‘ତିନି ପରିବାର ଜାମ୍ମୁ କାଶ୍ମୀରକୁ ବରବାଦ କରିଛନ୍ତି, ଏ ନିର୍ବାଚନ ଭାଗ୍ୟ ନିର୍ଦ୍ଧାରଣ କରିବ’, ଡୋଡ଼ାରେ ବିରୋଧୀଙ୍କ ଉପରେ ବର୍ଷିଲେ ପିଏମ୍

Published By : Prameya-News7 Bureau | September 14, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଜାମ୍ମୁ କାଶ୍ମୀରରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ପିଏମ୍ ମୋଦୀ ଡୋଡ଼ାରେ ନିର୍ବାଚନ ରାଲିକୁ ସମ୍ୱୋଧିତ କରିଛନ୍ତି । ଏହି ଅବସରରେ ସେ ବିରୋଧୀ ଦଳଗୁଡ଼ିକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ସ୍ୱାଧୀନତା ପରଠୁ ଏହି ରାଜ୍ୟ ବିଦେଶୀ ଶକ୍ତିଙ୍କ ଟାର୍ଗେଟକୁ ଆସିଥିଲା । ଏହାପରେ ପରିବାରବାଦ ଏହାକୁ ଲୁଟିବା ଆରମ୍ଭ କରିଥିଲେ । ପିଏମ୍ ମୋଦୀ କହିଛନ୍ତି ଯେ ଯେଉଁ ରାଜନୈତିକ ଦଳଗୁଡ଼ିକୁ ଆପଣ ଚୟନ କରିଥିଲେ, ସେମାନେ ଆପଣଙ୍କୁ ଛାଡ଼ି ନିଜ ପରିବାରକୁ ଆଗକୁ ବଢାଇଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ଥାନୀୟ ଭାଷାରେ ଉପସ୍ଥିତ ଜନତାଙ୍କୁ ଅଭିବାଦନ ଜଣାଇଥିଲେ । ଏହି ଅବସରରେ ଉପସ୍ଥିତ ଜନତା ମୋଦୀ-ମୋଦୀ ନାରା ଲଗାଇଥିଲେ । ପିଏମ୍ ମୋଦୀ କହିଛନ୍ତି ଯେ ଆମେ ଏବଂ ଆପଣ ମିଶି ଏକ ସୁରକ୍ଷିତ ଜାମ୍ମୁ କାଶ୍ମୀରର ନିର୍ମାଣ କରିବା । ପିଏମ୍ ମୋଦୀ କହିଛନ୍ତି ଯେ ଏହି ବିଧାନସଭା ନିର୍ବାଚନ ଜାମ୍ମୁ କାଶ୍ମୀରର ଭାଗ୍ୟ ନିର୍ଦ୍ଧାରଣ କରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ତିନି ପରିବାର ଯୋଗୁଁ ଉଠିପାରିଲା ନାହିଁ । ସେ କହିଛନ୍ତି ଯେ ଚଳିତ ଥର ବିଧାନସଭା ନିର୍ବାଚନ ତିନି ପରିବାର ଏବଂ ଜାମ୍ମୁ କାଶ୍ମୀରର ଯୁବପିଢିଙ୍କ ମଧ୍ୟରେ ହେବ । ପିଏମ୍ ମୋଦୀ କହିଛନ୍ତି ଯେ ଗୋଟିଏ ପରିବାର କଂଗ୍ରେସ, ଦ୍ୱିତୀୟ ପରିବାର ନ୍ୟାସନାଲ କନଫରେନ୍ସ ଏବଂ ତୃତୀୟ ହେଉଛି ପିଡିପି । ଏହି ତିନି ପରିବାର ଜାମ୍ମୁ କାଶ୍ମୀରର ବିପର୍ଯ୍ୟୟ ପାଇଁ ଦାୟୀ । ପିଏମ୍ ମୋଦୀ କହିଛନ୍ତି ଯେ ଏହି ତିନି ପରିବାର ହିଁ ରାଜ୍ୟରେ ଦୁର୍ନୀତିକୁ ବଢାଇଛନ୍ତି । ଭୂ-ମାଫିଆଙ୍କୁ ସୁରକ୍ଷା ଦେଇଛନ୍ତି । ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ଗତିବିଧି ବଢାଇବା ପାଇଁ ମଧ୍ୟ ସେ ଏହି ଦଳକୁ ଦାୟୀ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ଆଜି ଶେଷ ନିଃଶ୍ୱାସ ନେଉଛି । ଗତ ୧୦ ବର୍ଷରେ ଜାମ୍ମୁ କାଶ୍ମୀରରେ ଯେଉଁ ପରିବର୍ତ୍ତନ ଆସିଛି, ତାହା କିଛି ଚମତ୍କାରଠାରୁ କମ ନୁହେଁ । ଯେଉଁ ପଥର ପୂର୍ବେ ପୋଲିସ ଏବଂ ଯବାନଙ୍କ ଉପରକୁ ଫିଙ୍ଗା ଯାଉଥିଲା, ଏବେ ସେଥିରେ ନୂଆ ଜାମ୍ମୁ କାଶ୍ମୀରନ ନିର୍ମାଣ ହେଉଛି । ଯେ କହିଛନ୍ତି ଯେ ବିଜେପି ଜାମ୍ମୁକୁ ଆତଙ୍କ ମୁକ୍ତ ପ୍ରଦେଶ କରିବ । ଜାମ୍ମୁ କାଶ୍ମୀରରେ ଫିଲ୍ମ ସୁଟିଂ ପୁଣି ଆରମ୍ଭ ହୋଇଛି । ଏଥିପାଇଁ ଆମେ ନୂତନ ଫିଲ୍ମ ପଲିସି ଆଣିବୁ । ଏଠାରେ ପର୍ଯ୍ୟଟନ ବଢିବ ଏବଂ ସାରା ଦୁନିଆରେ ଛାଇଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.