ଏସିଆ କପ୍ ଫାଇନାଲ୍‌ରେ ଟିମ୍ ଇଣ୍ଡିଆର ପରାଜୟ, ବାଂଲାଦେଶ ଚାମ୍ପିଅନ

Published By : Prameya-News7 Bureau | December 08, 2024 IST

abp live

ନୂଆଦିଲ୍ଲୀ: ବାଂଲାଦେଶ ୧୯ ବର୍ଷରୁ କମ ଏସିଆ କପ୍ ୨୦୨୪ ଫାଇନାଲ୍‌ରେ ଭାରତକୁ ହରାଇ ଟାଇଟଲ୍ ଜିତିଛି। ପୂରା ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ଦଳ ଫାଇନାଲ୍‌ରେ ଫ୍ଲପ୍ ରହିଛି। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୧୯୮ ରନ କରିଥିଲା। ଜବାବରେ ଭାରତ ୩୫.୨ ଓଭରରେ  ୧୩୯ ରନରେ ଅଲଆଉଟ୍  ହୋଇଛି। ଆଉ ବାଂଲାଦେଶ ଚାମ୍ପିଅନ ହୋଇଛି। ବୈଭବ ସୂର୍ଯ୍ୟବଂଶୀ ଏହି ମ୍ୟାଚ୍‌ରେ ୯ ରନ କରିଥିବା ବେଳେ ମହମ୍ମଦ ଅମାନ ସର୍ବାଧିକ ୨୬ ରନ କରିଥିବା ବେଳେ ହାରଦିକ ରାଜ  ୨୪ ରନ କରି ପାଭିଲିୟନ ଫେରିଥିଲେ। ବାଂଲାଦେଶ ପକ୍ଷରୁ ମହମ୍ମଦ ରିଜାନ ହୁସେନ ୪୭ ରନ କରିଥିବା ବେଳେ ମହମ୍ମଦ ସିହାବ ଜେମ୍ସ ୪୦ ରନ ଓ ଫରିଦ ହସନ ଫୟସାଲ ୩୯ ରନ କରିଥିଲେ। 

ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ପରାଜୟ ଭୋଗିଥିଲା। ଏହ ାପରେ ଲଗାଗାର ତିନୋଟି ମ୍ୟାଚ୍‌ ଜିତି ଫାଇନାଲ୍‌ରେ ପ୍ରବେଶ କରିଥିଲା। ହେଲେ ଫାଇନାଲ୍‌ରେ ଦଳ ପରାଜୟ ଭୋଗିଛି। ଭାରତୀୟ ଅଧିନାୟକ ମହମ୍ମଦ ଅମିନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୯.୧ ଓଭରରେ ୧୯୮ ରନର ଲଢୁଆ ସ୍କୋର କରିଥିଲା। ଜବାବରେ ଭାରତୀୟ ବ୍ୟାଟର ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ଆଉ ଦଳ ଭାରତ ୩୫.୨ ଓଭରରେ  ୧୩୯ ରନରେ ଅଲଆଉଟ୍  ହୋଇଛି। ଆଉ ଭାରତ ଟାଇଟଲ୍ ଜିତିବାରୁ ବଞ୍ଚିତ  ହୋଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.