ଆଣ୍ଡାମାନରେ ପାଦ ଥାପିଲା ମୌସୁମୀ, ‘X’ରେ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ

Published By : Prameya-News7 Bureau | May 13, 2025 IST

ନୂଆଦିଲ୍ଲୀ: ଆଣ୍ଡାମାନ ସାଗରରେ ପାଦ ଥାପିଲା ମୌସୁମୀ। ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ, ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି। ଏନେଇ Xରେ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାସ।

ଗତ ୨୪ ଘଣ୍ଟାରେ ନିକୋବର  ଦୀପର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର  ବର୍ଷା ହୋଇଛି । କିଛି ସ୍ଥାନରେ ଭାରୀ ବର୍ଷା ହୋଇଛି। ଆଗକୁ ଏଠାରେ ବର୍ଷା ବଢ଼ିବ । ପ୍ରବଳରୁ ଅତି  ପ୍ରବଳ ବର୍ଷା ହୋଇପାରେ । 

ପରବର୍ତ୍ତୀ ୪ରୁ ୫ ଦିନରେ ଦକ୍ଷିଣ  ଆରବସାଗରର କିଛି ଅଞ୍ଚଳ ଓ ସମ୍ପୂର୍ଣ୍ଣ ଆଣ୍ଡାମାନ ସାଗରକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ବୋଲି ସେ ଆକଳନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.