୧୫ତମ ଅର୍ଦ୍ଧଶତକ ସହ ସୂର୍ଯ୍ୟଙ୍କ ବଡ଼ କିର୍ତ୍ତୀମାନ, ଏହି କ୍ଲବରେ ମାରିଲେ ଏଣ୍ଟ୍ରି

Published By : Prameya-News7 Bureau | August 13, 2023 IST

ନୂଆଦିଲ୍ଲୀ: ମିଷ୍ଟର ୩୬୦ ନାମରେ ପରିଚିତ ସୂର୍ଯ୍ୟକୁମାର ଯାଦବ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍‌ରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ସେ ମୁସ୍କିଲ ପରିସ୍ଥିତିରେ ୪୫ ବଲ୍‌ରୁ ୬୧ ରନ କରିଛନ୍ତି। ଏଥିରେ ୪ ଚୌକା ଓ ୩ ଛକା ସାମିଲ୍। ସୂର୍ଯ୍ୟ ନିର୍ଣ୍ଣାୟକ ମୁକାବିଲାରେ ଭାରତର ସ୍କୋରକୁ ୧୬୫/୯ରେ ପହଞ୍ଚାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ ଟି-୨୦ ଅନ୍ତର୍ଜାତୀୟରେ ୧୫ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସୂର୍ଯ୍ୟ ନିଜର ଏହି ଇନିଂସ ଦମରେ ନିଜ ନାମରେ ରେକର୍ଡ କରିଛନ୍ତି। ଏହି ଷ୍ଟାଇଲିସ୍ ବ୍ୟାଟର ବିରାଟ କୋହଲି ଓ ବାବର ଆଜମଙ୍କ କ୍ଲବ୍‌ରେ ସାମିଲ୍ ହୋଇଛନ୍ତି।

wp:heading {"level":4}

ଅଧିକ ପଢନ୍ତୁ- ଚତୁର୍ଥ ଥର ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଲା ଭାରତ, ରୋମାଞ୍ଚକ ଫାଇନାଲରେ ମାଲେସିଆକୁ ୪-୩ରେ ହରାଇଲା

/wp:heading

ସୂଚନାଯୋଗ୍ୟ, ସୂର୍ଯ୍ୟକୁମାର ଯାଦବ ୫୦ ଟି-୨୦ ଅନ୍ତର୍ଜାତୀୟ ଇନିଂସରେ ସର୍ବାଧିକ ଥର ୫୦ରୁ ଅଧିକ ରନ କରିଥିବା ବ୍ୟାଟର। ସେ ୧୮ ଥର ଏହି କମାଲ୍ କରିଛନ୍ତି। କୋହଲି ଓ  ବାବର ମଧ୍ୟ ପ୍ରଥମ ୫୦ ଟି-୨୦ ଇନିଂସରେ ୧୮ ଥର ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ସୂର୍ଯ୍ୟ ୫୦ ଇନିଂସ ପରେ ସର୍ବାଧିକ ଟି-୨୦ ଅନ୍ତର୍ଜାତୀୟ ରନ କରିବାରେ ଚତୁର୍ଥ ବ୍ୟାଟର। ଏକ ନମ୍ବର ଟି-୨୦ ବ୍ୟାଟର ସୂର୍ଯ୍ୟକୁମାର ଏ ପର୍ଯ୍ୟନ୍ତ ୧୮୪୧ ରନ କରି ସାରିଛନ୍ତି। ଏହି ତାଲିକାରେ କୋହଲି(୧୯୪୩) ଶୀର୍ଷରେ ଥେିବା ବେଳେ ବାବର ଆଜମ(୧୯୪୨) ଦ୍ଵିତୀୟ ଓ ପାକିସ୍ତାନର ମହମ୍ମଦ ରିଜଓ୍ଵାନ(୧୮୮୮) ତୃତୀୟ ସ୍ଥାନରେ ରହିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଚତୁର୍ଥରେ ଅଛନ୍ତି।

{"id":830559,"sizeSlug":"full","linkDestination":"none"}

ଟି-୨୦ ସିରିଜ୍‌ର ନିର୍ଣ୍ଣାୟକ ମୁକାବିଲାରେ ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୬୫ ରନ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ଲଢୁଆ ୬୧ ରନର ଇନିଂସ ବଳରେ ଭାରତ ଏହି ସ୍କୋରରେ ପହଞ୍ଚି ପାରିଛି। ତିଳକ ବର୍ମା ୨୭ ରନ କରିଥିବା ବେଳେ ଅନ୍ୟ ବ୍ୟାଟର ଦଳକୁ ନିରାଶ କରିଛନ୍ତି। ଫଳରେ ଭାରତ ବିଶାଳ ସ୍କୋର କରି ପାରିନାହିଁ। ସିରିଜ୍ ଜିତିବା ପାଇଁ ଘରୋଇ ଓ୍ଵେଷ୍ଟଇଣ୍ଡିଜ ସମ୍ମୁଖରେ ୧୬୬ ରନର ବିଜୟ ଲକ୍ଷ୍ୟ ରହିଛି। ସିରିଜ୍ ବର୍ତ୍ତମାନ ୨-୨ରେ ବରାବର ସ୍ଥିତିରେ ରହିଛି। ଇଣ୍ଡିଜ ପକ୍ଷରୁ ସଫଳ ବୋଲର ଭାବେ ରୋମାରିଓ ସେଫାର୍ଡ ୩୧ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି। ଅକିଲ ହୋସେନ ଓ ଜାସନ ହୋଲଡର ପ୍ରତ୍ୟେକଙ୍କୁ ଦୁଇଟି ଲେଖାଏ ଓ୍ଵିକେଟ୍ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.