ମହିଳାଙ୍କ ଭିଡ଼ିଓ ଭାଇରାଲ୍ କରି ବନ୍ଧାହେଲେ ଯୋଗାଣ ସହାୟକ, ଖାଇଥିଲେ ଚପଲ ମାଡ଼

Published By : Prameya-News7 Bureau | November 11, 2024 IST

ବଲାଙ୍ଗୀର ୧୧।୧୧: ବଲାଙ୍ଗୀର ଆଗଲପୁର ଥାନା ଅନ୍ତର୍ଗତ ବୁଦୁଲା ଗ୍ରାମପଞ୍ଚାୟତ ପ୍ୟାକ୍ସରେ ମହିଳାଙ୍କୁ ଦୁଷ୍କର୍ମ ଓ ପରେ ଭିଡିଓ ଭାଇରାଲ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ୟାକ୍ସର ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁ ଗିରଫ । ଗତ ୪ ତାରିଖରେ ଯୋଗାଣ ସହାୟକଙ୍କ ନାଁରେ ମହିଳା ଜଣକ ଆଗଲପୁର ଥାନାରେ  ଅଭିଯୋଗ କରିଥିଲେ । ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ମହିଳାଙ୍କ ଏତଲା ପରେ ଫେରାର ମାରିଥିଲା ଯୋଗାଣ ସହାୟକ ଗିରିଶ । ଗୋଟିଏ ସପ୍ତାହ ପରେ ପଡୋଶୀ ରାଜ୍ୟ ଛତିଶଗଡ଼ରୁ ଗିରିଶକୁ ଧରିବାରେ ସଫଳ ହୋଇପାରିଛି ପୋଲିସ । ତେବେ ବୁଦୁଲା ଗାଁରେ ରାସନ କାର୍ଡ ଓ ଚାଉଳ ଦେବା ବାହାନାରେ ଦେଢ଼ ବର୍ଷ ଆଗରୁ ଜଣେ ମହିଳାଙ୍କୁ ପ୍ୟାକ୍ସକୁ ଡାକି ସେଠାରେ ତାଙ୍କ ସହ ଦୁଷ୍କର୍ମ କରିବା ସହ ସେହି ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରିଥିଲେ ଯୋଗାଣ ସହାୟକ । ଏନେଇ ମହିଳାଙ୍କୁ ବିଭିନ୍ନ ସମୟରେ ଧମକ ଦେବା ସହ ଭିଡିଓ ଭାଇରାଲ କରିବାକୁ କରି ତାଙ୍କ ଭୟଭୀତ କରୁଥିଲେ । ଏନେଇ ଗତ ୪ ତାରିଖ ଆଘରୁ ମହିଳାଙ୍କ ଭିଡିଓକୁ ଭାଇରାଲ କରିଥିଲା ଯୋଗାଣ ସହାୟକ ଗିରିଶ । ଏନେଇ ମହିଳା ଜଣକ ଖବର ପାଇ ପ୍ୟାକ୍ସକୁ ଆସି ସେଠାରେ ଯୋଗାଣ ସହାୟକଙ୍କୁ ଚପଲରେ ମାଡ଼ ମରିଥିଲେ । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଏହାପରେ ଯୋଗାଣ ସହାୟକ ଫେରାର ମରିଥିବା ବେଳେ ସୋମବାର ଗିରଫ କରିଛି ପୋଲିସ । ଏ ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ସେନେଇ ତଦନ୍ତ କରୁଥିବା ବଲାଙ୍ଗୀର ଏସ୍‌ଡିପିଓ କହିଛନ୍ତି । ସେପଟେ ଗିରିଶଙ୍କ ନାଁରେ ଏଭଳି ଅନେକ ଅଭିଯୋଗ ରହିଥିବା ବେଳେ ସେନେଇ ମଧ୍ୟ ତଦନ୍ତ ଚାଲିଥିବା ଏସଡିପିଓ କହିଛନ୍ତି ।  

You Can Read:

ଝାରସୁଗୁଡା ବିଧାନସଭା ନିର୍ବାଚନୀ ମାମଲା : ୭ ଦିନ ଭିତରେ ଜବାବ ଦାଖଲ ପାଇଁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.