ମାଘ ମେଳାରେ ହୋଇଥିଲା ବିବାଦ, ୩ ବର୍ଷର ଶିଶୁ ପତ୍ରର ଜୀବନ ନେଇଗଲା ଅଭିଯୁକ୍ତ

Published By : Prameya-News7 Bureau | January 28, 2025 IST

କେନ୍ଦୁଝର ୧: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଖେଣ୍ଡରା ଗାଁରେ ଅଭାବନୀୟ ଘଟଣା ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୩ବର୍ଷର ଶିଶୁ ପୁତ୍ରକୁ ହତ୍ୟାକରି ପଥର ଓ ଗଛ ଖୋଲରେ ପକାଇ ଦେଇଥିଲା ଦୁର୍ବୃତ୍ତ । 

ପୋଲିସର ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ନହବେଡା ଗ୍ରାମର ଶ୍ରୀତମ ମୁଣ୍ଡାଙ୍କ ସହ ସେହି ଗ୍ରାମର ଦୁର୍ଯ୍ୟ ମୁଣ୍ଡାଙ୍କର ମାଘ ମେଳାରେ ବିବାଦ ହୋଇଥିଲା । ଏହାକୁ  ନେଇ ଶ୍ରୀତମ ମୁଣ୍ଡା ରାଗ ରଖିଥିଲା । ପ୍ରତିଶୋଧର ବାହାନା ଖୋଜୁଥିଲା । ଗତ ରବିବାର ଦିନ ଦୁର୍ଯ୍ୟ ମୁଣ୍ଡାଙ୍କ ୩ ବର୍ଷର ପୁଅ ଲକି ମୁଣ୍ଡା ଘର ପାଖରେ ଖେଳୁଥିବା ବେଳେ ଶ୍ରୀତମ ମୁଣ୍ଡା ତାଙ୍କୁ ସେଠାରୁ ଡାକି ନେଇଥିଲେ । ସେଠାରୁ ନେଇ ଖେଣ୍ଡରା ଜଙ୍ଗଲରେ ଅତି ଅମାନୁଷିକ ଭାବେ ହତ୍ୟା କରିବା ପରେ ପଥର ଓ ଗଛ ଖୋଲରେ ଫିଙ୍ଗି ଦେଇଥିଲେ । ଶନିବାର ଦିନ ଶିଶୁଟିକୁ ନପାଇ ଝୁମ୍ପୁରା ଥାନାରେ ପରିବାର ପକ୍ଷରୁ ନିଖୋଜ ଅଭିଯୋଗ ହୋଇଥିଲା । ପୋଲିସ ପକ୍ଷରୁ ତଦନ୍ତ ପରେ ଶ୍ରୀତମ ମୁଣ୍ଡାକୁ ଥାନାକୁ ଆଣି ଜେରା ସମୟରେ ଅଭିଯୁକ୍ତ ହତ୍ୟା ସମ୍ପର୍କରେ ସମସ୍ତ ସୂଚନା ଦେଇଥିଲେ । ମଙ୍ଗଳବାର ସକାଳେ ଶ୍ରୀତମ ସହ ଘଟଣାସ୍ଥଳକୁ ମାଜିଷ୍ଟ୍ରେଟ୍, ପୋଲିସ ଟିମ୍, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ହତ୍ୟାକାରୀ ଶ୍ରୀତମକୁ ଗିରଫ କରାଯାଇଛି ।

You Can Read:

ଭିଏତନାମରେ ସାଲେପୁର ଯୁବକଙ୍କ ମୃତ୍ୟୁ, ମୃତଦେହ ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କଲେ ପରିବାର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.