ଜଳାଇବ ତାତି, ଆଗାମୀ ଦିନରେ ପାରଦ ବଢିପାରେ ୨ରୁ ୪ ଡିଗ୍ରୀ

Published By : Prameya-News7 Bureau | April 06, 2025 IST

ଭୁବନେଶ୍ୱର ୦୬।୦୪ : ଜଳାଇବ ତାତି । ଆସନ୍ତା ଦୁଇ ଦିନରେ ଦିନ ତାପମାତ୍ରା  ୨ରୁ ୪ ଡିଗ୍ରୀ ବଢ଼ିପାରେ । ପଶ୍ଚିମ  ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା  ୪୦ ଡିଗ୍ରୀ ସେଲସିୟସ୍‌ ଛୁଇଁପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ରବିବାର ବୌଦ୍ଧ, ବଲାଙ୍ଗିର, ଭବାନୀପାଟଣା, ଟିଟିଲାଗଡ଼, ଝାରସୁଗୁଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ । ସୋମବାର ବି  ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି  ପାଣିପାଗ ବିଭାଗ ଆକଳନ କରିଛି । ସେହିପରି ଶନିବାର ଟିଟିଲାଗଡ଼ରେ  ତାପମାତ୍ରା ସର୍ବାଧିକ ୪୦.୫ ଡିଗ୍ରୀ  ଥିଲା । ସୋନପୁରର ୪୦.୧ ଡିଗ୍ରୀ,  ବୌଦ୍ଧ ୪୦ଡିଗ୍ରୀ, ତାଳଚେର ୩୯.୮, ଭୁବନେଶ୍ୱର ୩୯.୭ ଓ ଚାନ୍ଦବାଲିରେ  ୩୯.୬ ଡିଗ୍ରୀ ରେକର୍ଡ ହୋଇଛି ।

  • Weather
  • Weather Forecast
  • Weather update
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.