ଟାଙ୍ଗୀ ୧୦।୧: ଭିଜିଲାନ୍ସ ପଞ୍ଝାରେ ସୋରଣ ARI କୈଳାଶ ଚନ୍ଦ୍ର ବେହେରା । ଜଣେ ଭୂମିହୀନ ବ୍ୟକ୍ତିଙ୍କୁ ବସୁନ୍ଧରା ଯୋଜନାରେ ସରକାରୀ ଅନୁକମ୍ପାମୂଳକ ଜମି ଯୋଗାଇ ଦେବା ପାଇଁ ନଥିପତ୍ର ପ୍ରସ୍ତୁତ କରିବା ପାଇଁ ଜନୈକ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭୁବନେଶ୍ୱର ଭିଜିଲାନ୍ସ ଟିମ୍ । ଖୋର୍ଦ୍ଧା ଜିଲ୍ଲାର ଚିଲିକା ତହସିଲ ଅଧିନସ୍ଥ ସୋରଣ RI ଅଫିସରେ ARI ଭାବେ କାର୍ଯ୍ୟ କରନ୍ତି କୈଳାଶ ଚନ୍ଦ୍ର ବେହେରା । ଭିଜିଲାନ୍ସ ହାତରେ ରେଡ୍-ହ୍ୟାଣ୍ଡ୍ରେ ଧରାପଡିଛନ୍ତି ARI କୈଳାଶ ଚନ୍ଦ୍ର ବେହେରା ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହିପରି ଲାଞ୍ଚ ନେଇ ଧରାପଡିଥିଲେ କୈଳାଶ ଚନ୍ଦ୍ର ବେହେରା । ଉକ୍ତ ମାମଲା ବିଚାରାଧିନ ଥିବା ବେଳେ ଶୁକ୍ରବାର ପୁଣି ଲାଞ୍ଚ ନେବା ଘଟଣାରେ ARI କୈଳାଶ ଚନ୍ଦ୍ର ବେହେରା ଧରାପଡିଛନ୍ତି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
You Can Read:
ବିଶାଲ ଦାସ ଓ ଅନ୍ୟ ମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଲା ଛତିଶଗଡ଼ ପୋଲିସ