ପୁନମ ପାଣ୍ଡେଙ୍କ ମୃତ୍ୟୁର ଗୁଜବ ଠାରୁ ଅଭିଷେକ-ଐଶ୍ଵର୍ଯ୍ୟାଙ୍କ ଛାଡପତ୍ର ଯାଏଁ....ବର୍ଷର ସବୁଠୁ ଚର୍ଚ୍ଚିତ ଫିଲ୍ମି ବିବାଦ

Published By : Prameya-News7 Bureau | December 31, 2024 IST

ମୁମ୍ଵାଇ ୩୧।୧୨; ୨୦୨୪ ସମାପ୍ତ ହୋଇଛି । ଆଉ ଗୋଟିଏ ଦିନ ପରେ ନୂଆ ବର୍ଷ । ଆରମ୍ଭ ହେବ ନୂଆ ବର୍ଷ । ନୂଆ ଉତ୍ସାହ। ନୂଆ ସମ୍ଭାବନା ସହ ପାଦ ଥାପିବ ୨୦୨୫ ବର୍ଷ । ଏହି ବିଦାୟୀ ବର୍ଷ ସାଧାରଣ ଜନତା ଠାରୁ ଫିଲ୍ମ ତାରକାଙ୍କ ଯାଏଁ ସମସ୍ତଙ୍କ ପାଇଁ ସ୍ମତିଭରା ରହିବ । ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏହି ବର୍ଷ ବ୍ଲକବଷ୍ଟର ଥିଲା ।  ଚଳିତ ବର୍ଷ ଭାରତୀୟ ସିନେମା ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିଥିଲା। କିଛି ଭଲ ଏବଂ କିଛି ଖରାପ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ର ଯୋଗୁଁ କିଛି କଳାକାର ପ୍ରସିଦ୍ଧ ହେଲେ । ଆଉ କିଛି ଲୋକ ମଧ୍ୟ ବିବାଦ ଘେରରେ ରହିଲେ। କେତେକ ତାଙ୍କ ବକ୍ତବ୍ୟ ହେତୁ ତ ଆଉ କେତେକ ତାଙ୍କର କାର୍ଯ୍ୟକଳାପ ହେତୁ ଏବଂ ଅନ୍ୟ କିଛି ତାଙ୍କ ଚର୍ଚ୍ଚିତ କାରଣରୁ।

ବର୍ଷ ଶେଷରେ ପୁଷ୍ପା-୨ ରିଲିଜ୍‌ ହୋଇଥିଲା। ଯାହା ଖୁବ୍‌ ଚର୍ଚ୍ଚା ସାଉଁଟିଥିଲା । ହେଲେ ସ୍କ୍ରିନିଂ ସମୟରେ ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଅଲ୍ଲୁ ଅର୍ଜୁନ୍‌ଙ୍କୁ ବିବାଦୀୟ କରିଥିଲା। ମୃତ ପରିବାରର ଅଭିଯୋଗରେ ହାଇଦ୍ରାବାଦ ପୋଲିସ ଅଲ୍ଲୁଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ତେଲେଙ୍ଗାନା ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ଏହା ପରେ ରାଜନୀତି ତେଜିବାରେ ଲାଗିଥିଲା ।

କଣ୍ଟ୍ରୋଭର୍ସି କ୍ଵିନ କଙ୍ଗନା ରଣାୱତ । ସଫଳତାରୁ ଅଧିକ ବିବାଦ ପସନ୍ଦ । ଏମପି ନିର୍ବାଚିତ ପରେ ଜଣେ ମହିଳା ସୁରକ୍ଷା ଗାର୍ଡଙ୍କଠୁ ଚାପୁଡା ଖାଇ ଚର୍ଚ୍ଚାକୁ ଆସିଥିଲେ। କୃଷକ ଆନ୍ଦୋଳନ ବିରୋଧରେ କଙ୍ଗନା ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ। 

ମଲିଉଡ୍‌ ନାମରେ ପରିଚିତ ମାଲାୟାଲମ୍ ଇଣ୍ଡଷ୍ଟ୍ରି। ହେମା କମିଟି ରିପୋର୍ଟ ସମସ୍ତଙ୍କୁ ଚକିତ କରିଥିଲା। ସାର୍ବଜନୀନ ହେବା ପରେ ଏହା ପ୍ରଘଟ ହୋଇଥିଲା । କମିଟି ଶିଳ୍ପରେ କାଷ୍ଟିଂ କାଉଚର ମାମଲା ସହ ମଦ୍ୟପାନ ଏବଂ ଡ୍ରଗ୍ସର ମାମଲା ମଧ୍ୟ ବାହାରିଥିଲା। 

ନୟନତରା ଏବଂ ଧନୁଷଙ୍କ ମଧ୍ୟରେ ବହୁତ ବିବାଦ ହୋଇଥିଲା । ଉଭୟ ପାର୍ଶ୍ୱରୁ ବହୁତ ତୁ ତୁ ମେଁ ମେଁ ହୋଇଥିଲା ।ଶେଷରେ ଏହି କଳି କୋର୍ଟରେ ପହଞ୍ଚିଥିଲା। ନୟନତରା ତାଙ୍କ ଡକ୍ୟୁମେଣ୍ଟାରୀରେ ଧନୁଷଙ୍କ ଫିଲ୍ମର ଫୁଟେଜ୍ ବ୍ୟବହାର କରିବାକୁ ଚାହୁଁଥିଲେ। ଫିଲ୍ମର ନିର୍ମାତା ଧନୁଷଙ୍କ ଠାରୁ ଅନୁମତି ମାଗିଥିଲେ, କିନ୍ତୁ ଧନୁଷ ଏନଓସି ଦେଇନଥିଲେ। ଯେତେବେଳେ ଡକ୍ୟୁମେଣ୍ଟାରୀର ଟ୍ରେଲରରେ ତିନି ସେକେଣ୍ଡର କ୍ଲିପ ଦେଖିଲେ , ଧନୁଷ ୧୦ କୋଟିର ଆଇନଗତ ନୋଟିସ୍ ପଠାଇଥିଲେ।  

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ। ତାଙ୍କ ମଧ୍ୟରେ ଛାଡପତ୍ର ହେବାର ଅନେକ ଖବର ଥିଲା। କୁହାଯାଇଥିଲା ଯେ ଦୁହେଁ ଏକାଠି ଦେଖାଯାଉ ନାହାଁନ୍ତି। ସେମାନଙ୍କର ଖୁବ୍ ଶୀଘ୍ର ଛାଡପତ୍ର ହେବ। ଏହା ପରେ ଅଭିଷେକଙ୍କ ନାମ ନିମ୍ରିତ କୌରଙ୍କ ସହିତ ଯୋଡା ଯାଇଥିଲା। କୁହାଯାଉଥିଲା ଯେ 'ଦସଭି' ଫିଲ୍ମରେ କାମ କରିବା ସମୟରେ ଦୁହେଁ ବହୁତ ନିକଟତର ହୋଇଥିଲେ। ଏହି ବିଷୟ ଦୀର୍ଘ ସମୟ ଧରି ଚାଲିଥିଲା । ଏହି ପ୍ରସଙ୍ଗରେ କେହି କିଛି କହି ନଥିଲେ। 

୨୦୨୪ରେ ପୁଣମ୍ ପାଣ୍ଡେ ଯାହା କରିଥିଲେ, ତାହା ବିଷୟରେ ଚିନ୍ତା କରିବା ମଧ୍ୟ ଏକ ପାପ । ପୁନମ ପାଣ୍ଡେ ଗର୍ଭାଶୟ କର୍କଟରେ ମୃତ୍ୟୁ ବରଣ କରିଛନ୍ତି। ବିଭିନ୍ନ ପ୍ରଚାର ଆରମ୍ଭ ହୋଇଥିଲା। କେହି ଏହାକୁ ହତ୍ୟା ତ ଆଉ କେହି ଆତ୍ମହତ୍ୟା କହିଥିଲେ। କିନ୍ତୁ ପରେ ଜାଣିବାକୁ ପାଇଲା ଯେ ଏସବୁ ମିଥ୍ୟା ଅଟେ। ଗର୍ଭାଶୟ କର୍କଟ ବିଷୟରେ ସଚେତନତା ପାଇଁ ଏହା କେବଳ ଏକ ଅଭିଯାନ ଥିଲା।  

ସେହିପରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ବାରମ୍ଵାର ହତ୍ୟା ଧମକ ଯୋଗୁଁ ୨୦୨୪ ସଲମାନଙ୍କ ଖାନଙ୍କ ପାଇଁ ବିପଦପୂର୍ଣ୍ଣ ରହିଥିଲା । ହତ୍ୟା ଅଭିଯୋଗରେ ଦର୍ଶନ ଓ ବାନ୍ଧବୀ ପବିତ୍ରା ଜେଲ ଯାଇଥିଲେ । ଯାହାକି ବଡ ଚର୍ଚ୍ଚିତ ଘଟଣା ଥିଲା । 

ଏତିକି ହିଁ ନୁହେଁ ଅଭିନେତ୍ରୀ ସାମନ୍ଥାଙ୍କୁ ନେଇ ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା। ତେଲେଙ୍ଗାନା ମନ୍ତ୍ରୀଙ୍କ ବିବାଦୀୟ ବୟାନ ବର୍ଷ ୨୦୨୪ ଖବର ବହୁଳ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.