କରଞ୍ଜିଆ ୧୬।୫: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ନବଜାତକକୁ ଜନ୍ମକରି ଛାଡ଼ି ଚାଲିଗଲା ମା’ । ପୋଖରୀ ହୁଡ଼ାରୁ ଉଦ୍ଧାର ହେଲା ନବଜାତକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ୍ ବଡ଼ପାଣି ଗାଁରେ ।
ସୂଚନାଯୋଗ୍ୟ ଯେ, ଶନିବାର ସକାଳୁ ସକାଳୁ ଗାଁ ପୋଖରୀ ହୁଡ଼ାରେ କୁଆଁ କୁଆଁ ଶବ୍ଦ ଶୁଣିବାକୁ ମିଳିଥିଲା । ସ୍ଥାନୀୟ ଲୋକ ପୋଖରୀ ହୁଡ଼ାକୁ ଯାଇ ଦେଖିବା ପରେ ନବଜାତକ ଶିଶୁ କନ୍ୟାଟି ଶୋଇଥିଲା । ଏହା ଦେଖିବା ପରେ ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ସରପଞ୍ଚଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଚତୁରାଞ୍ଜଳି ସରପଞ୍ଚ ପହଞ୍ଚି ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ । ଶିଶୁଟିକୁ ଆମ୍ବୁଲାନ୍ସ ଯୋଗେ ନେଇ ଶୁକୃଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି ।
ତେବେ କିଏ ଓ କାହିଁକି ଏହି ଶିଶୁ କନ୍ୟାକୁ ପୋଖରୀ ହୁଡ଼ାରେ ଶୁଆଇଦେଇ ଚାଲିଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।
You Can Read:
ସରକାରୀ ଜମିରେ ଚାଲୁଥିଲା ଉଚ୍ଛେଦ, ହେଲେ ଭାଙ୍ଗିଦେଲେ ଘରୋଇ ଜମିରେ ଥିବା ଘର