ହୋଲି ଖେଳି ସମୁଦ୍ରରେ ଗାଧୋଇବା ହେଲା କାଳ, ବୁଡ଼ିଯାଇ ଛାତ୍ରଙ୍କ ମୃତ୍ୟୁ

Published By : Prameya-News7 Bureau | March 15, 2025 IST

ଛତ୍ରପୁର ୧୫ହୋଲି ଖେଳ ହେଲା କାଳ । ସମୁଦ୍ରରେ ଗାଧୋଇବା ବେଳେ ଖସିଗଲା ଗୋଡ଼ । ବୁଡ଼ି ଯାଇ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରଙ୍କ ବୟସ ୧୦ବର୍ଷ । ତାଙ୍କ ଘର ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ପୋଡ଼ମପେଟା ଗ୍ରାମରେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ପୋଡ଼ମପେଟା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି । ଶନିବାର ସକାଳୁ ସମସ୍ତ ଗାଁ ଓ ସହରରେ ଯେମିତି ହୋଲି ଖେଳକୁ ନେଇ ଚଳଚଞ୍ଚଳ ଥିଲା ସେମିତି ପୋଡ଼ମପେଟା ଗ୍ରାମରେ ସମସ୍ତେ ହୋଲିରେ ମସଗୁଲ ଥିଲେ । କିନ୍ତୁ ଦିନ ୧୧ଟା ସମୟରେ ସେହି ଗ୍ରାମର ମତ୍ସ୍ୟଜିବୀ ବି.ବାବାଜୀଙ୍କ ପୁଅ ୧୦ବର୍ଷ ବୟସ୍କ ବି.ଚନ୍ଦନ ସାଙ୍ଗ ମାନଙ୍କ ସହ ହୋଲି ଖେଳ ସାରି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଅସାବଧାନତା ହେତୁ ଛାତ୍ର ବୁଡି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା କିଛି ଯୁବକ ସେମାନଙ୍କୁ ଉଦ୍ଧାର କରି ତାଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଫଳରେ ଛତ୍ରପୁର ମେଡିକାଲ ପରିସର ଶୋକର ଛାୟା ଖେଳିଯାଇଥିଲା । ଘଟଣାସ୍ଥଳରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପହଞ୍ଚିଥିଲେ । କିପରି ତୁରନ୍ତ ଶବ ବ୍ୟବଚ୍ଛେଦ ହୋଇ ପାରିବ ବ୍ୟବସ୍ଥା କରିଥିଲେ ।

You Can Read:

ଟ୍ରକ୍ ଧକ୍କାରେ ଜଣଙ୍କର ମୃତ୍ୟୁକୁ ନେଇ ତାତିଲେ ସ୍ଥାନୀୟ ଲୋକ, ଦୀର୍ଘ ସମୟ ଧରି ରାସ୍ତା ଅବରୋଧ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.