ଫରିଦାବାଦର ଅଣ୍ଡରପାସ୍‌ରେ ବୁଡ଼ିଗଲା ଏସ୍‌ୟୁଭି ; ବ୍ୟାଙ୍କ୍‌ ମ୍ୟାନେଜର, କ୍ୟାସିୟରଙ୍କ ମୃତ୍ୟୁ

Published By : Prameya-News7 Bureau | September 15, 2024 IST

ନୂଆଦିଲ୍ଲୀ ୧୫।୦୯: ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ କିଛି ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏହି ଜଳମଗ୍ନ ସ୍ଥିତି ପାଇଁ ଶୁକ୍ରବାର ଫରିଦାବାଦରେ ଅଘଟଣ ଘଟିଛି। ଜଣେ ବ୍ୟାଙ୍କ ମ୍ୟାନେଜର ଓ ଜଣେ କ୍ୟାସିୟରଙ୍କ ଏସ୍‌ୟୁଭି ଗାଡି ବୁଡି ଯାଇଛି । ଏହି ଘଟଣାରେ ଉଭୟ ମ୍ୟାନେଜର ଏବଂ କ୍ୟାସିୟରଙ୍କ ମୃତ୍ୟୁ ଘଟିଛି। ପୋଲିସ ସୂଚନା ଅନୁଯାୟୀ ମୃତ ବ୍ୟାଙ୍କ ମାନେଜରଙ୍କ ନାଁ ପୁଣ୍ୟଶ୍ରେୟା ଶର୍ମା।  ସେ ଗୁରୁଗ୍ରାମର ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ମ୍ୟାନେଜର। ମୃତ କ୍ୟାସିୟରଙ୍କ ନାମ ବିରାଜ ଦ୍ବିବେଦୀ। ଶୁକ୍ରବାର ସନ୍ଧ୍ୟାରେ ସେମା‌ନେ  ଏକ ଏସୟୁଭି-୭୦୦ରେ ଫରିବାବାଦ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା।

ପୁରୁଣା ଫରିଦାବାଦ ରେଳ ଅଣ୍ଡରପାସ୍‌ ନିକଟରେ ପହଞ୍ଚିବାପରେ ଦେଖିଥିଲେ ଯେ ସେଠାରେ ରାସ୍ତା ପାଣିରେ ବୁଡ଼ି ଯାଇଛି। ହେଲେ କମ୍‌ ପାଣିଥିବ ଭାବି ଯାଇଥିଲେ କିନ୍ତୁ ଗାଡ଼ି ଧିରୋ ଧିରେ ବୁଡ଼ିବାକୁ ଲାଗିଲା । ସେମାନେ ଗାଡ଼ିରୁ ବାହାରିବାକୁ ଚେଷ୍ଟା କରିଥିଲେ । ହେଲେ ବହୁ ଚେଷ୍ଟା ସତ୍ତ୍ଵେ ସେମାନେ ବିଫଳ ହୋଇଥିଲେ। 

ସୂଚନା ପାଇବା ପରେ ପୋଲିସ ସେଠାରେ ପହଞ୍ଚିଥିଲା।  ମୃତଦେହକୁ ଗାଡ଼ିରୁ ବାହାର ଯାଇଥିବାବେଳେ ଦ୍ବିବେଦୀଙ୍କ ମୃତଦେହ କିଛି ଘଣ୍ଟା ଖୋଜାଖୋଜି କରିବାପରେ ଭୋର୍‌ ସମୟରେ ମିଳିଥିଲା।  ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ଠାରୁ ଦିଲ୍ଲୀ  ଏନ୍‌ସିଆର୍‌ରେ ପ୍ରବଳ ବର୍ଷା ହେଉଛି। ଶୁକ୍ରବାର ଦିଲ୍ଲୀରେ ଦ୍ବିତୀୟ ଦିନରେ ଲଗାଣ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦି ସ୍ଥିତି ଦେଖିବାକୁ ମିଳିଛି।  

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.