂ କହିଛନ୍ତି  ନନ୍ଦମୁରିଙ୍କ ଭଳି ଜଣେ ମହାତାରକାଙ୍କ ସହ କାମ କରିବା ନିହାତି  ଭାବେ ସମ୍ମାନଜନକ । 

ତାଙ୍କ  ସହିତ ଏହି ନୃତ୍ୟ ଆଦୌ  ସାଧାରଣ କଥା ନୁହେଁ । ଏହି ନୃତ୍ୟର ଅଭ୍ୟାସ ସେମାନେ ଦୁଇଜଣ କରିଛନ୍ତି ।  ତାଙ୍କ ସହିତ କାମ କରିବା ନିଶ୍ଚିତ ଭାବେ  ସୌଭାଗ୍ୟର କଥା । ତେବେ ଉର୍ବଶୀଙ୍କ ଏଭଳି  ଉତ୍ତର ପଢ଼ି ନେଟିଜେନ୍‌ ଆହୁରି କ୍ଷୋଭ ପ୍ରକାଶ  କରିଛନ୍ତି । କେହି କେହି ଏହା ଲେଖିଛନ୍ତି  ଉର୍ବଶୀ ହୁଏତ ନିଜକୁ ଅତି ଉଚ୍ଚକୋଟୀର  ଅଭିନେତ୍ରୀ ବୋଲି ଭାବୁଛନ୍ତି । ଯାହା କି ଆଦୌ  ସତ ନୁହେଁ । ଉଚ୍ଚକୋଟୀର ଅଭିନେତ୍ରୀ  ହେବାକୁ ଗଲେ ସହନଶୀଳ ମନୋଭାବର  ପରିଚୟ ଦେବା ଉଚିତ ବୋଲି ମଧ୍ୟ କେହି  କେହି ମନ୍ତବ୍ୟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.