କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ୧୬ ବର୍ଷ ପରେ ସଅଳ କରିଛି ପ୍ରବେଶ

Published By : Prameya-News7 Bureau | May 24, 2025 IST

ଭୁବନେଶ୍ବର : କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମେ’ ୨୪ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳକୁ ପ୍ରବେଶ କରିଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ ‘ଏକ୍ସ’ ଜରିଆରେ ସୂଚନା ପ୍ରଦାନ କରିଛି । ମୌସୁମୀ ବାୟୁ ସାଧାରଣତଃ ଜୁନ୍ ୧ ତାରିଖ ବେଳକୁ କେରଳ ଛୁଇଁଥାଏ । ତେଣୁ ସାଧାରଣ ତାରିଖର ୮ ଦିନ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି । ୧୬ ବର୍ଷ ପରେ ଏଥର ସଅଳ କେରଳ ଛୁଇଁଛି ମୌସୁମୀ । ୨୦୦୯ ମସିହାରେ ମେ’ ୨୩ ତାରିଖରେ କେରଳରେ ମୌସୁମୀ ବାୟୁର ପ୍ରବେଶ କରିଥିଲା । ୨୦୦୧ ମସିହାରେ ମୌସୁମୀ ବାୟୁ କେରଳରେ ସଅଳ ଅଗ୍ରସର ହୋଇଥିଲା । ମୌସୁମୀ ବାୟୁ ମେ’ ୨୩ ତାରିଖରେ କେରଳରେ ପ୍ରବେଶ କରିଥିଲା । 

ତେବେ ୨୦୨୪ ମସିହାରେ ମେ’ ୩୦ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥିବା ବେଳେ ୨୦୨୩ ମସିହାରେ ଜୁନ୍ ୮ ତାରିଖ, ୨୦୨୨ ମସିହାରେ ମେ’ ୨୯ ତାରିଖ, ୨୦୨୧ ମସିହାରେ ଜୁନ୍ ୩ ତାରିଖ, ୨୦୨୦ ମସିହାରେ ଜୁନ୍ ୧ ତାରିଖରେ କେରଳ ଛୁଇଁଥିଲା । ୨୦୧୯ ମସିହାରେ ଜୁନ୍ ୮ ତାରିଖ, ୨୦୧୮ ମସିହାରେ ମେ’ ୨୯ ତାରିଖ, ୨୦୧୭ ମସିହାରେ ମେ’ ୩୦ ତାରିଖ, ୨୦୧୬ ମସିହାରେ ଜୁନ୍ ୮ ତାରିଖ, ୨୦୧୫ ମସିହାରେ ଜୁନ୍ ୫ ତାରିଖ, ୨୦୧୪ ମସିହାରେ ଜୁନ୍ ୬ ତାରିଖ, ୨୦୧୩ ମସିହାରେ ଜୁନ୍ ୧ ତାରିଖ, ୨୦୧୨ ମସିହାରେ ଜୁନ୍ ୫ ତାରିଖ, ୨୦୧୧ ମସିହାରେ ମେ’ ୨୯ ତାରିଖ, ୨୦୧୦ ମସିହାରେ ମେ’ ୩୧ ତାରିଖ, ୨୦୦୯ ମସିହାରେ ମେ’ ୨୩ ତାରିଖ, ୨୦୦୮ ମସିହାରେ ମେ’ ୩୧ ତାରିଖ, ୨୦୦୭ ମସିହାରେ ମେ’ ୨୮ ତାରିଖ, ୨୦୦୬ ମସିହାରେ ମେ’ ୨୬ ତାରିଖ, ୨୦୦୫ ମସିହାରେ ଜୁନ୍ ୫ ତାରିଖ, ୨୦୦୪ ମସିହାରେ ମେ’ ୧୮ ତାରିଖ, ୨୦୦୩ ମସିହାରେ ଜୁନ୍ ୮ ତାରିଖ, ୨୦୦୨ ମସିହାରେ ମେ’ ୨୯ ତାରିଖ, ୨୦୦୧ ମସିହାରେ ମେ’ ୨୩ ତାରିଖ ଏବଂ ୨୦୦୦ ମସିହାରେ ଜୁନ୍ ୧ ତାରିଖରେ କେରଳ ଛୁଇଁଥିଲା ।

ସେପଟେ ଓଡ଼ିଶାକୁ ମୌସୁମୀ ସଅଳ ଆସିବା ନେଇ ଆଶା କରାଯାଉଛି । ଓଡ଼ିଶାରେ ପ୍ରାକ୍ ମୌସୁମୀ ପାଣିପାଗ ସକ୍ରିୟ ରହିଛି । ଓଡ଼ିଶାରେ ପ୍ରାକ୍ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ବର ସହ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଉତ୍ତର ଓ ଉପକୂଳ ଓଡ଼ିଶାରେ ଲାଗି ରହିଛି ବର୍ଷା । 

You Can Read:

ସମ୍ବଲପୁରରେ ହାତୀ ଛୁଆର ମୃତଦେହ ଠାବ, ୩ରୁ ୪ ଦିନ ପୂର୍ବେ ମୃତ୍ୟୁ ଅନୁମାନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.