'ଦଙ୍ଗଲ'ର ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ 'ପୁଷ୍ପା ୨', ଆଗୁଆ ଶୁଭେଚ୍ଛା ଜଣାଇଲେ ଅମିର ଖାନଙ୍କ ଟିମ୍

Published By : Prameya-News7 Bureau | December 31, 2024 IST

ମୁମ୍ବାଇ: ଚଳିତ ବର୍ଷ ଡିସେମ୍ବର ୫ରେ ବଡ଼ ପରଦାକୁ ଆସିଥିବା ‘ପୁଷ୍ପା-୨ ଦ ରୁଲ୍’ ବକ୍ସ ଅଫିସ୍‌ରେ ଏ ପର୍ଯ୍ୟନ୍ତ ଅନେକ ରେକର୍ଡ ଭାଙ୍ଗି ସାରିଛି। ଫିଲ୍ମକୁ ଦର୍ଶକ ଖୁବ୍ ଭଲ ପାଇବା ଦେବା ସହ ସିନେ ସମୀକ୍ଷକ ମଧ୍ୟ ପ୍ରଶଂସା କରିଛନ୍ତି। ନିର୍ଦ୍ଦେଶକ ସୁକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ଆୟ ଅଦ୍ୟାବଧି ୧୭୦୦ କୋଟି ଟପି ସାରିଛି। ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମିର ଖାନ ମଧ୍ୟ ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା ଅଭିନୀତି ଏହି ଫିଲ୍ମକୁ ଶୁଭକାମନା ଜଣାଇଛନ୍ତି।

ବକ୍ସି ଅଫିସ୍‌ରେ ପୁଷ୍ପା-୨ର ଜଲଓ୍ଵା

ଅମିର ଖାନ ପ୍ରଡକ୍ସନ ନିଜର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ଅଲ୍ଲୁ ଅର୍ଜୁନ ଓ ତାଙ୍କ ଫିଲ୍ମର ପୂରା ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ପୋଷ୍ଟରେ ଅମିର ଖାନଙ୍କ ପକ୍ଷରୁ ଲେଖା ହୋଇଛି ଯେ, “ଅମିର ଖାନ ପ୍ରଡକ୍ସନ ପକ୍ଷରୁ ପୁଷ୍ପା-୨ର ପୂରା ଟିମ୍‌କୁ ଫିଲ୍ମର ବ୍ଲକବଷ୍ଟର ସଫଳତା ପାଇଁ ବହୁତ ଶୁଭକାମନା। ପ୍ରାର୍ଥନା କରୁଛି ଫିଲ୍ମ ଆଗକୁ ମଧ୍ୟ ଏମିତି ଆୟ କରି ଚାଲୁ”। ଅମିର ଖାନ ପ୍ରଡକ୍ସନ ଆକାଉଣ୍ଟରୁ କରାଯାଇଥିବା ଏହି ପୋଷ୍ଟ ଉପରେ ପୁଷ୍ପା-୨ର ମୁଖ୍ୟ ଅଭିନେତା ଅଲ୍ଲୁ ଅର୍ଜୁନ ପ୍ରତିକ୍ରିୟା ଦେଇ କହିଛନ୍ତି, "ଆପଣଙ୍କ ଶୁଭକାମନା ପାଇଁ ବହୁତ ଧନ୍ୟବାଦ। ଅମିର ଖାନ ପ୍ରଡକ୍ସନକୁ ବହୁତ ଭଲ ପାଇବା"। 

Also read: ବଲିଉଡ୍ ପ୍ରତି ଘୃଣା ଆସୁଛି, ମୁଁ ମୁମ୍ବାଇ ଛାଡ଼ି ସାଉଥ୍ ପଳାଇବି: ଅନୁରାଗ କଶ୍ୟପ

ଭାରତୀୟ ବକ୍ସ ଅଫିସରେ ଅଲ୍ଲୁଙ୍କ ଫିଲ୍ମ ପୁଷ୍ପା ୨, ୭୬୯.୭୫ କୋଟି କାରବାର କରି ଶାହରୁଖ ଖାନଙ୍କ ଯବାନ(୬୪୩.୮୭) କୋଟିକୁ ଅତିକ୍ରମ କରି ସାରିଛି। ଏବେ ପୁଷ୍ପା-୨ ଧିରେ ଧିରେ ଅମିରଙ୍କ ଫିଲ୍ମ ‘ଦଙ୍ଗଲ’ ରଓ୍ଵା ର୍ଲ୍ଡଓ୍ଵାଇଡ୍ କଲେକ୍ସନକୁ ଭାଙ୍ଗିବା ଦିଗରେ ଅଗ୍ରସର ହେଉଛି। ସତ୍ୟ କାହାଣୀ ଉପରେ ଆଧାରିତ ଫିଲ୍ମ ଦଙ୍ଗଲର ଓ୍ଵାର୍ଲ୍ଡଓ୍ଵାଇଡ କଲେକ୍ସନ ୧୯୬୮ କୋଟି ଟଙ୍କା ଥିଲା। ପୁଷ୍ପା-୨ ଏ ପର୍ଯ୍ୟନ୍ତ ୧୭୬୦ କୋଟି ଟଙ୍କା କାରବାର କରି ସାରିଲାଣି। 




ନିତେଶ ତିଓ୍ଵାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ଦଙ୍ଗଲ ୨୦୧୬ରେ ରିଲିଜ୍ ହୋଇଥିଲା। ଫିଲ୍ମର ଓ୍ଵାର୍ଲ୍ଡଓ୍ଵାଇଡ କଲେକ୍ସନ ବହୁତ ପ୍ରଭାବଶୀଳ ଥିଲା। ଅଲ୍ଲୁଙ୍କ ଫିଲ୍ମ ପୁଷ୍ପା-୨ ଏ ପର୍ଯ୍ୟନ୍ତ ଅନେକ ରେକର୍ଡ ଭାଙ୍ଗି ସାରିଛି। ଫିଲ୍ମ ୨୫ ଦିନରେ ୧୭୬୦ କୋଟି ଟଙ୍କାର ବ୍ୟବସାୟ କରି ସାରିଛି। ଅନ୍ୟପଟେ ଅମିର ଖାନ ନିଜର  ଆଗାମୀ ଫିଲ୍ମ ‘ସିତାରେ ଜମିନ ପର’କୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ୨୦୦୭ରେ ରିଲିଜ୍ ହୋଇଥିବା ତାରେ ଜମିନ ପରର ସିକ୍ଵେଲ। ଏହି ଫିଲ୍ମରେ ଜେନେଲିଆ ଡିସୁଜା ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.