ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ସଫଳତା, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

Published By : Prameya-News7 Bureau | May 15, 2025 IST

ମଣିପୁର ୧୫/୦୫: ମଣିପୁରର ଚାନ୍ଦେଲ ଜିଲ୍ଲାରେ ଏନ୍‌କାଉଣ୍ଟର । ଆସାମ ରାଇଫଲ୍ସ ଓ ଉଗ୍ରବାଦୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ । ଯେଉଁଥିରେ ଅତି କମରେ ୧୦ ଉଗ୍ରବାଦୀ ନିହତ ହୋଇଛନ୍ତି । ଏବେବି ସେଠାରେ କମ୍ୱିଂ ଜାରି ରହିଛି । ମିଆଁମାର ସୀମାନ୍ତରେ ଥିବା ନ୍ୟୁ ସାମତାଲ ଗ୍ରାମ ନିକଟରେ ସନ୍ଦିଗ୍ଧ ସଶସ୍ତ୍ର ଆତଙ୍କବାଦୀଙ୍କ ଗତିବିଧି ବିଷୟରେ ବିଶ୍ୱସ୍ତ ଗୁଇନ୍ଦା ସୂଚନା ପରେ ସେନା ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଅପରେସନ୍ ଆରମ୍ଭ କରାଯାଇଥିଲା। 

ସୂଚନା ଥାଉକି,  ୧୦ ଉଗ୍ରବାଦୀ ନିପାତ ହେବାର ଖବର ସାମ୍ନାକୁ ଆସିଛି । ମଣିପୁର ଚନ୍ଦେଲରେ ସେନା କରିଥିଲା ବଡ ଅପରେସନ୍ । ଭାରତ-ମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ ହୋଇଛନ୍ତି । ଉଗ୍ରବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସେନା ଓ ଆସାମ ରାଇଫଲ୍ସର ମିଳିତ ଅପରେସନରେ ଏହି ବଡ ସଫଳତା ମିଳିଛି । 

ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ସୂଚନା ସେୟାର କରି ଭାରତୀୟ ସେନାର ପୂର୍ବ କମାଣ୍ଡ କହିଛି ଯେ ମେ ୧୪ ତାରିଖରେ, ଆସାମ ରାଇଫଲ୍ସର ଏକ ୟୁନିଟ୍ ସ୍ପିୟର କୋର୍ପସ ଅଧୀନରେ ଖେଙ୍ଗଜୋୟ ତହସିଲର ନ୍ୟୁ ସାମତାଲ ଗାଁରେ ଏହି ଅପରେସନ ଆରମ୍ଭ କରିଥିଲା। ଏହି ଅଞ୍ଚଳ ଭାରତ-ମିଆଁମାର ଅନ୍ତର୍ଜାତୀୟ ସୀମା ନିକଟରେ ଅବସ୍ଥିତ, ଯାହା ପ୍ରାୟତଃ ଆତଙ୍କବାଦୀ କାର୍ଯ୍ୟକଳାପର କେନ୍ଦ୍ର ହୋଇ ରହିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.