ମୁମ୍ବାଇ: କିଛିଦିନ ତଳେ ମମ୍ବାଇର ଗୌରବ ଆହୁଜା ନାମକ ଜଣେ ଯୁବକ ପୁଣେର ଏକ ଟ୍ରାଫିକ ଷ୍ଟପ୍ ପାଖରେ ନିଜର ବିଏମ୍ଡବ୍ଲୁ ଛିଡ଼ା କରି ପରିସ୍ରା କରୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା। ଘଟଣାରେ ପୁଲିସ ଆକ୍ସନ ନେବା ପୂର୍ବରୁ ଗୌରବ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଏକ ଭିଡିଓ ରେକର୍ଡିଂ କରି ତାଙ୍କ ଭୁଲ୍ ପାଇଁ କ୍ଷମା ମାଗିବା ସହିତ ଏପରି ଭୁଲ୍ ସେ ଆଉ କେବେ ବି କରିବେ ନାହିଁ ବୋଲି କହିଛନ୍ତି।
ଭାଇରାଲ୍ ହୋଇଥିବା ଭିଡିଓରେ ଗୌରବ ଆହୁଜା ୟେରୱାଡାର ଶାସ୍ତ୍ରୀନଗର ଛକରେ ପରିସ୍ରା କରୁଥିବାର ଦେଖିବାକୁ ମିଳିଥିବା ବେଳେ ଭାଗ୍ୟେଶ ଓସୱାଲ ନାମକ ଅନ୍ୟ ଜଣେ ବ୍ୟକ୍ତି କାର ଆଗ ସିଟରେ ଏକ ମଦ ବୋତଲ ଧରି ବସିଥିଲେ। ଦୁହେଁ ନିଶାରେ ଥିବା ଦଖିବାକୁ ମିଳିଥିଲା। ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ଏହାର ଭିଡିଓ ରେକର୍ଡିଂ କରିଥିଲେ। ଯେଉଁଥିରେ ଗୌରବ ତାଙ୍କୁ ଆଶାଳୀନ ଭାଷା କହୁଥିବା ସହିତ ପେଣ୍ଟ ଖୋଲି କ୍ୟାମେରା ସାମ୍ନାରେ ଯୌନାଙ୍ଗ ଦେଖାଇଥିଲେ। ଏବଂ ସ୍ପିଡ୍ରେ ସେଠାରୁ ପଳାଇ ଯାଇଥିଲା।
ଦେଖଣାହାରୀ ଜଣଙ୍କ ଭିଡିଓକୁ ସୋସିଆଲ୍ ମିଡିଆରେ ଅପଲୋଡ କରିବା ସହିତ ପୁଲିସକ ଟ୍ୟାଗ୍ କରିଥିଲେ। ଦେଖୁ ଦେଖୁ ଭିଡିଓଟି ଖୁବ୍ ଭାଇରାଲ୍ ହୋଇଥିଲା। ଏହାପରେ ପୁଲିସ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହେଲେ ଗୌରବ ତା’ ପୂର୍ବରୁ ଭିଡିଓ ରେକର୍ଡିଂ କରି କ୍ଷମା ମାଗିବା ସହିତ ଥାନାରେ ଆତ୍ମସମର୍ପଣ କରିଥିଲେ। ପୁଲିସ ତାକୁ ଗିରଫ କରିଛି।
ଗିରଫ ହେବା ପୂର୍ବରୁ ଗୌରବ ରେକର୍ଡିଂ କରିଥିବା ଭିଡିଓରେ କହିଥିଲେ “ ଗତକାଲିର କାର୍ଯ୍ୟ ପାଇଁ ମୁଁ ଲଜ୍ଜିତ। ମୁଁ ପୁଣେ, ମହାରାଷ୍ଟ୍ର ଓ ସାରା ଭାରତ ଲୋକଙ୍କୁ ଏଥିପାଇଁ କ୍ଷମା ମାଗୁଛି। ଏବଂ ମୁଁ ପୁଲିସ ବିଭାଗ ଓ ଏକନାଥ ସିନ୍ଦେଙ୍କୁ ମଧ୍ୟ କ୍ଷମା ମାଗୁଛି। ଦୟାକରି ମୋତେ କ୍ଷମା କରିଦିଅନ୍ତୁ। ଏଭଳି ଭଲ ଆଉ କେବେ ହେବନି।” ତା ସହିତ ୮ ଘଣ୍ଟା ମଧ୍ୟରେ ସେ ଆତ୍ମସମର୍ପଣ କରିବେ ବୋଲି କହିଥିଲେ। କଥା ଅନୁସାରେ ଗୌରବ ପୁଲିସରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରିଛି ୟେରୱାଡ଼ା ପୁଲିସ।
ମାମଲାର କାର୍ରେ ବସିଥିବା ଭାଗ୍ୟେସଙ୍କୁ ଅଟକ ରଖିବା ସହିତ ସେ ନିଶାରେ ଥିଲେ କି ନାହିଁ ପୁଲିସ ତା’ର ଟେଷ୍ଟ କରୁଛି। ତେବେ ଆହୁଜା ପରିବାରର ପୂର୍ବରୁ ଅପରାଧିକ ମାମଲା ରହିଛି। ଗୌରବ ଆହୁଜା ଓ ତାଙ୍କ ବାପା ମନୋଜ ଆହୁଜାଙ୍କର ଜୁଆ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ସମ୍ପୃକ୍ତି, ପୋକର ଖେଳ ଆୟୋଜନ ଏବଂ କ୍ରିକେଟ ମ୍ୟାଚ୍ ଉପରେ ବାଜି ଲଗାଇବା ଭଳି ଅଭିଯୋଗ ରହିଛି। ୨୦୨୧ ମସିହାରେ, ମାତ୍ର ୨୦ ବର୍ଷ ବୟସର ଗୌରବକୁ ଜୁଆ ଏବଂ ବଟି ଆଦାୟ ମାମଲାରେ ଅଭିଯୁକ୍ତ କରାଯାଇଥିଲା। ସେ ବେଆଇନ କ୍ରିକେଟ ବେଟିଂ କାର୍ଯ୍ୟ ଚଲାଉଥିବା ଏକ ଗ୍ୟାଙ୍ଗ ସହ ଥିବା ମଧ୍ୟ ତା ବିରୋଧରେ ଅଭିଯୋଗ ରହିଛି।
🔥 Is “Shinde Saheb” Pulling Strings to Shield Pune’s Rich Drunken Brat?
— Vijay Kumbhar (@VijayKumbhar62) March 9, 2025
Yesterday, Gaurav Ahuja, who gained shameful fame for urinating in public , misbehaving with locals under the influence of alcohol, is now shamelessly begging for forgiveness . But the question is — Does he… pic.twitter.com/kI6TuEKroo