ମୁମ୍ଵାଇ ୦୬।୦୨: ବଲିଉଡ୍ର ଫ୍ୟାଶନ ଆଇକନ୍ ଅଭିନେତ୍ରୀ ସୋନମ କପୁର। ଦିଲ୍ଲୀରେ ତାଙ୍କର ଏବଂ ଆନନ୍ଦ ଅହୁଜାଙ୍କ ଘରେ ଏକ ସ୍ଵତନ୍ତ୍ର ଲଞ୍ଚ ପାର୍ଟି ରଖିଥିଲେ। ସେ ଏହି ଲଞ୍ଚ ପାର୍ଟିର ଏବଂ ତାଙ୍କ ଘର ଭିତର ଫଟୋ ସେୟାର କରିଛନ୍ତି। ଯାହା କୌଣସି ପ୍ରାସାଦଠାରୁ କମ୍ ନୁହେଁ । ଯାହାର ମୂଲ୍ୟ କୋଟି କୋଟି ବୋଲି କୁହାଯାଉଛି। ନିକଟରେ ସୋନମ କପୁର ଅହୁଜା ତାଙ୍କ ଦିଲ୍ଲୀ ଘରେ ଏକ ସ୍ଵତନ୍ତ୍ର ପାର୍ଟିର ଆୟୋଜନ କରି ଭାରତର ସଂସ୍କୃତି ପାଳନ କରିଥିଲେ। ଏହି ପାର୍ଟି ପାଇଁ ସୋନମ ଏକ ଗାଢ ନୀଳ ରଙ୍ଗର ପୋଷାକ ପିନ୍ଧିଥିଲେ ।
ସୋନମ ଏହି ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରିଥିଲେ। ଯାହା ପ୍ରଶଂସକମାନଙ୍କୁ ତାଙ୍କ ବିଳାସପୂର୍ଣ୍ଣ ଘର ଭିତରର ଫଟୋ ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁଯାୟୀ, ଲନ୍ ଏବଂ ପ୍ରଶସ୍ତ କୋଠରୀ ସହିତ ଏହି ବିଳାସପୂର୍ଣ୍ଣ ଘରର ମୂଲ୍ୟ ୧୭୩ କୋଟି ଟଙ୍କା ।
ରିପୋର୍ଟ ଅନୁଯାୟୀ, ସୋନମ କପୁର ଏବଂ ବ୍ୟବସାୟୀ ଆନନ୍ଦ ଅହୁଜାଙ୍କ ଏହି ବିଳାସପୂର୍ଣ୍ଣ ମହଲ ଦିଲ୍ଲୀର ଅନ୍ୟତମ ସ୍ଥାନ ପୃଥିରାଜ ରୋଡରେ ଅବସ୍ଥିତ। କୁହାଯାଏ ଯେ ସୋନମଙ୍କ ଏହି ଘର ୩୧୭୦ ବର୍ଗ ମିଟର ଉପରେ ବ୍ୟାପିଛି, ଯାହା ଭିତରୁ ବହୁତ ସୁନ୍ଦର ।
ଇନଷ୍ଟାଗ୍ରାମରେ ଏହି ମଧ୍ୟାହ୍ନ ଭୋଜନର ଫଟୋ ସେୟାର କରୁଥିବାବେଳେ ସୋନମକ୍ୟାପସନ ଦେଇଛନ୍ତି, ଏକ ମଧ୍ୟାହ୍ନ ଭୋଜନ ଯେଉଁଥିରେ ଭାରତ ବିଷୟରେ କୁହାଯାଇଥିଲା। ଆମ ଅତିଥିମାନଙ୍କୁ ଆମ ଦେଶର ଅଫର୍ ଆୟୋଜନ ତଥା ସୁନ୍ଦର ଭାବରେ ଉପସ୍ଥାପନ କରିବାରେ ମୋତେ ସାହାଯ୍ୟ କରିଥିବାରୁ ସିଆ, ଇରା, କରଣ, ରଜନୀତ୍ ଏବଂ ମାରୁତ୍ଙ୍କୁ ଧନ୍ୟବାଦ ।ମୋ ପାଇଁ ଏହି ବିଶେଷ ପୋଷାକ ଡିଜାଇନ୍ କରିଥିବାରୁ ମୋର ପ୍ରିୟ ବନ୍ଧୁ କୁନାଲ ରାୱଲଙ୍କୁ ଧନ୍ୟବାଦ .. ଏହା ମୋର ପ୍ରିୟ ପୋଷାକ ମଧ୍ୟରୁ ଗୋଟିଏ। ସତରେ ଏହା ଆଧୁନିକ ଭାରତର ଝଲକ ।
ସେମାନଙ୍କ ବ୍ୟାକ୍ଗ୍ରାଉଣ୍ଡରେ ଭଗବାନ ଶିବଙ୍କ ବାହନ ନନ୍ଦୀଙ୍କ ପ୍ରତିମୂର୍ତ୍ତି ଥିଲା। କାଠ ଟେବୁଲ , ମହମବତୀ, ରୂପା ହାତୀର ମୂର୍ତ୍ତି ଏବଂ ସହ ରୁପାର ପାତ୍ର ଦେଖିବାକୁ ମିଳିଥିଲା । ନାଲି ଫୁଲ, ମହମବତୀ ଏବଂ ରୂପା ବାସନରେ ସଜାଯାଇଥିବା ସୋନମ ତାଙ୍କ ଡାଇନିଂ ଟେବୁଲର ଝଲକ ମଧ୍ୟ ଦେଖାଇଥିଲେ। ସୋନମଙ୍କ ଡାଇନିଂ ଉପରେ ଥିବା ବିଶାଳ ଝୁମର ମୁଖ୍ୟ ଆକର୍ଷଣ ଥିଲା । ବର୍ତ୍ତମାନ ଏହାର ପଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
wp:embed {"url":"https://www.prameyanews7.com/grammy-awards-2024/","type":"wp-embed","providerNameSlug":"prameya-news-7"} /wp:embed