ନୂଆଦିଲ୍ଲୀ ୧୩।୦୯: ଶୁକ୍ରବାର ଚେନ୍ନାଇରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ୧୯ ସେପ୍ଟେମ୍ବର ମୁମ୍ବାଇରେ ହିଁ ଖେଳାଯିବ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ । ରୋହିତ ଶର୍ମାଙ୍କ ଅଧିନାୟକ ଟିମ୍ ଆରମ୍ଭ କରିସାରିଛନ୍ତି ଅଭ୍ୟାସ ।
ଏନେଇ ସୋଶିଆଲ୍ ମିଡିଆରେ ଅପଡେଟ୍ ସେୟାର କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ । ତେବେ ଅଭ୍ୟାସ ମ୍ୟାଚ୍ରେ ନଜର ଆସିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ମୋର୍ନେ ମୋର୍କେଲ । ମର୍କେଲ ଟିମ୍ ଇଣ୍ଡିଆର ନୂଆ ବୋଲିଂ କୋଚ୍ । ତାଙ୍କର ଆଗମନ ବୋଲରଙ୍କୁ ବେଶ୍ ସାହାଯ୍ୟ କରିବ । ଖାସ୍ କଥା ହେଉଛି ମର୍କେଲ ମଧ୍ୟ ପାକିସ୍ତାନର ବୋଲିଂ କୋଚ୍ ରହିସାରିଛନ୍ତି ।
ମର୍କେଲ କିଛି ଦିନ ପୂର୍ବରୁ ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ହୋଇଛନ୍ତି । ସେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସହ କାମ କରିବେ । ମର୍କେଲ ଅଭିଜ୍ଞ ଏବଂ ତାଙ୍କ କ୍ୟାରିୟରରେ ସେ ବହୁତ ଘାତକ ବୋଲିଂ କରିଛନ୍ତି । ମର୍କେଲ କାରଣରୁ ବାଂଲାଦେଶକୁ ନିଶ୍ଚିତ ଭାବେ କ୍ଷତି ସହିବାକୁ ପଡିପାରେ । ଭାରତର ୟଙ୍ଗ ବୋଲରଙ୍କ ପାଇଁ ମର୍କେଲ ବେଶ୍ ସହାୟକ ପ୍ରମାଣିତ ହେବେ । ମହମ୍ମଦ ସିରାଜ, ଆକାଶ ଦୀପ ଏବଂ ୟଶ ଦୟାଲଙ୍କ ପାଇଁ ଏହା ଏକ ଭଲ ସୁଯୋଗ ହେବ।
ତେବେ ମର୍କେଲଙ୍କ କ୍ୟାରିୟର ବିଷୟରେ କହିବାରୁ ଗଲେ ତାଙ୍କର ଟେଷ୍ଟ କ୍ୟାରିୟର ବେଶ୍ ଶାନଦାର ରହିଛି । ସେ ୮୬ଟି ମ୍ୟାଚରେ ୩୦୯ ୱିକେଟ୍ ନେଇଛନ୍ତି । ଏହି ଅବଧି ମଧ୍ୟରେ ଗୋଟିଏ ଇଂନିସରେ ୨୩ ରନ୍ ଦେଇ ୬ ୱିକେଟ୍ ନେବା ତାଙ୍କର ଥିଲା ସର୍ବୋତ୍ତମ ପ୍ରଦର୍ଶନ । ସେ ୧୧୭ଟି ଦିନିକିଆ ମ୍ୟାଚରେ ୧୮୮ଟି ୱିକେଟ୍ ନେଇଛନ୍ତି । ମର୍କେଲ ୪୪ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୪୭ଟି ୱିକେଟ୍ ନେଇଛନ୍ତି । ଘରୋଇ କ୍ରିକେଟରେ ମଧ୍ୟ ମର୍କେଲ ଭଲ ପ୍ରଦର୍ଶନ କରିଛନ୍ତି।
ମର୍କେଲ ମଧ୍ୟ ପାକିସ୍ତାନ କ୍ରିକେଟ୍ ଦଳର ବୋଲିଂ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି । ଏହାସହିତ ସେ ଆଇପିଏଲ ଟିମ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ର କୋଚିଂ ଷ୍ଟାଫ୍ରେ ମଧ୍ୟ ସାମିଲ ହୋଇଥିଲେ । ମର୍କେଲ ଏବଂ ଗମ୍ଭୀର ୨୦୨୨-୨୩ରେ ଲକ୍ଷ୍ନୌ ପାଇଁ ଏକାଠି କାମ କରିଛନ୍ତି । ମର୍କେଲ ଦକ୍ଷିଣ ଆଫ୍ରିକା ୨୦ ଲିଗରେ ଡର୍ବାନ୍ ସୁପର ଜଏଣ୍ଟସର କୋଚ୍ ମଧ୍ୟ ଥିଲେ ।