୨୧ତମ ଓଡିଶା ରାଜ୍ୟ ଟାଏକୋଣ୍ଡୋ ଚାମ୍ପିଅନସିପ୍ ଉଦଘାଟିତ

Published By : Prameya-News7 Bureau | December 29, 2024 IST

ଭଦ୍ରକ ୨୯/୧୨: ଭଦ୍ରକ ଜିଲ୍ଲା ଚରମ୍ପା ସ୍ଥିତ ମହାରାଜା ଅଗ୍ରସେନ ଭବନ ଠାରେ ଟାଏକୋଣ୍ଡୋ ଆସୋସିଏସନ୍ ଅଫ୍ ଓଡିଶା , ତାଓ ଆନୁକୂଲ୍ୟରେ ଆୟୋଜିତ ୨୧ ତମ ଓଡିଶା ରାଜ୍ୟ ଟାଏକୋଣ୍ଡୋ ଚାମ୍ପିଅନ ଉଦଘାଟିତ ହୋଇଛି। ଭାରତୀୟ ଟାଏକୋଣ୍ଡୋର ଜନକ ତଥା 'ଟାଏକୋଣ୍ଡୋ ଫେଡେରେସନ୍ ଅଫ୍ ଇଣ୍ଡିଆ', ଲକ୍ଷ୍ନୌ ର ସେକ୍ରେଟାରୀ ଜେନେରାଲ୍, ଡକ୍ଟର ଜିମ୍ମୀ ଆର୍ ଜାଗତିଆନି ମୁଖ୍ୟ ଅତିଥି ରୂପେ ଯୋଗଦେଇ ବେଦଧ୍ବନୀ ମଧ୍ୟରେ ପ୍ରଦୀପ ପ୍ରଜ୍ଜଳନ କରି ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । 

ଡକ୍ଟର ଜାଗତିଆନି ଟାଏକୋଣ୍ଡୋ ସାମରିକ କଳାର ଉତ୍ପତ୍ତି, ମହତ୍ତ୍ଵ ଓ ଜନପ୍ରିୟତା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଭାରତୀୟ ସେନାକୁ ଏହି ସାମରିକ କଳାରେ ତାଲିମ ଦେବା ପାଇଁ ଭାରତ ସରକାରଙ୍କ ଅନୁରୋଧ କ୍ରମେ ସେ ୧୯୭୭ ମସିହାରେ ଦକ୍ଷିଣକୋରିଆ ରୁ ଭାରତ ଆସିଥିଲେ। ଏବେ ଏହି କଳା ସର୍ବଭାରତୀୟ । 

ଚଳିତ ସଂସ୍କରଣରେ ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, କେଉଁଝର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, ମାଲକାନଗିରି ଓ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ମୋଟ ୩୬୨ ପ୍ରତିଯୋଗୀ ଓ ବ୍ଲାକ୍-ବେଲ୍ଟ ନିମନ୍ତେ ୩୨ ଜଣ ପରୀକ୍ଷାର୍ଥୀ ଯୋଗ ଦେଇଛନ୍ତି। 'ଖେରୋଗୀ' ଓ 'ପୁମସେ' ବିଭାଗର ଉଭୟ ବାଳକ ଓ ବାଳିକା ବର୍ଗରେ ମୋଟ ୨୨୫ଟି ଫାଇଟ୍ ପରିଚାଳନା ନିମନ୍ତେ କର୍ଣ୍ଣାଟକ ତାଏକ୍ବୋଣ୍ଡୋ ଆସୋସିଏସନ୍ ଅଧ୍ୟକ୍ଷ ଏମ୍. ସୁନ୍ଦରମ୍ ଆୟାର୍ ଙ୍କ ନେତୃତ୍ୱରେ ୩୬ ଜଣ ରେଫରୀ ଦାୟିତ୍ବ ଗ୍ରହଣ କରିଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.