ଭୁବନେଶ୍ଵର: ସାଧାରଣତନ୍ତ୍ର ଦିବସରେ ରାଜ୍ୟ ବିକାଶର ହିସାବକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରି ପୂର୍ବ ସରକାର ସମୟରେ ଓଡ଼ିଶା ଅଭିଶପ୍ତ ଥିଲା ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଯେଉଁଥି ପାଇଁ ଲୋକେ ୨୪ବର୍ଷ ଶାସନକୁ ମୁହଁ ବୁଲେଇଛନ୍ତି ବୋଲି କହିଛନ୍ତି। ସେପଟେ ଶଙ୍ଖ ଭବନରେ ଜାତୀୟ ପତାକା ଉତ୍ତୋଳନ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜେ କାଉଣ୍ଟର ଜବାବ ରଖି ନିଜ ୨୪ ବର୍ଷ ଶାସନରେ ହିସାବ ରଖିଛନ୍ତି ।
ନବୀନ କହିଛନ୍ତି ଓଡିଶା, ବିକାଶ କ୍ଷେତ୍ରରେ ଅନେକ ମାଇଲ ଷ୍ଟୋନ ହାସଲ କରିଛି । ରାଜ୍ୟ ଆର୍ଥିକ କ୍ଷେତ୍ରରେ ଏକ ନମ୍ବର ହୋଇଛି । ଭାରତ ସରକାର, ନୀତି ଆୟୋଗ ଆମ କାମକୁ ପ୍ରଶଂସା କରିଛନ୍ତି ବୋଲି କହିଛନ୍ତି ନବୀନ । ଦୁଇ ମୁଖିଆଙ୍କ ଏଭଳି ବୟାନକୁ ନେଇ ତେଜିଛି ରାଜନୀତି ।
Also read: ଭାଙ୍ଗିଲା ବିଜେଡିର ସମସ୍ତ ସଂଗଠନ, ସୁପ୍ରିମୋଙ୍କ ଅନୁମୋଦନ ପରେ ଘୋଷଣା
ସାଧାରଣତନ୍ତ୍ର ଦିବସ ଅବସରରେ ଶଂଖ ଭବନରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟପଟେ ବିଜେପି ପାର୍ଟି ଅଫିସରେ ପତାକା ଉତ୍ତୋଳନ କରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପତାକା ଉତ୍ତୋଳନ ପରେ ଦୁଇ ଦଳର ସଭାପତିଙ୍କ ଅଭିଭାଷଣରେ ରାଜ୍ୟ ବିକାଶର ହିସାବକୁ ନେଇ ତେଜିଛି ରାଜନୀତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନିଜ ଅଭିଭାଷଣରେ ପୂର୍ବ ସରକାରକୁ ନିଶାନା କରିଥିଲେ ।
ମନମୋହନ କହିଥିଲେ ଯେ, ପୂର୍ବ ସରକାର ସମୟରେ ଓଡ଼ିଶା ଅଭିଶପ୍ତ ଥିଲା । ପୂର୍ବରୁ ଲୋକେ କହୁଥିଲେ ଓଡିଶା ଅଭିଶପ୍ତ ଥିଲା । ସମସ୍ତେ ପରିବର୍ତ୍ତନ ଚାହୁଁଥିଲେ, ଓଡ଼ିଶାରେ ଶାସନର ପରିବର୍ତ୍ତନ ହୋଇଛି । ଲୋକେ ୨୪ବର୍ଷ ଶାସନକୁ ମୁହଁ ବୁଲେଇଛନ୍ତି । ଆମକୁ ଦୟିତ୍ଵ ଦେଇଛନ୍ତି । ଆମ ସରକାର ଆସିଛି, ସ୍ବାବଲମ୍ବୀ ନୀତିରେ ଆମେ ଚାଲିଛୁ । ରାଜନୈତିକ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ଆମେ ଯେଉଁ ସକଳ୍ପ ନେଇଥିଲୁ ତାହା କରିଛୁ । ଏଥର ଆମକୁ ସୁଯୋଗ ମିଳିଛି, ବିକାଶକୁ ତ୍ବରାନ୍ବିତ କରିବା ପାଇଁ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ମନମୋହନ।
Also read: ରାଜ୍ୟ ସଭାପତି ନିର୍ବାଚନ ପାଇଁ କେନ୍ଦ୍ରର ନୋଟିଫିକେସନକୁ ଅପେକ୍ଷା : BJP ଉପସଭାପତିc
ସେପଟେ ଶଙ୍ଖ ଭବନରୁ ବିଜେପି ସଭାପତି ମନମୋହନଙ୍କୁ କାଉଣ୍ଟର କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଅଭିଭାଷଣରେ ଗତ୨୪ ବର୍ଷର ନିଜ ଶାସନର ଗୁଣଗାନ କରିଛନ୍ତି । ନବୀନ କହିଛନ୍ତି ୨୪ ବର୍ଷ ମଧ୍ୟରେ ବିକାଶ କ୍ଷେତ୍ରରେ ଅନେକ ମାଇଲ ଷ୍ଟୋନ ହାସଲ କରିଛି ଓଡିଶା । ଭାରତ ସରକାର, ନୀତି ଆୟୋଗ ଆମ କାମକୁ ପ୍ରଶଂସା କରିଛନ୍ତି । ଓଡିଶା ଆର୍ଥିକ କ୍ଷେତ୍ରରେ ୧ ନମ୍ବର ହୋଇଛି । ଓଡିଶାବାସୀଙ୍କ ସେବା ଜାରି ରଖିବାକୁ ଦଳୀୟ କର୍ମୀଙ୍କୁ ଆହ୍ବାନ ଦେଇଥିଲେ ନବୀନ ।
୨୦୨୪ ନିର୍ବାଚନ ପରେ ରାଜ୍ୟରେ ରାଜନୈତିକ ଦୃଶ୍ୟ ପଟ୍ଟ ବଦଳିଛି । ନୂଆ ସରକାର ଆସିବା ପରେ ଗତ ୨୪ ବର୍ଷର ଶାସନ ଆଉ ବିଜେପି ସରକାର ୭ ମାସର ଶାସନକୁ ତୁଳନା କରି ଦୁଇ ଦଳ ଭିତରେ ନେତାଙ୍କ ବୟାନବାଜି ବି ତେଜିଛି ।