ବିବାହର ୨୪ ବର୍ଷ ପରେ ଅଲଗା ହେବେ ଅଭିନେତା-ପ୍ରଯୋଜକ ସୋହେଲ୍ ଖାନ୍ ଓ ପତ୍ନୀ ସୀମା ସଚଦେବ

Published By : Prameya-News7 Bureau | May 13, 2022 IST

ମୁମ୍ବାଇ: ବିବାହର ୨୪ ବର୍ଷ ପରେ ଅଲଗା ହେବେ ଅଭିନେତା ପ୍ରଯୋଜକ ସୋହେଲ ଖାନ୍ ଓ ସୀମା ସଚଦେବ। ଦୁହେଁ ୧୯୯୮ରେ ବିବାହ କରିଥିଲେ। ହେଲେ କିଛିଦିନ ହେଲା ଉଭୟ ଅଲଗା ରହୁଥିଲେ। ଏବେ ଦୁହେଁ ଛାଡ଼ପତ୍ର ଆବଦେନ କରିଥିବା ସୂଚନା ମିଳିଛି। ଏଥିପାଇଁ ଆଜି(ମେ ୧୩) ଉଭୟଙ୍କୁ ମୁମ୍ବାଇର ଏକ ଫ୍ୟାମିଲି କୋର୍ଟରେ ଦେଖିବାକୁ ମିଳିଥିଲା।

{"id":627927,"width":771,"height":493,"sizeSlug":"full","linkDestination":"none"}

ଏହା ପୂର୍ବରୁ ସୋହେଲଙ୍କ ବଡ଼ ଭାଇ ଅର୍ବାଜ ଖାନ୍‌ଙ୍କର ମଲାଇକା ଅରୋରାଙ୍କ ସହିତ ଛାଡ଼ପତ୍ର ହୋଇଥିଲା। ଏଥିରେ ଉଭୟ ମଲାଇକା ଓ ଅର୍ବାଜଙ୍କ ସହମତି ରହିଥିଲା। ସୂଚନା ଅନୁସାରେ, ଭଡ଼ ଭାଇ ସଲମାନ ଖାନ୍‌ ଏବେବି ଅବିବାହିତ ରହିଥିବା ବେଲେ ଦୁଇ ଭାଇ ସୋହେଲ ଓ ଅର୍ବାଜ କିନ୍ତୁ ବିବାହ କରିଥିଲେ। ପୂର୍ବରୁ ବଡ଼ବାଇ ଅର୍ବାଜଙ୍କ ଡିଭୋର୍ସ ହୋଇଥିବା ବେଳେ ଏବେ ସୋହେଲ ମଧ୍ୟ ଛାଡ଼ପତ୍ର ଦେଇଛନ୍ତି।

{"id":627928,"sizeSlug":"full","linkDestination":"none"}

ଏନେଇ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଖାନ୍ ପରିବାରର ଜଣେ ନିକଟତର ବ୍ୟକ୍ତି। ସେ କହିଛନ୍ତି "ଶେଷ ସମୟରେ ଉଭୟେ ଏହି ନିଷ୍ପତ୍ତି ନେଇଥିଲେ। ତେଣୁ କାହାକୁ ଖବର ଜଣାଯାଇ ନାହିଁ। ଉଭୟ ନିଷ୍ପତ୍ତିକୁ ଗୋପନ ରଖି ଡିଭୋର୍ସ ଆବେଦନ କରିବାକୁ ଚାହୁଁଥିଲେ। ସୋହେଲ୍ ଓ ସୀମା କିଛି ବର୍ଷ ହେଲା ଅଲଗା ରହୁଥିଲେ।" ତେବେ ଉଭୟଙ୍କ ଛାଡ଼ପତ୍ରର ପ୍ରକୃତ କାରଣ ଜଣାପଡ଼ି ନାହିଁ। ୨୦୧୭ରେ ସୀମା-ସୋହେଲଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି।

ସୀମା-ସୋହେଲ ଲଭ୍ ଷ୍ଟୋରୀ ଥିଲା ଏମିତି...

Huma Qureshi BREAKS SILENCE on rumours of link-up with Sohail Khan!

ସୀମା ଓ ସୋହେଲଙ୍କ ଲଭ୍ ଷ୍ଟୋରୀ କେଉଁ ଫିଲ୍ମ ଓ ଉପନ୍ୟାସ ଠାରୁ ବି କମ୍ ନୁହେଁ। ସୋହେଲ ସୀମାଙ୍କ ପ୍ରେମରେ ପଡ଼ିବା ପରେ ତାଙ୍କ ପାଇଁ ଦିୱାନା ହୋଇଯାଇଥିଲେ। ଜାତି ଧର୍ମ ଭୁଲି ସେ ଅଧ ରାତିରେ ମୌଲବୀଙ୍କୁ ଅପହରଣ କରି ସୀମାଙ୍କ ନିକାହ(ବିବାହ) କରିଥିଲେ।

{"width":769,"height":527}
Sohail Khan ran away from home and got married; now wife Seema runs  business worth crores - OrissaPOST

କୁହାଯାଏ ଯେ ଚଙ୍କି ପାଣ୍ଡେଙ୍କ ନିର୍ବନ୍ଧ ପାର୍ଟିରେ ସୋହେଲ ଓ ସୀମାଙ୍କର ପ୍ରଥମ ଦେଖା ହୋଇଥିଲା। ପାର୍ଟିରେ ଦୁଇ ଜଣଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତ୍ୱ ହୋଇଥିଲା। ପରେ ପରସ୍ପର ଭଲପାଇ ବସିଥିଲେ। ସୀମା ସଚଦେବ ଅଭିନେତା ଚଙ୍କି ପାଣ୍ଡେଙ୍କର ସମ୍ପର୍କୀୟା। ଫେଶନ୍‌ ଡିଜାଇନ୍‌ରେ ନିଜର କ୍ୟାରିୟର କରିବାକୁ ସେ ମୁମ୍ବାଇ ଚାଲିଆସିଥିଲେ। ଏଠାରେ ତାଙ୍କୁ ସଫଳତା ମିଳିଥିଲା। ଆଜି ସୀମା ଜଣେ ଫେମସ୍‌ ଫ୍ୟାସନ୍ ଡିଜାଇନର ଭାବରେ ଜଣାଶୁଣା।

୧୯୯୮ ମାର୍ଚ୍ଚ ୧୫ ତାରିଖରେ ପୂରା ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ ସୀମା-ସୋହେଲ୍। ଦୁହେଁ ପ୍ରଥମେ ନିକାହ ପଢ଼ିବା ପରେ ହିନ୍ଦୁ ପରମ୍ପରା ଅନୁସାରେ ମନ୍ଦିରରେ ବିବାହ କରିଥିଲେ। ଏହି ଦମ୍ପତିଙ୍କର ନିର୍ବାଣ ଓ ୟୋହାନ ନାମରେ ଦୁଇ ପୁଅ ମଧ୍ୟ ଅଛନ୍ତି।

{"width":766,"height":446}
Sohail Khan Marriage, Wife Seema, Biography, Wiki - celebrity news |  entertainment news

 

ସୀମା-ସୋହେଲ ଦୁହେଁ ପରସ୍ପର ଭଲପାଇବା ପରେ ସାଧାରଣ ପରିବାର ପରି ସୀମାଙ୍କ ପରିବାରରେ ବି ଅସନ୍ତୋଷର ଝଡ଼ ଉଠିଥିଲା। ସୋହେଲ ଅଲଗା ଧର୍ମର ହୋଇଥିବାରୁ ସୀମାଙ୍କ ପରିବାର ଏହି ବିବାହରେ ଖୁସି ନଥିଲେ। ଏଥିପାଇଁ ସୀମାଙ୍କୁ ସୋହେଲ୍‌ଙ୍କ ସହିତ ମିଶିବାକୁ ଦିଆଯାଉ ନଥିଲା। ଏହି କାରଣରୁ ସୋହେଲ ସୀମାଙ୍କୁ ଅପହରଣ କରି ନେଇ ରାତି ଅଧରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

Malaika- Arbaaz, Sohail- Seema Celebrate Eid Together With The Khan-Daan!

ଦିନେ ହଠାତ୍ ସୀମା ରାତିରେ ଘର ଛାଡ଼ି ସୋହେଲଙ୍କ ଘରକୁ ଚାଲିଆସିଥିଲେ। ସୋହେଲଙ୍କ ବାପା ତଥା ଫିଲ୍ମ ଲେଖକ ସଲୀମ ଖାନ୍ ରାତିରେ ସୀମାଙ୍କୁ ଦେଖି ପ୍ରଥମେ ତଟସ୍ଥ ହୋଇଯାଇଥିଲେ। କାରଣ ସେ ଦୁହିଁଙ୍କର ପ୍ରେମ ବିଷୟରେ ଜାଣିନଥିଲେ। ପରେ ପୁଅ ସୋହେଲ ଓ ସୀମାଙ୍କ ଠାରୁ ସବୁ ଶୁଣିବା ପରେ ଦୁହିଁଙ୍କର ବିବାହ କରିବାକୁ ରାଜି ହୋଇଥିଲେ।

FIR Lodged Against Salman Khan's Brothers, Arbaaz And Sohail And His  Nephew, Nirvan Khan For This

ରାତି ସାଢ଼େ ତିନିଟା ସମୟରେ ସଲୀମ ଖାନ୍‌ଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଥିଲେ। ସେହି ରାତିରେ ମସ୍‌ଜିଦ୍‌ରେ ଜଣେ ମୌଲବୀଙ୍କୁ ଅପହରଣ କରାଯ।ଇଥିଲା। ତାଙ୍କୁ ଅପହରଣ କରି ଆଣିବା ପରେ ମୌଲବୀ ଖୁବ୍ ରାଗିଯାଇଥିଲେ। ହେଲେ ସଲୀମ ଖାନଙ୍କୁ ଦେଖିବା ପରେ ଶାନ୍ତ ପଡ଼ିଥିଲେ। ଭୋର ୩.୩୦ରେ ନିକାହ ପଢ଼ି ଉଭୟଙ୍କ ବିବାହ ହୋଇଥିଲା।   

{"width":771,"height":771}
Sohail Khan eloped with Seema Sachdev in a true film style on the day of  his movie, Pyar Kiya To Darna Kya released

ସୂଚନା ଅନୁସାରେ, ସୋହେଲ୍‌ ଓ ସୀମାଙ୍କର ଛାଡ଼ପତ୍ରର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଘଟଣା ସହିତ ଅଭିନେତ୍ରୀ ହ୍ୟୁମା କ୍ୟୁରେସୀଙ୍କର ଲିଙ୍କ୍ ରହିଛି ବୋଲି କୁହାଯାଉଛି। ଛାଡ଼ପତ୍ର ଆବେଦନ ପୂର୍ବରୁ ସୀମା ସଲମାନଙ୍କ ଘରେ ନୁହେଁ ବରଂ ବାନ୍ଦ୍ରା ସ୍ଥିତ ତାଙ୍କ ଫ୍ଲାଟ୍‌ରେ ରହିଆସୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.