ମାଲକାନଗିରି ୨୭।୦୧ : ମାଓବାଦୀଙ୍କ ବର୍ବର କାଣ୍ଡ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ହିଂସା । ପୋଲିସ ଇନ୍ଫର୍ମର ସନ୍ଦେହରେ ଜଣେ ସାଧାରଣ ଆଦିବାସୀଙ୍କୁ ନିର୍ମମ ଭାବେ ଗଳା କାଟି ହତ୍ୟା କରିଛନ୍ତି ଲାଲ୍ବାହିନୀ ।
ଖବର ଅନୁଯାୟୀ, ଭୈରବଗଡ଼ ଥାନା ଅନ୍ତର୍ଗତ କେଶାମୁଣ୍ଡି ଗାଁର ଭଦ୍ରୁ ଶୋଡି ରବିବାର ରାତିରେ ଖାଇ ସାରି ଶୋଇଥିଲେ । ଏହି ସମୟରେ ୨୫ ରୁ ୩୦ ଜଣ ମାଓବାଦୀ ଭଦ୍ରୁଙ୍କ ଘରେ ପହଞ୍ଚି ତାଙ୍କୁ ଡାକିଥିଲେ । ସେ ଘର ବାହାରକୁ ଆସିବା ମାତ୍ରେ ମାଓବାଦୀମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ପୋଲିସ ଇନ୍ଫର୍ମର ସନ୍ଦେହରେ ଭଦ୍ରୁ ଶୋଡିଙ୍କ ଗଳା କାଟି ହତ୍ୟା ହତ୍ୟା କରିଛନ୍ତି ମାଓବାଦୀ । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ସୂଚନା ମିଳିଛି । ଛତିଶଗଡ଼ ପୋଲିସ, ଓଡିଶା ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ମିଳିତ ଉଦ୍ୟମରେ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ମାଲକାନଗିରି-ଛତିଶଗଡ଼ ସୀମାନ୍ତରେ ମାଓ ବିରୋଧୀ ଅପରେସନକୁ ଜୋରଦାର କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶରେ ଚାଲିଥିଲା ଏହି ଅପରେସନ । ଯାହାଫଳରେ ୩ ଦିନ ଧରି ନନ୍ଷ୍ଟପ୍ ଚାଲିଥିବା ଅପରେସନରେ ଏକାଧିକ ମାଓବାଦୀ ନିହତ ହୋଇଥିଲେ । ଯାହାକି ଲାଲ୍ ସଂଗଠନକୁ ଶକ୍ତ ଧକ୍କା ଲାଗିଥିଲା ।
ବାରବାଟୀରେ ବିସିସିଆଇ ଚିଫ୍ କ୍ୟୁରେଟର, ପିଚ୍ ଏବଂ ଆଉଟ୍ଫିଲ୍ଡର ପରଖିଲେ ସ୍ଥିତି