ସୋର ୦୬/୦୬; ଟ୍ରେନ୍ ଟ୍ରାକ୍ରେ ରକ୍ତର ଛିଟା। କିଛି ଚିରା କପଡା ଆଉ ଛିଡା ଚେନ୍ ଥିବା ବ୍ୟାଗ୍। ତା ପାଖକୁ ଲାଗି ପଡିଛି ପ୍ରେମିକର ସମ୍ବାଦ। ମନର କଥାକୁ କାଗଜ ଉପରେ ଅଙ୍କିଦେଇ ସେ ଛାଡିଯାଇଛନ୍ତି ପ୍ରେମିକା ପାଇଁ କେଇ ପଦ କବିତା। ନାଲି, ନୀଳ, ସବୁଜ ଏମିତି କେତେ ରଙ୍ଗିନ୍ ଫୁଲ। ମେଲା ପଡିଥିବା ସେ କାଗଜର ପ୍ରତ୍ୟେକ ପୃଷ୍ଟାରେ ପ୍ରେମ, ପ୍ରତିଜ୍ଞା ଆଉ ସମ୍ଭାବନାର କଥା। କାଗଜ କଲମରେ ସଜାଯାଇଥିବା କେଇ ପଦ ମିଠା କଥା ବାହାନଗା ଟ୍ରେନ୍ ଟ୍ରାକ୍ରେ ନିସଂଙ୍ଗ ଅବସ୍ଥାରେ ପଡିଛି। ପ୍ରେମିକାକୁ ମନର କଥା କହିବା ପୂର୍ବରୁ କବି ବୋଧ ହୁଏ ତା ମନର କଥାକୁ ଏଇ କାଗଜ ଉପରେ ଆଙ୍କି ନିଜକୁ ପ୍ରସ୍ତୁତ କରୁଥିବ। କିନ୍ତୁ କବିତାର କବି ଏବେ ଜୀବନ୍ତ ନା ମୃତ ତାହା ଅସ୍ପଷ୍ଟ।…
ବାଲେଶ୍ଵରର ବାହାନଗା ଟ୍ରେନ୍ ଟ୍ରାଜେଡି। ସମସ୍ତଙ୍କୁ ସ୍ଚବ୍ଧ କରିଦେଇଛି। ଟ୍ରେନ୍ ଦୁର୍ଘଟଣା ନେଇଛି ଶାତୀଧିକ ଜୀବନ। କାହାଠୁ ବାପାକୁ ଛଡେଇଛି ତ କିଏ ପୁଅ କୁ ହରେଇଛି। କିଏ ମାଆକୁ ଦେଇଛି ବିଦାୟ ତ କିଏ ଭଉଣୀକୁ ଝୁରୁଛି। ଯିବା ଲୋକ ତ ଯେ ଚାଲିଯାଇଛି। ଛାଡିଯାଇଛି କିଛି ପ୍ରେମର ସନ୍ତକ। ବାହାନଗା ଟ୍ରେନ୍ ଟ୍ରାକ ଉପରୁ ମିଳିଛି କବିତାରେ ଭର୍ତ୍ତି ଏକ ଡାଏରୀ। ବଙ୍ଗାଳୀ ଭାଷାରେ ଲେଖା କବିତାର ଆରମ୍ଭ ହେଉଛି- ओल्पो ओल्पे मेघ थेके ब्रिश्टी सृष्टि होए, छोट्टो छोट्टे गोल्पो थेके भालोबासा सृष्टि होए' ଯାହାର ଅର୍ଥ ହେଉଛି, ଛୋଟ ଛୋଟ ବାଦଲରୁ ବର୍ଷା ସୃଷ୍ଟି ହୁଏ, ଛୋଟ ଛୋଟ କଥାରୁ ପ୍ରେମର ଆରମ୍ଭ ହୁଏ। ଏଥିସହ ଡାଏରୀରେ ଅଙ୍କା ଯାଇଛି କିଛି ଫୁଲ। ବେଶ୍ ରଙ୍ଗିନ୍ ସେସବୁ।
କବିତାର କେଇ ପଦ କଥାରୁ ଯାହା ମନେ ହେଉଛି, ପ୍ରେମିକାକୁ ବୁଝାଇବାକୁ ମନର କଥା କହିବାକୁ ପ୍ରେମିକ ବୋଧେ ଶବ୍ଦର ସାହାରା ନେଇଛି। ମନର କଥାକୁ ପ୍ରଥମେ ଡାଏରୀରେ ଆଙ୍କି ନିଜକୁ ପ୍ରସ୍ତୁତ କରିଛି। ପ୍ରେମିକାକୁ ଭେଟିବାକୁ ଯାଉଥାଇପାରେ। ଜୀବନରେ ଥିବା ସେ ସ୍ବତନ୍ତ୍ର ଲୋକ ଉଦ୍ଦେଶ୍ୟର ଏ କବିତା ବେଶ୍ ସୁନ୍ଦର। କିନ୍ତୁ କବିର କଥାକୁ ପ୍ରେମିକା ସତରେ ବୁଝିପାରିଥିବ? ଜୀବନ କଣ ଗୋଟେ ସୁଯୋଗ ଦେଇଥିବ ମନର କଥାକୁ ପ୍ରେମିକା ପାଖରେ ପହଞ୍ଚାଇବାର। କାରଣ ଏ ଯାତ୍ରା ସମ୍ପୂର୍ଣ୍ଣ ହେଇଛି ନା ଅଧାରେ ରହିଗଲା ତାହା କହିବା ମୁସ୍କିଲ୍। କାରଣ ଟ୍ରେନ୍ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏ କହିତାର କବିଙ୍କ ଅବସ୍ଥା କେମିତି ଅଛି? ସେ ଏବେ କେଉଁଠି ଅଛନ୍ତି? ଜୀବତ କି ମୃତ ସେ କଥା କେହି ଜାଣିନାହାନ୍ତି।…
wp:html /wp:html