କୋଣାର୍କ ୨୮।୧: ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଗଲା କାର୍ । ଅଳ୍ପକେ ବର୍ତ୍ତିଗଲେ ୪ ଜଣ ଯୁବକ । ଅତ୍ୟଧିକ ମଦ୍ୟପାନ ଯୋଗୁଁ କାର୍ଟି ଭାରସାମ୍ୟ ହରାଇ ଜଙ୍ଗଲ ଭିତରକୁ ପସିଯାଇଥିଲା । ସେହିଠାରେ ହିଁ କାର୍ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି । ରାମଚଣ୍ଡୀ ମୁହାଁଣ ନିକଟ ଲୋଟସ୍ ରିସର୍ଟ ନିକଟରେ ଦୁର୍ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଭୋରୁ ଏକ କାର୍ରେ ଖୋର୍ଦ୍ଧା ଜିଲ୍ଲା ମୁକ୍ତାପୁର ଅଞ୍ଚଳର ୪ ଜଣ ଯୁବକ ମାଳତୀପାଟପୁର ଓଭରବ୍ରିଜ୍ ଦେଇ କୋଣାର୍କ ଚନ୍ଦ୍ରଭଗା ବୁଲିବାକୁ ଆସିଥିଲେ । ଅତ୍ୟଧିକ ମଦ୍ୟପାନ କରି ଗାଡ଼ି ଚଳାଇ ଲୋଟସ୍ ରିସର୍ଟ ଛକ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରେ କାର୍କୁ ପିଟିଥିଲେ । ପରେ କାର୍ଟି ଜଙ୍ଗଲ ଭିତରକୁ ପଶିଯାଇଥିଲା । ଫଳରେ କାର୍ଟି ଜଳିବାକୁ ଲାଗିଥିଲା । ଏହା ଦେଖି ଗାଡ଼ି ଭିତରୁ ଯୁବକ ୪ ଜଣ ବାହାରକୁ ବାହାରି ଆସିଥିଲେ । ଯୁବକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ମୁକ୍ତାପୁର ପ୍ରଶାନ୍ତ ଖୁଟିଆ, ସୌମ୍ୟରଞ୍ଜନ ସାହୁଙ୍କ ସହ ଆଉ ଦୁଇ ଜଣ ଥିବା ମେରାଇନ୍ ପୋଲିସ ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ଲୋକମାନେ କାର୍ଟି ଜଳୁଥିବା ଦେଖି ଚମ୍ପାହର ଅଗ୍ନିଶମ ବିଭାଗକୁ ଫୋନ୍ କରିଥିଲେ । ଖବର ପାଇଁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ କାର୍ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା ।
ମେରାଇନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି । କାର୍ ଭିତରେ ଏକ ମଦ ବୋତଲ ଥିବା ଦେଖିବା ପରେ ମଦ୍ୟପାନ କରି ଗାଡି଼ ଚଳାଇବାରୁ ଏପରି ଦୁର୍ଘଟଣା ହୋଇଛି ବୋଲି ମେରାଇନ ଥାନା ଅଧିକାରୀ ପ୍ରତିମା ସାହୁ ସୂଚନା ଦେଇଛନ୍ତି ।
You Can Read:
ସ୍କୁଟରକୁ ଧକ୍କା ଦେଲା କଣ୍ଟେନର : ଚାଲିଗଲା ସ୍ତ୍ରୀଙ୍କ ଜୀବନ, ଅଳ୍ପକେ ବର୍ତ୍ତିଗଲେ ସ୍ବାମୀ