ଚନ୍ଦନେଶ୍ୱର ବଜାରରେ ଭୟାବହ ଅଗ୍ନିକାଣ୍ଡ, ୨୦ ଦୋକାନ ପୋଡ଼ି ନଷ୍ଟ

Published By : Prameya-News7 Bureau | April 29, 2025 IST

ଭୋଗରାଇ ୨୯ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ବଜାରରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ପହଞ୍ଚି ଚେଷ୍ଟା ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ପ୍ରାୟ ୪ଟା ସମୟରେ  ଚନ୍ଦନେଶ୍ୱର ବଜାରରେ ହଠାତ ଧୂଆଁ ଦେଖିବା ପାଇଁ ମିଳିଥିଲା । ପରବର୍ତ୍ତୀ ସମୟରେ ଭୟାବହ ନିଆଁ ଜଳିବା ଆରମ୍ଭ ହେଲା । ସ୍ଥାନୀୟ ଲୋକେ ଏହାକୁ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେବା ସହ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ପ୍ରାୟ ୭ରୁ ଅଧିକ ଦୋକାନରେ ନିଆଁ ଲାଗିଥିବା ଜଣା ପଡିଥିଲା । ଏବେ ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ ପାଇଁ ଦୁଇଟି ଟିମ୍ ଲାଗିଛନ୍ତି । ଶେଷ ପର୍ଯ୍ୟନ୍ତ ପାଖାପାଖି ୨୦ଟି ଦୋକାନ ନଷ୍ଟ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାପଡିଛି ।

You Can Read:

ପର୍ଯ୍ୟଟକଙ୍କ ପାଇଁ ୩ ମାସ ଭିତରକନିକା ବନ୍ଦ, ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁକୁ ଦୄଷ୍ଟିରେ ରଖି ପଦକ୍ଷେପ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.