ବିରୋଧୀ ଦଳ ନେତାଙ୍କୁ ଭେଟିଲେ ମୃତ ସହଦେବ ନାୟକଙ୍କ ପରିବାର, ପରିବାରକୁ ଦେଲେ ୫୦ହଜାର ଟଙ୍କା ସହାୟତା

Published By : Prameya-News7 Bureau | January 11, 2025 IST

ଭୁବନେଶ୍ବର ୧: ଚଳିତ ଜାନୁଆରୀ ୮ ତାରିଖ ସକାଳେ ଭୁବନେଶ୍ୱରରେ ଚଞ୍ଚଲ୍ୟ ସୃଷ୍ଟି କରିଥିଲା ରସୁଲଗଡ଼ ଓଭରବ୍ରିଜ୍‌ ଉପରେ ଭୁବନେଶ୍ୱର ମହାନଗର ନିଗମ ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କୁ ନିର୍ମମ ହତ୍ୟାକାଣ୍ଡ ଘଟିଥିଲା । ଭୁବନେଶ୍ୱରରେ ଏପରି ବୀଭତ୍ସ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ହତ୍ୟାର ଶିକାର ହୋଇଥିବା ସହଦେବ ନାୟକଙ୍କ ପତ୍ନୀ ଓ ଦୁଇ ଝିଅ ଶନିବାର ସନ୍ଧ୍ୟାରେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ନୃଶଂସ ହତ୍ୟାରେ ସମ୍ପୃକ୍ତ ସମସ୍ତଙ୍କୁ କଠୋର ଶାସ୍ତି ଦାବି ଜଣାଇଥିଲେ । ନବୀନ ପଟ୍ଟନାୟକ ସ୍ବର୍ଗତ ସହଦେବ ନାୟକଙ୍କ ପତ୍ନୀ ଓ ପିଲା ମାନଙ୍କୁ ସାନ୍ତ୍ୱନା ଦେବା ସହ ଏ ଦାରୁଣ ବିପତ୍ତି ସମୟରେ ସେ ତାଙ୍କ ସହ ଅଛନ୍ତି ଓ ତାଙ୍କୁ ସମସ୍ତ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଜଘନ୍ୟ ହତ୍ୟା ଘଟଣାକୁ କଡା ନିନ୍ଦା କରିବା ସହ ତାଙ୍କ ପରିବାରଙ୍କୁ ଯେପରି ନ୍ୟାୟ ମିଳିବ ସେଥିପାଇଁ ଲଢେଇ କରିବେ ବୋଲି ନବୀନ ପଟ୍ଟନାୟକ କହିଥିଲେ ।


ଶୁଦ୍ଧି କର୍ମ ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସ୍ବର୍ଗତ ନାୟକଙ୍କ ପରିବାରକୁ ୫୦ ହଜାର ଟଙ୍କାର ସହାୟତା ତାଙ୍କ ପତ୍ନୀଙ୍କୁ ପ୍ରଦାନ କରିଥିଲେ । ଏହି ସାକ୍ଷାତ ସମୟରେ ବିଏମ୍‌ସି ମେୟର ସୁଲୋଚନା ଦାସ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ କର୍ପୋରେଟର ମାନେ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ହତ୍ୟାର ଦୁଇ ଦିନ ପୂର୍ବରୁ ସ୍ବର୍ଗତ ନାୟକ ତାଙ୍କ ପରିବାର ସହ ନବୀନ ନିବାସକୁ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ  ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲେ । 

ସୂଚନାଯୋଗ୍ୟ ଯେ, BMCର ହସ୍ତକ୍ଷେପ କ୍ରମେ ସ୍ବର୍ଗତ ନାୟକଙ୍କୁ ସେ କାମ କରୁଥିବା ଠିକା ସଂସ୍ଥା ୫ ଲକ୍ଷ ଟଙ୍କା ସହାୟତା ସହ ପରିବାରର ଜଣକୁ ଚାକିରି ବିଷୟରେ ଗତକାଲି BMC ପକ୍ଷରୁ ଘୋଷଣା କରାଯାଇଥିଲା ।

You Can Read:

ପ୍ରବାସୀ ଭାରତୀୟ ସମ୍ମିଳନୀ ଭାରତ ତଥା ଓଡ଼ିଶାରେ ନିବେଶ ପାଇଁ ପ୍ଲାଟଫର୍ମ ତିଆରି କରିଛି : କେ.ଭି. ସିଂହଦେଓ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.