ଏକା ଥରକେ କୋଟିଏ ହିତାଧିକାରୀଙ୍କୁ ଲକ୍ଷ୍ୟ କରି ସୁଭଦ୍ରା ଯୋଜନା- ସୂର୍ଯ୍ୟବଂଶୀ ସୁରଜ

Published By : Prameya-News7 Bureau | September 15, 2024 IST

ଭଦ୍ରକ ୧୫।୦୯ : ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଆୟୋଜିତ । ଏହି ଶୋଭାଯାତ୍ରା ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସହିଦ ସ୍ମୃତିଭବନ ପର୍ଯ୍ୟନ୍ତ ଆସିବା ପରେ ଏକ ସାଧାରଣ ସଭାର ଆୟୋଜିତ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ, ଏସ୍‌ପିଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । 

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଏକା ଥରକେ କୋଟିଏ ଯୋଗ୍ୟ ହିତାଧିକାରୀଙ୍କୁ ଲକ୍ଷ୍ୟ ରଖି ସୁଭଦ୍ରା ଯୋଜନା ହୋଇଛି । ମୋହନ ମାଝୀଙ୍କ ସରକାରରେ ପ୍ରତିଶୃତି ରକ୍ଷା କରିଛୁ । ଜିଲ୍ଲାପାଳ ରାଉତରାୟ କହିଛନ୍ତି ଯେ, ଜିଲ୍ଲାରେ ୬ ଲକ୍ଷ ସୁଭଦ୍ରା ଯୋଜନା ଫର୍ମ ଦିଆଯାଉଛି । ଭୁଲ୍‌ ହେଲେ ୨୦ ହଜାର ଫର୍ମ ବଣ୍ଟାଯିବ । ଏବେ ସୁଦ୍ଧା ଜିଲ୍ଲାରେ ୩ ଲକ୍ଷରୁ ଅଧିକ ଆବେଦନ କରିଛନ୍ତି । ବଳକା ଫର୍ମ ଖୁବ୍‌ଶୀଘ୍ର ହସ୍ତଗତ ହେବ ବୋଲି ଆଶା କରାଯାଉଛି । ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟକ୍ରମରେ ଯୋଗ୍ୟ ସୁଭଦ୍ରା ହିତାଧିକାରୀ ସାମିଲ ହେବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.