ପାରିବାରିକ କଳହର କରୁଣ ପରିଣତି, ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାର ଜୀବନ

Published By : Prameya-News7 Bureau | July 11, 2024 IST

ପଦ୍ମପୁର ୧୧।୦୭ : ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାର ଜୀବନ। ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଡୁଙ୍ଗୁରିପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। 

ଖବର ଅନୁଯାୟୀ, ଡୁଙ୍ଗୁରିପାଲି ଗାଁର ଧନଞ୍ଜୟ ଅଜଗର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ମତାନ୍ତର ଲାଗି ରହୁଥିଲା। ଫଳରେ ତାଙ୍କର ବଡ଼ ପୁଅ ବିଦ୍ୟାଧର ମାକୁ ମାମୁଁ ଘରକୁ ପଠାଇ ଦେଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଧନଞ୍ଜୟ ନିଶାଗ୍ରସ୍ତ ଅବସ୍ଥାରେ ବିଦ୍ୟାଧରଙ୍କୁ ଗାଳିଗୁଲଜ କରିଥିଲେ। ଦୁହିଁଙ୍କ ମଧ୍ୟରେ କଳହ ଉଗ୍ରରୂପ ନେଇଥିଲା। ଏହି ସମୟରେ ବିଦ୍ୟାଧର ଧନଞ୍ଜୟଙ୍କ ଉପରକୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଧନଞ୍ଜୟ ଲହୁଲୁହାଣ ହୋଇପଡିଥିଲେ। ପରେ ପଡୋଶୀ ଧନଞ୍ଜୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ଧନଞ୍ଜୟଙ୍କ ମୃତ୍ୟୁ ଘଟିଛି। ତାଙ୍କର ଶବ ବ୍ୟବଚ୍ଛେଦ ପରେ ଗାଁକୁ ଅଣାଯିବ ବୋଲି ଜଣାପଡ଼ିଛି।

  • bargarh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.