ଗୋଠପାଟଣାରେ ଭେଷଜ ପ୍ରୟୋଗଶାଳା ସ୍ଥାପନା ଆମକୁ ଗୌରବାନ୍ୱିତ କରିଛି : ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 29, 2024 IST

ଭୁବନେଶ୍ବର ୨୯।୧୦: ଦେଶବ୍ୟାପୀ ବିଭିନ୍ନ ସ୍ବାସ୍ଥ୍ୟ ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଭିଡିଓ କନଫରେନ୍ସିଂରେ ଏକାଧିକ ସ୍ବାସ୍ଥ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିଛନ୍ତି । ଗୋଠପାଟଣାରେ ନିର୍ମାଣ ହେବାକୁ ଥିବା ଭେଷଜ ବିଜ୍ଞାନ ପରୀକ୍ଷା କେନ୍ଦ୍ରର ଉଦଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି,

କେନ୍ଦ୍ର ସରକାରଙ୍କର ଯୁଗାନ୍ତକାରୀ ପଦକ୍ଷେପ ଯୋଗୁଁ ରାଜ୍ୟରେ ଆନ୍ତର୍ଜାତୀୟ ସ୍ତରର ପରୀକ୍ଷାଗାର ହୋଇପାରିଛି । ରାଜଧାନୀର ଗୋଠପାଟଣାରେ ପ୍ରୟୋଗଶାଳା ସ୍ଥାପନା ଆମକୁ ଗୌରବାନ୍ୱିତ କରିଛି । ଏହା ଭେଷଜ ପରୀକ୍ଷା ଦ୍ଵାରା ସାରା ଦେଶରେ ଏକ ପରିବର୍ତ୍ତନ ଆଣିବ । ଏହା ପୂର୍ବରୁ ଔଷଧ ମାନ ପରୀକ୍ଷା ପାଇଁ ରାଜ୍ୟ ବାହାରେ ନିର୍ଭର କରିବାକୁ ପଡୁଥିଲା । ଆମେ ଅନ୍ୟ ରାଜ୍ୟ ଲାବ୍ରୋରେଟୋରୀ ଉପରେ ନିର୍ଭର କରୁଥିଲେ । ଏହାଦ୍ୱାରା ରିପୋର୍ଟ ଆସିବାରେ ବହୁତ ବିଳମ୍ବ ହେଉଥିଲା ହେଲେ ଏବେ ହାତ ପାଆନ୍ତାରେ ହେବା ଅତିଶୀଘ୍ର ରିପୋର୍ଟ ମିଳିବାରୁ ଅଧିକ ମାତ୍ରାରେ ଉପକୃତ ହେବା ସହିତ ଔଷଧ ବିତରଣ ମଧ୍ୟ ବଢିବ । ଏହା ରାଜ୍ୟ ସହିତ ଆମେ ବିଭିନ୍ନ ଅଞ୍ଚଳର ଆବଶ୍ୟକତା ପୂରଣ କରିପାରିବା । ଏନେଇ ଓଡିଶାବାସୀ ଓ କେନ୍ଦ୍ର ସରକାରଙ୍କୁ ଅନେକ ଅନେକ ଧନ୍ୟବାଦ ଦେଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

You Can Read:

ରାଜ୍ୟରେ ଖୁବ୍‌ଶୀଘ୍ର ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ, ଜାରି ରହିବ ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.