ଆରମ୍ଭ ହେବାକୁ ଯାଉଛି ଦେଶର ସବୁଠୁ ମହଙ୍ଗା ରିୟଲ ଇଷ୍ଟେଟ୍ ପ୍ରୋଜେକ୍ଟ, ପ୍ରତି ବର୍ଗଫୁଟ ମୂଲ୍ୟ ରହିବ ୮୦ ହଜାର ଟଙ୍କା

Published By : Prameya-News7 Bureau | October 12, 2024 IST

ନୂଆଦିଲ୍ଲୀ ୧୨।୧୦: ଦେଶର ସବୁଠୁ ବଡ଼ ରିୟଲ ଇଷ୍ଟେଟ୍ କମ୍ପାନୀ ଡିଏଲଏଫ ଖୁବ୍ ଶୀଘ୍ର ଗୁରୁଗ୍ରାମର ଗଲଫକୋର୍ସ ରୋଡରେ ଦେଶର ସବୁଠୁ ମହଙ୍ଗା ରିୟଲ ଇଷ୍ଟେଟ ପ୍ରୋଜେକ୍ଟ ‘ଡିଏଲଏଫ ଦ ଡହେଲିୟାଜ’ ଲଞ୍ଚ କରିବାକୁ ଯାଉଛି। ଏହି ପ୍ରୋଜେକ୍ଟ ପୂର୍ବରୁ ଥିବା ପ୍ରତିଷ୍ଠିତ ‘କେମେଲିୟାଜ’ର ଠିକ୍ ସାମ୍ନାରେ ତୋଳା ଯିବ। ଦ ଡହେଲିୟାଜ ୧୭ ଏକର ଜମି ଉପରେ ବ୍ୟପ୍ତ ହେବ, ଯେଉଁଥିରେ ୨୯ ମହଲାର ଟାୱାର୍ସ ନିର୍ମିତ ହେବ। 

ଏହି ଟାୱାରମାନଙ୍କରେ ୪୦୦ ସୁପର ଲକଜରି ରେସିଡେଣ୍ଟ ବନିବ। ଏହି ଘରଗୁଡିକର ଆକାର ୯,୫୦୦ରୁ ୧୬,୦୦୦ ବର୍ଗଫୁଟ ମଧ୍ୟରେ ରହିବ। ଏହି ପ୍ରୋଜେକ୍ଟର କ୍ଲବ ହାଉସ୍ ପାଖାପାଖି ୨ ଲକ୍ଷ ବର୍ଗଫୁଟର ହେବ, ଯାହା କେମେଲିୟାଜ କ୍ଲବ ହାଉସ୍ ର ୨ ଗୁଣରୁ ବି ଅଧିକ ହେବ। ଦ ଡହେଲିୟାଜରେ ସୁପର ଲକଜରୀ ରେଜିଡେଣ୍ଟର ପ୍ରାରମ୍ଭିକ ମୂଲ୍ୟ ପ୍ରତି ବର୍ଗଫୁଟ ୮୦ ହଜାର ଟଙ୍କା ରହିବ। ପ୍ରପଇକ୍ୱିଟି ଅନୁସାରେ ଏଠାରେ ଏକ ଆପାର୍ଟମେଣ୍ଟର ହାରାହାରି ମୂଲ୍ୟ   ପାଖାପାଖି ୧୦୦ କୋଟି ଟଙ୍କା ହେବ। 

ଏହି ପ୍ରୋଜେକ୍ଟର ମୋଟ ବିକ୍ରି ମୂଲ୍ୟ ୩୪,୦୦୦ କୋଟି ଟଙ୍କା ମୂଲ୍ୟାୟନ ହୋଇଛି, ଯାହା କେମେଲିୟାଜ ଓ ଅନ୍ୟ କୌଣସି ଭାରତୀୟ ପ୍ରୋଜେକ୍ଟ ଠାରୁ ପାଖାପାଖି ଅଢେଇଗୁଣା ଅଧିକ ହେବ। ଡିଏଲଏଫ କେମେଲିୟାଜ ଆଜି ଦିଲ୍ଲୀ ଏନସିଆରର ଟପ ସିଇଓ  ଏବଂ ହାଇନେଟୱର୍ଥ ଇଣ୍ଡିଭିଜୁଆଲଙ୍କ ଠିକଣା ପାଲଟିଛି। କମେଲିୟାଜକୁ ଏକ ଦଶନ୍ଧୀ ପୂର୍ବେ ପ୍ରତି ବର୍ଗଫୁଟ ୨୨,୫୦୦ ଟଙ୍କାରେ ଲଞ୍ଚ କରାଯାଇଥିଲା। ଏବେ ଏହା ଭାରତର ସବୁଠୁ ମହଙ୍ଗା ଆବାସ ମଧ୍ୟରେ ଅନ୍ୟତମ। 

ପ୍ରପଇକ୍ୱଟି ଅନୁସାରେ ଏ ପର୍ଯ୍ୟନ୍ତ ଦେଶର ସବୁଠୁ ମହଙ୍ଗା ରିୟଲ ଇଷ୍ଟେଟ ପ୍ରୋଜେକ୍ଟର ବିକ୍ରି ମୂଲ୍ୟ ହିସାବରେ ମୁମ୍ବାଇର ୱର୍ଲିସ୍ଥିତ ଓବରୟ ରିୟଲିଟିର ‘ ଥ୍ରୀ ସିକ୍ସଟି ୱେଷ୍ଟ’ ଥିଲା। ତେବେ ଡିଏଲଏଫ ଡହେଲିୟାଜର ବିକ୍ରି ମୂଲ୍ୟକୁ ଦେଖିଲେ ଏହା ଥ୍ରୀ ସିକ୍ସଟି ୱେଷ୍ଟ, ଡିଏଲଏଫ କେମେଲିୟାଜ ଓ ମୁମ୍ବାଇର ନମନ ଜାନାର ମୋଟ ମୂଲ୍ୟ ସହ ସମାନ। ଡିଏଲଏଫ କେମେଲିୟାଜରେ ଏବେ ପ୍ରତି ବର୍ଗ ଫୁଟ ମୂଲ୍ୟ ୬୫,୦୦୦ରୁ ୮୫,୦୦୦ ମଧ୍ୟରେ ରହିଛି। ଏଠାରେ ଅନଫର୍ଣ୍ଣିସଡ ଆପାର୍ଟମେଣ୍ଟର ମାସିକ ଭଡା ୧୦ଲକ୍ଷ ୫୦ ହଜାର ଟଙ୍କାରୁ ଆରମ୍ଭ ହେଉଛି।  

ସେହି ଅନୁସାରେ ଫର୍ଣ୍ଣିସଡ ଆପାର୍ଟମେଣ୍ଟ ଭଡା ୧୪ ଲକ୍ଷରୁ ଆରମ୍ଭ ହେଉଛି। ଏପର୍ଯ୍ୟନ୍ତ କେବଳ ଦିଲ୍ଲୀ ଓ ମୁମ୍ବାଇର କିଛି ଖାସ ଅଞ୍ଚଳରେ ରିୟଲଇଷ୍ଟେଟ ମୂଲ୍ୟ ପ୍ରତି ବର୍ଗଫୁଟ ୧ ଲକ୍ଷ ଟଙ୍କାରୁ ଅଧିକ ରହିଛି। ଏବେ ଗୁରୁଗ୍ରାମ ଏହି ମହଙ୍ଗା ବଜାରରେ ନିଜର ନାମ ଯୋଡିବାକୁ ଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.