ବସିବ ରାଜ୍ୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ, ବଜେଟକୁ ମିଳିବ ଅନୁମୋଦନ

Published By : Prameya-News7 Bureau | February 07, 2025 IST

ଭୁବନେଶ୍ୱର ୦୭/୦୨: ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ  ବୈଠକ ଲୋକସେବା ଭବନରେ ବସିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ବିଧାନସଭାରେ ଉପସ୍ଥାପିତ  ହେବାକୁ ଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟକୁ  ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି । 

ଏହାପରେ  କ୍ୟାବିନେଟ୍‌ ବୈଠକ ବସିବ । ରାଜ୍ୟ ସ୍ୱାର୍ଥ ସମ୍ବଳିତ କିଛି ପ୍ରସଙ୍ଗରେ ଆଲୋଚନା ହେବା ପରେ କ୍ୟାବିନେଟ୍‌ ତାକୁ ଅନୁମୋଦନ କରିବ ।  ନିର୍ଦ୍ଦିଷ୍ଟ ଏଜେଣ୍ଡା ସମ୍ପର୍କରେ ସୂଚନା ମିଳିନି । ଅପରାହ୍ନ ୫ଟାରେ ବୈଠକ ବସିବାକୁ ଧାର୍ଯ୍ୟ ହୋଇଛି । 

ସୂଚନା ଥାଉକି, ଆସନ୍ତା ୧୭ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଆଗତ କରିଭେ । ଏହା ପୂର୍ବରୁ ଫେବୃୟାରୀ ୧୨ରେ ବସିବ ସର୍ବଦଳୀୟ ବୈଠକ । ବଜେଟ ରୂପରେଖ ନେଇ ହେବ ଆଲୋଚନା । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ବସିବ କ୍ୟାବିନେଟ ବୈଠକ । 

also read...

ଫେବୃଆରୀ ୧୩ରେ ବଜେଟ ଅଧିବେଶନ, ୧୨ ବସିବ ସର୍ବଦଳୀୟ ବୈଠକ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.