ମୁମ୍ବାଇ ଟାଟା ଇନ୍‌ଷ୍ଟିଚ୍ୟୁଟକୁ ବଡ଼ ସଫଳତା, ମାତ୍ର ୧୦୦ ଟଙ୍କାରେ ଭଲ ହେବ କ୍ୟାନସର ଚିକିତ୍ସା

Published By : Prameya-News7 Bureau | February 28, 2024 IST

ମୁମ୍ୱାଇ ୨୮/୦୨: ୧୦୦ ଟଙ୍କାରେ କ୍ୟାନସର ଚିକିତ୍ସା । ମୁମ୍ୱାଇର ଟାଟା ଇନଷ୍ଟିଚ୍ୟୁଟ୍ ଗବେଷଣାରେ ଦାବି । କେମୋ ଥେରାପି ବଦଳରେ ରାମବାଣ ସାଜିବ ବଟିକା । ଥରେ ଔଷଧ ଖାଇଲେ ଦ୍ୱିତୀୟ ଥରେ ହେବନି କର୍କଟ । କର୍କଟ ଚିକିତ୍ସାରେ ମୁମ୍ବାଇର ଟାଟା ଇନ୍‌ଷ୍ଟିଚ୍ୟୁଟ ହାସଲ କରିଛି ବଡ ଉପଲବ୍ଧି । ଥରେ ଔଷଧ ଖାଇଲେ ଦ୍ୱିତୀୟ ଥର ଯେପରି ଏହି ରୋଗ ନହେବ ତାର ଚିକିତ୍ସା ଅନୁସନ୍ଧାନ କରିଥିବା ଦାବି କରିଛି ଟାଟା ଇନ୍‌ଷ୍ଟିଚ୍ୟୁଟ ।

ପ୍ରତିଷ୍ଠାନର ଡାକ୍ତର ଏବଂ ଗବେଷକମାନେ ୧୦ ବର୍ଷ ପର୍ଯ୍ୟନ୍ତ ଗବେଷଣା କରି ଏକ ବଟିକା ପ୍ରସ୍ତୁତ କରିଛନ୍ତି । ଏହି ଔଷଧ ସେବନ ଦ୍ୱାରା କର୍କଟ ରୋଗ ଠାରୁ ମିଳିବ ମୁକ୍ତି । ଆହୁରି ବି ଏହି ଔଷଧ, ବିକିରଣ ଏବଂ କେମୋଥେରାପିର ଚିକିତ୍ସା ଜନିତ ସାଇଡ୍ ଇଫେକ୍ଟକୁ ବି ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଦେବ । ଆଗକୁ ଏହି ଔଷଧ ସବୁଠି ଉପଲବ୍ଧ ହେବ । ତେବେ ଏହାର ଦାମ ବେଶି ନୁହେଁ, ମାତ୍ର ୧୦୦ ଟଙ୍କାରେ ମିଳିବ ଚିକିତ୍ସା ।

ଟାଟା ମେମୋରିଆଲ ହସ୍ପିଟାଲ ତରଫରୁ ହୋଇଥିବା ଗବେଷଣାରେ ସାମିଲ ହୋଇଥିଲେ ବରିଷ୍ଠ କର୍କଟ ଚିକିତ୍ସକ ଡାକ୍ତର ରାଜେନ୍ଦ୍ର ବଡଭେ । ବଡଭେଙ୍କ କହିବା କଥା ଗବେଷଣା ପାଇଁ ମନୁଷ୍ୟର କର୍କଟ କୋଷିକାକୁ ମୂଷାଠାରେ ପ୍ରୟୋଗ କରାଯାଇଥିଲା । ପରେ ବିକିରିଣ ଥେରାପି, କେମୋଥେରାପି ଏବଂ ଅସ୍ତ୍ରୋପଚାର ମାଧ୍ୟମରେ ମୂଷାମାନଙ୍କର ଚିକିତ୍ସା ହୋଇଥିଲା ।

କର୍କଟ କୋଷିକାଗୁଡିକ ମରିଯିବା ପରେ ଏହା ଛୋଟ ଛୋଟ କଣିକା ‘କ୍ରୋମାଟିନ ପାର୍ଟିକିଲ୍ସ’ରେ ପରିଣତ ହୋଇଥାଏ। ଏହା ରକ୍ତପ୍ରବାହ ମାଧ୍ୟମରେ ଅନ୍ୟ ଅଙ୍ଗରେ ପହଞ୍ଚି କର୍କଟ ସୃଷ୍ଟି କରିଥାଏ । ଆଉ କିଛି କ୍ରୋମାଟିନ ପାର୍ଟିକିଲ୍ସ ସୁସ୍ଥ ଗୁଣସୂତ୍ର ସହ ମିଶି ପୁଣି କର୍କଟର କାରଣ ପାଲଟି ଥାଏ। ଏହି ସମସ୍ୟାର ସମାଧାନ ଲାଗି ଡାକ୍ତର ମୂଷାକୁ ରେସଭେରାଟ୍ରୋଲ ଏବଂ କପର (ଆର+ସିୟୁ) ସହିତ ପ୍ରି-ଅକ୍ସିଡାଣ୍ଟ ଦିଆଯାଇଥିଲା। (ଆର+ସିୟୁ) ଅକ୍ସିଜେନ ରାଡିକାଲ୍‌ ସୃଷ୍ଟି କରିଥାଏ ।

ଏହା କ୍ରୋମାଟିନ କଣିକାକୁ ନଷ୍ଟ କରିଦେଇଥାଏ । ଏହି ପ୍ରକ୍ରିୟା କେମୋଥେରାପିର ପାର୍ଶ୍ବ ପ୍ରତିକ୍ରିୟାକୁ ରୋକିଥାଏ । ମାତ୍ର ୧୦୦ ଟଙ୍କାରେ ଏହି ଔଷଧ ଉପଲବ୍ଧ ହେବ। ଏହା କର୍କଟର ସବୁଠାରୁ ଶସ୍ତା ଚିକିତ୍ସା ହେବ। ଏହି ବଟିକାକୁ ମଞ୍ଜୁରି ଦେବା ପାଇଁ ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟିକୁ ଆବେଦନ କରାଯାଇଛି ।

ଏବେ ମାନବ ପରୀକ୍ଷା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ଆଗକୁ ଏଥିପାଇଁ ପାଞ୍ଚ ବର୍ଷ ସମୟ ଲାଗିପାରେ । ଏହି ଟ୍ୟାବଲେଟ୍‌ର ବ୍ୟବାହରପାଇଁ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ର ଅନୁମୋଦନକୁ ଅପେକ୍ଷା ରହିଛି । ଜୁନ୍-ଜୁଲାଇ ସୁଦ୍ଧା ବଜାରରେ ଏହା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

you can also read....

wp:embed {"url":"https://www.prameyanews7.com/hp-congress-minister-vikramaditya-singh-resign-from-ministry/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hp-congress-minister-vikramaditya-singh-resign-from-ministry/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.